ETV Bharat / bharat

ସ୍ବାମୀ ସାମ୍ନାରେ ସ୍ତ୍ରୀକୁ ଗଣଦୁଷ୍କର୍ମ - ମହାରାଷ୍ଟ୍ରରେ ସ୍ବାମୀ ସମ୍ମୁଖରେ ସ୍ତ୍ରୀକୁ ଗଣଦୁଷ୍କର୍ମ

ସ୍ବାମୀ ସ୍ତ୍ରୀ ସମ୍ପର୍କରେ ଲାଗିଲା ଦାଗ । ସାମାନ୍ୟ ବଚସାକୁ ନେଇ ସ୍ତ୍ରୀକୁ ଗଣଦୁଷ୍କର୍ମ କରିବାକୁ ଅନ୍ୟକୁ ବାଧ୍ୟ କଲା ସୈତାନ ସ୍ବାମୀ । ଅଧିକ ପଢନ୍ତୁ

ସ୍ବାମୀ ସମ୍ମୁଖରେ ସ୍ତ୍ରୀକୁ ଗଣଦୁଷ୍କର୍ମ
ସ୍ବାମୀ ସମ୍ମୁଖରେ ସ୍ତ୍ରୀକୁ ଗଣଦୁଷ୍କର୍ମ
author img

By

Published : Apr 17, 2022, 4:42 PM IST

ମୁମ୍ବାଇ(ମହାରାଷ୍ଟ୍ର): ସ୍ବାମୀ ସ୍ତ୍ରୀ ସମ୍ପର୍କରେ ଲାଗିଲା ଦାଗ । ସାତ ଜନ୍ମର ସାଥି କରିବାକୁ କଥା ଦେଇଥିବା ସ୍ବାମୀ ସାମାନ୍ୟ ବଚସାକୁ ନେଇ ପାଲଟିଗଲା ସୈତାନ । ଶେଷରେ ସ୍ତ୍ରୀକୁ ଗଣଦୁଷ୍କର୍ମ କରିବାକୁ ଅନ୍ୟକୁ ବାଧ୍ୟ କଲା ସୈତାନ ସ୍ବାମୀ । ଏଭଳି ଲଜ୍ଜାଜନକ ଘଟଣା ଘଟିଛି ମହାରାଷ୍ଟ୍ର ସୋରଲା ଅଞ୍ଚଳରେ । ଅଭିଯୋଗ ପରେ ସ୍ବାମୀ ସମେତ ୩ଜଣଙ୍କ ନାରେ ମାମଲା ରୁଜୁ କରିଛି ପୋଲିସ ।

ସୂଚନା ଅନୁଯାୟୀ ମହାରାଷ୍ଟ୍ରର ଲାଟୁର ଜିଲ୍ଲାର ନୀଲାଙ୍ଗା ଟାଲୁକାର ଜଣେ ମହିଳା ତାଙ୍କ ସ୍ବାମୀଙ୍କ ସହ ଆୟୁସା ତାଲୁକାର ସରୋଲା ରୋଡରେ ଥିବା ଏକ ଫାର୍ମରେ ରହୁଥିଲେ। ଚଳିତ ମାସ ୯ ତାରିଖରେ(ଏପ୍ରିଲ ୯) ଉଭୟ ମଧ୍ୟରେ କୌଣସି ଘଟଣାକୁ ନେଇ ବଚସା ହୋଇଥିଲା । ତେବେ ରାତି ପ୍ରାୟ ୯ ଟାରେ ପୀଡିତାଙ୍କ ସ୍ୱାମୀ ଇଲୁ ଶେଖ ଫାର୍ମର ମାଲିକ ମୁସା ଶେଖ ଓ ତାଙ୍କର ଜଣେ ସହଯୋଗୀଙ୍କୁ ଘରକୁ ଡାକି ତାଙ୍କ ପତ୍ନୀଙ୍କୁ ଦୁଷ୍କର୍ମ କରିବାକୁ କହିଥିଲେ । ଏହାପରେ ସ୍ବାମୀ ସମ୍ମୁଖରେ ସ୍ତ୍ରୀକୁ ଗଣ ଦୁଷ୍କର୍ମ କରିଥିଲେ ଫାର୍ମ ମାଲିକ ଓ ସମ୍ପର୍କୀୟ ।

ଏହି ଘଟଣା ପରେ ପୀଡିତା ଜଣଙ୍କ ରାତି ଅଧରେ ପ୍ରାୟ ୧୫ କିଲୋମିଟର ଚାଲି ଚାଲି ଲାଟୁର ସହରରେ ଥିବା ଥାନାରେ ଅଭିଯୋଗ କରିଥିଲେ । ସେଠାରେ ଥାନା କର୍ମଚାରୀ ଜିଲ୍ଲା ପୋଲିସର ସୁପରିଟେଣ୍ଡେଣ୍ଟଙ୍କୁ ଭେଟିବାକୁ କହିଥିଲେ । ଏହାପରେ ସୁପରିଟେଣ୍ଡେଣ୍ଟ ନିର୍ଦ୍ଦେଶ ପରେ ଆୟୁସା ପୋଲିସ ଏକ ମାମଲା ରୁଜୁ କରି ସ୍ବାମୀଙ୍କ ସମେତ ଅନ୍ୟ ୨ଣଙ୍କୁ ଗିରଫ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.