କୋଲକାତା: ପରକୀୟା ପ୍ରୀତି(extra marital affair)କୁ ନେଇ ଅନେକ ଖବର ଆପଣ ଶୁଣିଥିବେ । ପରକୀୟା ପ୍ରୀତିକୁ ନେଇ କିଏ ଆତ୍ମହତ୍ୟା କରୁଛି ତ ଆଉ କେଉଁଠି ସ୍ତ୍ରୀ ସ୍ବାମୀକୁ ବା ସ୍ବାମୀ ସ୍ତ୍ରୀକୁ ହତ୍ୟା କରିବାକୁ ମଧ୍ୟ ପଛାଉନାହିଁ । କିନ୍ତୁ ଏବେ ଆମେ ଆପଣଙ୍କୁ ଯେଉଁ ଖବର ବିଷୟରେ ଜଣାଇବୁ ତାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଦିଅର ସହ ଭାଉଜଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ । ଯାହା ଜାଣିବା ପରେ ମହିଳାଙ୍କ ସ୍ବାମୀ ସ୍ତ୍ରୀକୁ ଗାଳି କରିବା ବଦଳରେ ନିଜର ୨୪ ବର୍ଷର ବୈବାହିକ ସମ୍ପର୍କକୁ ଭୁଲି ଯାଇ ନିଜ ଭାଇ ସହ ବିବାହ କରାଇଛନ୍ତି । ଏଭଳି ଘଟଣା ଘଟିଛି ପଶ୍ଚିମବଙ୍ଗର ନାଦିଆ ଜିଲ୍ଲାରେ ।
ଘଟଣାଟି ଥିଲା ଏମିତି
ପଶ୍ଚିମବଙ୍ଗର ନାଦିଆ ଜିଲ୍ଲାର ଶାନ୍ତିପୁର ପୌରପାଳିକାର ଏକ ନମ୍ବର ଓ୍ବାଡର ବାଗଚି ବାଙ୍ଗନ ଅଞ୍ଚଳର ଶାନ୍ତିପୁରରେ ରୁହନ୍ତି ଅମୂଲ୍ୟ ଦେବନାଥ । ସେ ୨୪ ବର୍ଷ ପୂର୍ବେ ଶାନ୍ତିପୁର ପୋଲିସ ଷ୍ଟେସନ ଅଞ୍ଚଳର ବାବଲା ଗ୍ରାମ ପଞ୍ଚାୟତର ଦୀପାଲି ଦେବନାଥ ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ । ଉଭୟଙ୍କ ଦାମ୍ପତ୍ୟ ଜୀବନ ମଧ୍ୟ ଖୁସିରେ ଚାଲୁଥିଲା । ଉଭୟଙ୍କର ଏକ ୨୨ ବର୍ଷର ପୁଅ ମଧ୍ୟ ରହିଛି । ପୁଅ ମଧ୍ୟ ବିବାହା କରିସାରିଥିବା ବେଳେ ବୋହୂ ନିଜ ବାପଘରେ ରହୁଛି । ସେପଟେ କାମ ଯୋଗୁଁ ଅମୂଲ୍ୟ ପଶ୍ଚିମବଙ୍ଗରେ ରହିନପାରି ଅନ୍ୟ ରାଜ୍ୟରେ ରହୁଥିଲେ ।
ଏହାରି ମଧ୍ୟରେ ଅମୂଲ୍ୟଙ୍କ ଭାଇଙ୍କ ସହ ଦୀପାଲିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । କିଛିଦିନ ପୂର୍ବରୁ ଅମୂଲ୍ୟ ଏନେଇ ପତ୍ନୀଙ୍କୁ ସନ୍ଦେହ କରିଥିଲେ । ଦିନେ ଅମୂଲ୍ୟ ଘରକୁ ଆସିଥିବା ବେଳେ ତାଙ୍କ ପତ୍ନୀ ଓ ଭାଇଙ୍କୁ ଅସଞ୍ଜତ ଅବସ୍ଥାରେ ଦେଖିବାକୁ ପାଇଥିଲେ ଓ ପରେ ଉଭୟଙ୍କ ବିବାହ କରାଇଥିଲେ । ଏନେଇ ଅମୂଲ୍ୟ କହିଛନ୍ତି ଯେ, ''ମୋ ଭାଇ ସହ ଦୀପାଲିଙ୍କ ସମ୍ପର୍କକୁ ନେଇ କିଛି ମାସ ହେଲା ମୁଁ ମଧ୍ୟ ମୋ ପତ୍ନୀଙ୍କ ଉପରେ ସନ୍ଦେହ କରୁଥିଲି ।
ପଡୋଶୀଙ୍କ ଠାରୁ ଉଭୟଙ୍କ ସମ୍ପର୍କ ବିଷୟରେ ମଧ୍ୟ ଶୁଣିବାକୁ ପାଇଥିଲି । ତେଣୁ ଦିନ ମୁଁ ଘରକୁ ଯାଇଥିବା ବେଳେ ଏକ କୋଠରୀ ମଧ୍ୟରେ ଦୁହିଁଙ୍କୁ ଅସଞ୍ଜତ ଅବସ୍ଥାରେ ଦେଖିବାକୁ ପାଇଥିଲି । ତାପରେ ମୁଁ ବିଶ୍ବାସ କରିଥିଲି ଯେ, ମୋ ଭାଇ ଓ ପତ୍ନୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଛି । ଏହା ପରେ ମୁଁ ମୋ ୨୪ ବର୍ଷର ବୈବାହିକ ସମ୍ପର୍କକୁ ଭୁଲି ଯାଇ ପତ୍ନୀଙ୍କୁ ମୋ ଭାଇ କେଶବ ଦେବନାଥଙ୍କ ସହ ବିବାହ କରିବାକୁ ସ୍ଥିର କଲି । ଶେଷରେ ପଡ଼ୋଶୀଙ୍କ ଉପସ୍ଥିତିରେ ମୋ ପତ୍ନୀଙ୍କୁ ଭାଇ କେଶବଙ୍କ ସହ ବିବାହ କରାଇଥିଲି ।''