ETV Bharat / bharat

DIVORCE: ସ୍ୱାମୀ ଦେଲାନି ବ୍ୟୁଟିପାର୍ଲର ଖର୍ଚ୍ଚ, ଛାଡ଼ପତ୍ର ଦେଲେ ପତ୍ନୀ - ଛାଡ଼ପତ୍ର

ସାଧାରଣତଃ ମହିଳାମାନେ ସଜେଇ ହେବାକୁ ବେଶ ପସନ୍ଦ କରନ୍ତି । ହେଲେ ଏଠାରେ ମହିଳାଙ୍କୁ ସଜେଇ ହେବା ଏତେ ପସନ୍ଦ ଯେ ସେ ସ୍ବାମୀକୁ ଛାଡ଼ପତ୍ର ଦେବା ଲାଗି ସ୍ଥିର କରିଛନ୍ତି (Aligarh Family Court divorce case) । ଘଟଣାଟି ଉତ୍ତରପ୍ରଦେଶ ଆଲିଗଡ଼ରେ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Dec 23, 2022, 9:47 PM IST

ଲକ୍ଷ୍ନୌ: ସାଧାରଣତଃ ମହିଳାମାନେ ସଜେଇ ହେବାକୁ ବେଶ ପସନ୍ଦ କରନ୍ତି । ଆଜିକାଲିର କିଛି ମହିଳା ନିଜ ସୌନ୍ଦର୍ଯ୍ୟତା ବଜାୟ ରଖିବା ଲାଗି ବ୍ୟୁଟିପାର୍ଲର (Beauty Parlour)କୁ ମଧ୍ୟ ଯାଉଥିବା ଦେଖିବାକୁ ମିଳୁଛି । ହେଲେ ଏଠାରେ ଆମେ ଯେଉଁ ମହିଳାଙ୍କ କଥା କହୁଛୁ ତାଙ୍କୁ ସଜେଇ ହୋଇ ରହିବା ଏତେ ପସନ୍ଦ ଯେ ଶେଷରେ ଏଥିଲାଗି ସେ ନିଜ ସ୍ବାମୀକୁ ଛାଡ଼ପତ୍ର ଦେବାକୁ ପଛାଇ ନାହାନ୍ତି । ସ୍ବାମୀ ବ୍ୟୁଟିପାର୍ଲର ଖର୍ଚ୍ଚ ନଦେବା ପରେ ସେ ତାଙ୍କୁ ଛାଡପତ୍ର ଦେଇଥିବା ଦେଖିବାକୁ ମିଳିଛି । ଏଭଳି ଘଟଣା ଉତ୍ତରପ୍ରଦେଶ ଆଲିଗଡ଼ ଅଞ୍ଚଳରେ (Aligarh Family Court divorce case) ଦେଖିବାକୁ ମିଳିଛି ।

ଏହି ଘଟଣା ଆଲିଗଡ଼ ସିଭିଲ ଲାଇନ ଅଞ୍ଚଳର । ମହିଳା ଜଣକ ଏଡିଜେ ଫ୍ୟାମିଲି କୋର୍ଟରେ ଏହି କାରଣ ଦର୍ଶାଇ ଛାଡ଼ପତ୍ର ଲାଗି ଆବେଦନ କରିଛନ୍ତି । ମାତ୍ର କୋର୍ଟ କାଉନସିଲର ଦମ୍ପତିକୁ ବୁଝାଉଥିବା ଜଣାପଡ଼ିଛି । ମାତ୍ର ମହିଳା ଜଣକ ନିଜ ସ୍ବାମୀ ସହିତ ରହିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି । ୨୦୧୫ ମସିହାରେ, ସିଭିଲ ଲାଇନ ଅଞ୍ଚଳରେ ରହୁଥିବା ୨୫ବର୍ଷ ବୟସ୍କା ମହିଳା ଦିଲ୍ଲୀର ବାସିନ୍ଦା ଅମିତଙ୍କୁ ବିବାହ କରିଥିଲେ । ତାଙ୍କ ସ୍ବାମୀ ଏକ ଘରୋଇ କମ୍ପାନୀରେ କାମ କରନ୍ତି । ପ୍ରଥମେ ବିବାହ ପରେ ସବୁକିଛି ଠିକ୍ ଚାଲିଥିଲା, କିନ୍ତୁ ୩ବର୍ଷ ପୂର୍ବେ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଯାହା ପରେ ଉଭୟ ଅଲଗା ରହୁଥିବା ବେଳେ ସେମାନଙ୍କର ମଧ୍ୟ ସନ୍ତାନ ନାହିଁ। ଏବେ ପତ୍ନୀ ଖର୍ଚ୍ଚ ପାଇଁ କୋର୍ଟରେ ଆବେଦନ କରିଛନ୍ତି ।

ଏହା ବି ପଢନ୍ତୁ- Covid scare: ଦେଶରେ ସରିଲାଣି ୨୨୦ କୋଟି ଡୋଜ ଟୀକାକରଣ, ସୂଚନା ଦେଲେ ସିନ୍ଧିଆ

ମହିଳାଙ୍କ ଅଭିଯୋଗ ହେଉଛି ତାଙ୍କ ଶୃଙ୍ଗାର ଓ ଅନ୍ୟ ଖର୍ଚ୍ଚ ଲାଗି ତାଙ୍କ ସ୍ବାମୀ ଅର୍ଥ ଦେଉନାହାନ୍ତି (Husband does not give money for makeup) । ଟଙ୍କା ମାଗିବା ନେଇ ବିବାଦ ଲାଗି ରହୁଛି। କୋର୍ଟର ପରାମର୍ଶଦାତା ତଥା କାଉନିସିଲର ପ୍ରଦୀପ ସାରସ୍ବତ କହିଛନ୍ତି, "ଦମ୍ପତିଙ୍କୁ କୋର୍ଟରେ କାଉନସେଲିଂ ପାଇଁ ଡକାଯାଇଛି। ଅନେକ ଥର ଉଭୟଙ୍କୁ ମନାଇବା ପାଇଁ ଚେଷ୍ଟା କରାଯାଇଛି, କିନ୍ତୁ ସ୍ବାମୀ-ସ୍ତ୍ରୀ ଏକାଠି ରହିବାକୁ ପ୍ରସ୍ତୁତ ନୁହଁନ୍ତି । ଉଭୟ ୨ବର୍ଷରୁ ଅଲଗା ରହୁଛନ୍ତି । ବର୍ତ୍ତମାନ ଉଭୟଙ୍କ କାଉନସେଲିଂ ଜାନୁଆରୀ ମାସରେ କରାଯିବ । ପୁନର୍ବାର ଏକାଠି ରହିବାକୁ ଉଭୟଙ୍କୁ ମନାଇବା ପାଇଁ କୋର୍ଟ ଚେଷ୍ଟା କରୁଛନ୍ତି । ଫ୍ୟାମିଲି କୋର୍ଟ ଏଡିଜେ କୋର୍ଟରେ ଏହି ମାମଲା ଚାଲିଛି।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.