ଶ୍ରୀନଗର: ଜମ୍ମୁକାଶ୍ମୀରର ରିଆସୀ ଜିଲ୍ଲା ମଖିଧର ଜଙ୍ଗଲରେ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ବୁଧବାର ବିଳମ୍ବିତ ରାତିରେ ଜବତ ହୋଇଛି । ତେବେ ଏହି ଅସ୍ତ୍ରଶସ୍ତ୍ରକୁ ଭାରତୀୟ ସୁରକ୍ଷାବାହିନୀ ଓ ମାହୋର ପୋଲିସ ଜବତ କରିଥିବା ଜଣାପଡିଛି ।
ବୁଧବାର ବିଳମ୍ବିତ ସନ୍ଧ୍ୟାରେ, ରିୟାସି ଜିଲ୍ଲାର ମଖିଧର ସୁଦୂର ଘଞ୍ଚ ଜଙ୍ଗଲରେ ସନ୍ଦେହଜନକ କାର୍ଯ୍ୟକଳାପ ସମ୍ବନ୍ଧରେ ଏକ ବିଶେଷ ସୂତ୍ରରୁ ପୋଲିସ ଖବର ପାଇଥିଲା । ଭାରତୀୟ ସେନା ଏବଂ ଜେ.କେ.ପି. ଦ୍ବାରା ମିଳିତ ଭାବେ ନିରନ୍ତର ଅନୁସନ୍ଧାନ ପରେ ସଫଳତାର ସହିତ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ ହୋଇଛି ।
ଉଦ୍ଧାର ହୋଇଥିବା ଅସ୍ତ୍ରଶସ୍ତ୍ରରେ ଗୋଟିଏ AK-47 ରାଇଫଲ, SLR ରାଇଫଲ, 303 ରାଇଫଲ, ମାଗାଜିନ ସହିତ 2 ପିସ୍ତଲ, 04 UBGL ଗ୍ରେନେଡ ଏବଂ AK 47 ଗୁଳି ଏବଂ ରେଡିଓ ସେଟ୍ର ସମ୍ପୂର୍ଣ୍ଣ ବାକ୍ସ ଜବତ ହୋଇଥିବା ପୋଲିସ ସୂଚନା ଦେଇଛି ।
ଆତଙ୍କବାଦୀଙ୍କୁ ସୀମାର ଏହି ପାର୍ଶ୍ବକୁ ଆଣିବାକୁ ପାକିସ୍ତାନ ଲଗାତାର ଚେଷ୍ଟା କରୁଛି। ଗତ କିଛି ମାସ ମଧ୍ୟରେ ଭାରତୀୟ ସେନା, ଜେ.କେ.ପି ଏବଂ ଗୁଇନ୍ଦା ଏଜେନ୍ସି ମଧ୍ୟରେ ଘନିଷ୍ଠ ସମନ୍ବୟ ଓ ମିଳିତ ଉଦ୍ୟମ ଫଳରେ ପାକିସ୍ତାନର ଏଭଳି ଆକ୍ରମଣକୁ ପଣ୍ଡ କରିଥିବା ଜଣାପଡିଛି । ଜମ୍ମୁ ଅଞ୍ଚଳର ପିର ପଞ୍ଜଲ ରେଞ୍ଜର ଦକ୍ଷିଣରେ ଶାନ୍ତି ଏବଂ ବିକାଶକୁ ବଜାୟ ରଖିବା ପାଇଁ ଭାରତୀୟ ସେନା ସହିତ ଜେ.କେ.ପି.ର ପ୍ରୟାସ ଜାରି ରଖିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