ETV Bharat / bharat

Human Embryo: ମିଶନରୀ ସ୍କୁଲରୁ ମିଳିଲା ମାନବ ଭ୍ରୁଣ, ଜବତ କଲା ଶିଶୁ ଆୟୋଗ - ଭ୍ରୁଣ

ମଧ୍ୟପ୍ରଦେଶର ଏକ ମିଶନରୀ ସ୍କୁଲରୁ ମିଳିଲା ମାନବ ଭ୍ରୁଣ । ସ୍କୁଲ ବିରୋଧରେ ମାମଲା ରୁଜୁ କଲା ରାଜ୍ୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ । ଅଧିକ ପଢନ୍ତୁ

Human Embryo
Human Embryo
author img

By

Published : Apr 7, 2023, 10:34 PM IST

ଭୋପାଳ: ମଧ୍ୟପ୍ରଦେଶ ସାଗର ଜିଲ୍ଲା ସ୍ଥିତ ଏକ ଖ୍ରୀଷ୍ଟିଆନ ମିଶନରୀ ସ୍କୁଲରୁ ମିଳିଲା ଭ୍ରୁଣ । ସ୍କୁଲର ଲାବ୍ରୋଟୋରୀରୁ ଏହି ଭ୍ରୁଣ ମିଳିବା ପରେ ସ୍କୁଲରେ ପହଞ୍ଚିଛି ଶିଶୁ ଅଧିକାର ସଂରକ୍ଷଣ ଆୟୋଗ । ଏହାକୁ ଆୟୋଗ ଜବତ କରି ଯାଞ୍ଚ ଲାଗି ପଠାଇଛି । ଏହାସହ ଏହି ସ୍କୁଲ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଥିବା ଜଣାପଡ଼ିଛି । ପୂର୍ବରୁ ଅନେକ ଘଟଣାକୁ ନେଇ ବିବାଦରେ ଛନ୍ଦି ହୋଇଥିବା ଏହି ସ୍କୁଲ ପୁଣି ବିବାଦରେ ଫସିଛି ।

ଲାବ୍ରୋଟୋରୀରୁ ମିଳିଲା ଭ୍ରୁଣ:- ସାଗର ଜିଲ୍ଲାର ମିଶନରୀ ସ୍କୁଲ ନିର୍ମଳ ଜ୍ୟୋତି ହାୟର ସେକେଣ୍ଡାରୀ ସ୍କୁଲ ବିରୋଧରେ ଗତ ଗୁରୁବାର ରାଜ୍ୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ ମାମଲା ରୁଜୁ କରିଛି । ଆୟୋଗର ୨ଜଣ ସଦସ୍ୟ ଓମକାର ସିଂ ଓ ଡକ୍ଟର ନିବେଦିତା ଶର୍ମା ସ୍କୁଲରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲେ । ଏହି ଯାଞ୍ଚ ସମୟରେ ଲାବ୍ରୋଟୋରୀରୁ ମିଳିଥିଲା ମାନବ ଭ୍ରୁଣ । ଏହାକୁ ନେଇ ସ୍କୁଲ କର୍ତ୍ତୃପକ୍ଷ ସନ୍ତୋଷମୂଳକ ଉତ୍ତର ଦେଇପାରିନଥିଲେ । ଏହାକୁ ପ୍ଲାଷ୍ଟିକ ଭ୍ରୁଣ ବୋଲି ପ୍ରଥମେ କୁହାଯାଇଥିଲା । ହେଲେ ଏହାକୁ କିଛି ରାସାୟନିକ ପଦାର୍ଥ ମଧ୍ୟରେ କାହିଁକି ରଖାଯାଇଛି ବୋଲି ଆୟୋଗର ସଦସ୍ୟ ପ୍ରଶ୍ନ କରିଥିଲେ । ମାତ୍ର ସନ୍ତୋଷମୂଳକ ଉତ୍ତର ଦେବାରେ ସ୍କୁଲ କର୍ତ୍ତୃପକ୍ଷ ଅକ୍ଷମ ରହିଥିଲେ । ଏହାପରେ ସ୍କୁଲ ବିରୋଧରେ ମାମଲା ରୁଜୁ ହେବା ସହ ଏହାର ଯାଞ୍ଚ ଲାଗି ପଠାଯାଇଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ- Death Threat: ଧମକ ଦେଇଥିବା ଯୁବକ ଗିରଫ, ଅନ୍ୟ ନେତାଙ୍କୁ ବି କରିଥିଲା ଭୟଭୀତ

RTI ଆକ୍ଟର ହେଉନି ପାଳନ: ରାଜ୍ୟ ଶିଶୁ ଅଧିକାର ସଂରକ୍ଷଣର ସଦସ୍ୟ ଓମକାର ସିଂ ଓ ଡକ୍ଟର ନିବେଦିତା ଶର୍ମା ପ୍ରଶାସନିକ ଅଧିକାର ଓ ପୋଲିସ ସହିତ ଅପରାହ୍ନ ପ୍ରାୟ ୪ଟାରେ ବିଦ୍ୟାଳୟରେ ପହଞ୍ଚିଥିଲେ । ସ୍କୁଲର ମାନ୍ୟତା ସମ୍ପର୍କିତ କିଛି କାଗଜପତ୍ର, ଆୟ ବ୍ୟୟ, ଦେୟ ଆଦାୟର ନୀତି, ସ୍କୁଲରେ ଶିକ୍ଷକ ଓ କର୍ମଚାରୀଙ୍କ ଯୋଗ୍ୟତା ସମ୍ପର୍କିତ ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲେ । ମାତ୍ର ଏହି ସ୍କୁଲରେ କାମ କରୁଥିବା କର୍ମଚାରୀଙ୍କ ସଠିକ ଭାବେ ଡକ୍ୟୁମେଣ୍ଟ ଭେରିଫିକେସନ କରାଯାଇନାହିଁ । ଏହାସହ ସ୍କୁଲରେ ସୂଚନା ଅଧିକାର ନିୟମର ସଠିକ ପାଳନ ହେଉନାହିଁ ।

ପଚରାଉଚରା ସମୟରେ ସ୍କୁଲ କର୍ତ୍ତୃପକ୍ଷ କହିଥିଲେ ଯେ ଏଠାରେ ପାଠ ପଢୁଥିବା ୧୭୮ ଛାତ୍ରଛାତ୍ରୀଙ୍କଠାରୁ କମ ଦେୟ ସଂଗ୍ରହ କରାଯାଉଛି । ମାତ୍ର ବାସ୍ତବଠାରୁ ଏହା ଭିନ୍ନ ଥିଲା । ଅନ୍ୟପଟେ ସ୍କୁଲର ପ୍ରଧାନ ସିଷ୍ଟରଙ୍କ କହିବାନୁସାରେ ସେ ଗତ କିଛି ଦିନ ପୂର୍ବରୁ ସ୍କୁଲରେ ଯୋଗ ଦେଇଛନ୍ତି । ଏଣୁ ଲାବ୍ରୋଟୋରୀରେ ମାନବ ଭ୍ରୁଣ ସମ୍ପର୍କରେ ତାଙ୍କ ନିକଟରେ କୌଣସି ସୂଚନା ନଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.