ETV Bharat / bharat

Triple Talaq: ଥାନାରେ ପତ୍ନୀକୁ ତିନି ତଲାକ ଦେଲା ସ୍ବାମୀ, ମାମଲା ରୁଜୁ - ଘରୋଇ ହିଂସା

ଯୌତୁକ ନିର୍ଯାତନା ମାମଲାର ତଦନ୍ତ ଲାଗି ଥାନା ଯିବା ବେଳେ ସେହି ସ୍ଥାନରେ ହିଁ ମହିଳାଙ୍କୁ ତିନି ତଲାକ ଦେଲା ସ୍ବାମୀ । ରାଜସ୍ଥାନ ମାଣିକ ଚୌକ ମହିଳା ଥାନାରେ ଦେଖିବାକୁ ମିଳିଛି ଏପରି ଘଟଣା । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jul 9, 2023, 8:47 PM IST

ଜୟପୁର: ରାଜସ୍ଥାନ ରାଜଧାନୀ ଜୟପୁର ମହିଳା ଥାନାରେ ସାମ୍ନାକୁ ଆସିଲା ତିନି ତଲାକ ମାମଲା । ସ୍ବାମୀ ତିନି ତଲାକ ଦେଇଥିବା ଅଭିଯୋଗରେ ଥାନାର ଦ୍ବାରସ୍ଥ ହୋଇଛନ୍ତି ମହିଳା । ଏନେଇ ମାନକ ଚୌକ ଥାନାରେ ଏକ ମାମଲା ରୁଜୁ ହୋଇଛି । ଅଭିଯୁକ୍ତ ସ୍ବାମୀ ଅନ୍ୟ ଜଣକୁ ବିବାହ କରିଥିବା କହି ପତ୍ନୀତୁ ତିନି ତଲାକ ଦେଇଛି । ସେପଟେ ପୂର୍ବରୁ ପତ୍ନୀ ସ୍ବାମୀ ବିରୋଧରେ ଘରୋଇ ହିଂସା ଓ ଯୌତୁକ ଦାବି ଅଭିଯୋଗ ମଧ୍ୟ କରିଥିଲା । ଏହାର ତଦନ୍ତ ଲାଗି ଥାନାକୁ ଯାଇଥିବା ବେଳେ ସେଠାରେ ହିଁ ମହିଳାଙ୍କୁ ଅଭିଯୁକ୍ତ ତିନି ତଲାକ ଦେଇଥିବା ଜଣାପଡ଼ିଛି ।

ମାଣକ ଚୌକ ଥାନା ଅଧିକାରୀ ରାଣା ସିଂହ ସୋଢାଙ୍କ କହିବା ଅନୁସାରେ, ମହିଳା ଜଣକ ଡାବି ଅଧିବାସୀ ସାବିର ଖାନଙ୍କ ବିରୋଧରେ ତିନି ତଲାକ ଅଭିଯୋଗ ଆଣି ମାମଲା ରୁଜୁ କରିଛନ୍ତି । ଅଭିଯୋଗ ପତ୍ରରେ ମହିଳା ଜଣକ କହିଛନ୍ତି ଯେ ଗତ 2018 ମସିହାରେ ଡାବି ଅଧିବାସୀ ସାବିର ଖାନଙ୍କ ସହିତ ତାଙ୍କ ବିବାହ ହୋଇଥିଲା । ଏହାପରେ ସ୍ବାମୀଙ୍କ ସମେତ ଶାଶୁ ଘର ଲୋକେ ଯୌତୁକ ଲାଗି ଦାବି କରିଆସୁଥିଲେ । ଅନେକ ଦିନ ନିର୍ଯାତନା ସହ୍ୟ କରିବା ପରେ ଶେଷରେ 2021 ମସିହାରେ ସ୍ବାମୀ ଓ ଶାଶୁ ଘର ଲୋକଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଥିଲେ ମହିଳା ।

