ବେଙ୍ଗାଲୁରୁ: ସ୍ତ୍ରୀର ଶେଷକୃତ୍ୟ ଟଙ୍କା ନ ଥିବାରୁ ମୃତଦେହରୁ ଏକ ପ୍ଲାଷ୍ଟିକ ବ୍ୟାଗରେ ନେଲା ସ୍ବାମୀ । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ୟାଲାଣ୍ଡୁରୁ ସହରରେ । ସୂଚନା ମୁତାବକ, ରବି ଓ ତାଙ୍କ ସ୍ତ୍ରୀ କଲ୍ଲାମା ୟାଲାଣ୍ଡୁର ସହରର ଜଙ୍ଗଲ ବିଭାଗ କାର୍ଯ୍ୟାଳୟ ନିକଟରେ ଥିବା ଏକ ହାଟରେ ପ୍ଲାଷ୍ଟିକ ଏବଂ ଘରୋଇ ସାମଗ୍ରୀ ସଂଗ୍ରହ କରି ବିକ୍ରୟ କରି ରୋଜଗାର କରୁଥିଲେ । ହେଲେ କଲ୍ଲାମା ଅସୁସ୍ଥ କାରଣରୁ ମଙ୍ଗଳବାର ରାତିରେ ମୃତ୍ୟୁ ବରଣ କରିଥିଲେ ।
ତାଙ୍କୁ ହରାଇବା ପରେ ଦୁଃଖରେ ଭାଙ୍ଗି ପଡିଥିଲେ ତାଙ୍କ ସ୍ବାମୀ । ଅନ୍ୟପଟେ ସ୍ତ୍ରୀର ଅନ୍ତିମ ସଂସ୍କାର ପାଇଁ ପାଖରେ ଟଙ୍କା ନ ଥିବାରୁ ସେ ମୃତଦେହକୁ କାନ୍ଧରେ ବୋହି ସୁବର୍ଣ୍ଣବତୀ ନଦୀକୁ ଯାଇ ଶେଷ ରୀତିନୀତି ପାଇଁ ଯାଉଥିଲେ । ତେବେ ଏହି ଘଟଣା ବିଷୟରେ ପୋଲିସ ସୂଚନା ପାଇବା ପରେ ଘଟଣାସ୍ଥଳକୁ ଆସି ତାଙ୍କୁ ପଚରାଉଚୁରା କରିବା ସହିତ ମୃତଦେହ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା ।