ETV Bharat / bharat

ସମ୍ପର୍କରେ ଲାଗିଲା ରକ୍ତର ଛିଟା, ସ୍ତ୍ରୀକୁ ଗଳାକାଟି ହତ୍ୟା କଲା ସ୍ବାମୀ

ବୃଦ୍ଧ ଅବସ୍ଥାରେ ଥାଇ ମଧ୍ୟ ବୃଦ୍ଧା ସ୍ତ୍ରୀକୁ ହତ୍ୟା କରିବାକୁ ପଛାଇଲାନାହିଁ ସ୍ବାମୀ । ସାମାନ୍ୟ ବଚସାକୁ ସ୍ତ୍ରୀର ଗଳାକାଟି କଲା ହତ୍ୟା । ଅଧିକ ପଢନ୍ତୁ

author img

By

Published : Oct 11, 2022, 9:31 AM IST

ସମ୍ପର୍କରେ ଲାଗିଲା ରକ୍ତର ଛିଟା,ସ୍ତ୍ରୀକୁ ଗଳାକାଟି ହତ୍ୟା କଲା ସ୍ବାମୀ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ବିଭତ୍ସ ହତ୍ୟା କାଣ୍ଡ, ସମ୍ପର୍କରେ ଲାଗିଲା ରକ୍ତର ଛିଟା, ସ୍ବାମୀ ସାଜିଲା ସୈତାନ । ବୃଦ୍ଧ ଅବସ୍ଥାରେ ଥାଇ ମଧ୍ୟ ବୃଦ୍ଧା ସ୍ତ୍ରୀକୁ ହତ୍ୟା କରିବାକୁ ପଛାଇଲାନାହିଁ ସ୍ବାମୀ(Old man murders his 70 years old wife) । ସାମାନ୍ୟ ବଚସାକୁ ନେଇ ସ୍ତ୍ରୀର ଗଳାକାଟି ହତ୍ୟା କଲା ସ୍ବାମୀ । ଏଭଳି ହତ୍ୟାକାଣ୍ଡ ଘଟିଛି କର୍ଣ୍ଣାଟକର ଡାଭାନାଗେରରେ । ଗତରାତିରେ ଆଜାଦ ନାଗର ପୋଲିସ ଷ୍ଟେସନ ଅନ୍ତର୍ଗତ ହେଗଡେ ନଗରରେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ମୃତ ବୃଦ୍ଧା ହେଉଛନ୍ତି ସଖିରାବାନୁ, ତାଙ୍କ ବୟସ ୭୦ ବର୍ଷ । ହତ୍ୟାକାରୀ ସ୍ବାମୀ ହେଉଛି ଚାମନ ସାବ, ବୟସ ୭୮ ହୋଇଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ-ଏସକର୍ଟ ସର୍ଭିସ ନାଁରେ ସାଇବର ଠକେଇ, ଠକ ଗ୍ୟାଙ୍ଗକୁ ବାନ୍ଧିଲା ପୋଲିସ

ମିଳିଥିବା ସୂଚନା ଅନୁଯାୟୀ, ସଖିରାବାନୁ ଓ ଚାମନ ସାବ ୫୦ ବର୍ଷ ହେବ ଏକାଠି ରହିଆସୁଥିଲେ । ତାଙ୍କ ଦୁଇ ଜଣ ପୁଅ ମଧ୍ୟ ରହିଛନ୍ତି, ଚାମନ ସାବ ସାନସିକ ରୋଗରେ ପୀଡିତ ଥିବାବେଳେ ତାଙ୍କ ପୁଅମାନେ ତାଙ୍କୁ କାମକୁ ଯିବାକୁ ମନା କରିବାରୁ ସେ ସଖିରାବାନୁଙ୍କ ସହ ଅଲଗା ରହୁଥିଲେ । ରବିବାର ମୁସଲମାନ ସମ୍ପ୍ରଦାୟକଙ୍କ ଇଦ୍ ମିଲାଦ ପର୍ବ ଚାଲିଥିବାବେଳେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସେହି ସମୟରେ ବୃଦ୍ଧ ଜଣକ ପତ୍ନୀଙ୍କ ଗଳା କାଟି ହତ୍ୟା କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଝାଡଖଣ୍ଡରେ ଛାତିଥରା ଘଟଣା, ନାବାଳିକାଙ୍କୁ ଗଣଦୁଷ୍ମର୍ମ କଲେ ୧୦ ନାବାଳକ

ସ୍ଥାନୀୟ ଲୋକେ ଏହା ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମହିଳାଙ୍କ ମୃତଦେହ ଜବତ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ଡାକ୍ତରଖାନାକୁ ପଠାଇଥିଲେ । ଏହାପରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ପଚରାଉଚରା କରୁଛି । ତେବେ କେଉଁକାରଣରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିବା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ । ଏନେଇ ଅଧିକ ଖୋଳତାଡ କରୁଛି ପୋଲିସ, ଦମ୍ପତ୍ତିଙ୍କ ପୁଅଙ୍କୁ ମଧ୍ୟ ପୋଲିସ ଆଗକୁ ତଦନ୍ତ କରିପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.