ଏହା ବି ପଢନ୍ତୁ- ନିୟମକୁ ନାହିଁ ଖାତିର: ଦ୍ବିତୀୟ ବିବାହ ପରେ ଫୋନରେ ତିନି ତଲାକ ଦେଲା ସ୍ବାମୀ

ଯେତେବେଳେ ଘଟଣା ଥାନାରେ ପହଞ୍ଚିଥିଲା, ସେତେବେଳେ ରାଜିନାମା ସ୍ବାକ୍ଷର ପରେ ମହିଳା ଜଣର ନିଜ ଅଭିଯୋଗ ଫେରାଇ ନେଇଥିଲେ । ହେଲେ କିଛି ଦିନ ପରେ ପୁଣି ପୂର୍ବ ଭଳି ମହିଳାଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଲେ ଶାଶୁ ଘର ଲୋକେ । ଏହାପରେ ମହିଳା ଜଣକ ପୁଣି ଚଳିତ ବର୍ଷ ଫେବୃଆରୀ 27 ତାରିଖରେ ଜୟପୁର ମହିଳା ଥାନା(ଉତ୍ତର)ରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଥିଲେ । ଅଭିଯୋଗର ତଦନ୍ତ ଲାଗି ପୋଲିସ ମହିଳା ଓ ତାଙ୍କ ପତ୍ନୀକୁ ଗତକାଲି (ଜୁଲାଇ 8) ଡାକିଥିଲା । ଏହାପରେ ଉଭୟ ସନ୍ଧ୍ୟା ପ୍ରାୟ 5ଟା ବେଳେ ପହଞ୍ଚିଥିଲା । ବ୍ୟକ୍ତି ଜଣକ ଅଟରୁ ଅଞ୍ଚଳର ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିଥିବା ପୋଲିସକୁ କହିଥିଲା ।

ପୋଲିସ ଆପୋଷ ବୁଝାମଣା କରୁଥିବା ବେଳେ କ୍ରୋଧରେ ଜର୍ଜରିତ ହୋଇ ଅଭିଯୁକ୍ତ ସ୍ବାମୀ ବାହାରକୁ ଆସିଥିଲା । ମହିଳା ଥାନା ଭିତରୁ ବାହାରି ସେହି ସ୍ଥାନରେ ହିଁ ସେ ତିନି ତଲାକ ଦେଇଥିବା କହିଛନ୍ତି ମହିଳା । ମାଣକ ଚୌକ ଥାନା ଅଧିକାରୀଙ୍କ କହିବା ଅନୁସାରେ ମହିଳାଙ୍କ ଅଭିଯୋଗ ଆଧାରରେ ତିନି ତଲାକ ମାମଲା ମଧ୍ୟ ରୁଜୁ କରାଯାଇଛି ।

ତିନି ତଲାକକୁ ନେଇ ନିୟମ:- ସୂଚନା ଥାଉ କି ଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟରେ ପୂର୍ବରୁ ପ୍ରଚଳିତ ଥିବା ତିନି ତଲାକ ପ୍ରଥାକୁ ରଦ୍ଦ କରାଯାଇଛି । ଦାମ୍ପତ୍ୟ ଜୀବନରେ କଳହ ଦେଖାଗଲେ, ସେମାନେ ଯଦି ଛାଡପତ୍ର ପାଇଁ ଚିନ୍ତା କରନ୍ତି, ତେବେ ଆଇନଗତ ପ୍ରକ୍ରିୟା ଅନୁସାରେ ଛାଡପତ୍ର ଗ୍ରହଣ କରିପାରିବେ । ହେଲେ ପୂର୍ବ ପ୍ରଚଳିତ ପ୍ରଥା ଅନୁସାରେ ମୌଖିକ ଭାବେ ତିନି ତଲାକ ଉଚ୍ଚାରଣ କରି ଛାଡ଼ପତ୍ର ଦେବା ବେଆଇନ ଓ ଭାରତୀୟ ଦଣ୍ଡବିଧି ଆଇନ ଅନୁସାରେ ଦଣ୍ଡନୀୟ ମଧ୍ୟ । ଏପରି ସ୍ଥଳେ ଆଇନ ଥିବା ସତ୍ତ୍ବେ ମଧ୍ୟ କିଛି ସ୍ଥାନରେ ତିନି ତଲାକ ପରି ଘଟଣା ଦେଖିବାକୁ ମିଳୁଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.