ETV Bharat / bharat

ଚିରାଗ ପାଶୱାନଙ୍କୁ ଝଟକା, ଜେଡିୟୁରେ ସାମିଲ ହେଲେ 208 ଏଲଜେପି ନେତା

ବିହାରରେ ଜେଡିୟୁରେ ସାମିଲ ହେଲେ 208 ଏଲଜେପି ନେତା । ଅଧିକ ପଢନ୍ତୁ...

ଚିରାଗ ପାଶୱାନଙ୍କୁ ଝଟକା
ଚିରାଗ ପାଶୱାନଙ୍କୁ ଝଟକା
author img

By

Published : Feb 19, 2021, 9:15 AM IST

ପାଟନା: ବିହାରରେ ଏଲଜେପି ମୁଖ୍ୟ ଚିରାଗ ପାଶୱାନଙ୍କୁ ଝଟକା ଲାଗିଛି । ଏଲଜେପି(ଲୋକ ଜନଶକ୍ତି ପାର୍ଟି)ର 200ରୁ ଅଧିକ ନେତା ଦଳ ଛାଡି ଶାସକ ଜେଡିୟୁ(ଜନତା ଦଳ ୟୁନାଇଟେଡ)ରେ ସାମିଲ ହୋଇଛନ୍ତି ।

ପୂର୍ବତନ ବିଧାୟକ ରାମେଶ୍ବର ପ୍ରସାଦ ଚୌରାସିଆ ଦଳ ଛାଡିବା ପରେ ଏପରି ସ୍ଥିତି ଦେଖିବାକୁ ମିଳିଛି । ଦଳର ପୂର୍ବତନ ମୁଖପାତ୍ର କେଶବ ସିଂଙ୍କ ନେତୃତ୍ବରେ ଏହି ନେତା ମାନେ ଜେଡିୟୁର ଦଳୀୟ କାର୍ଯ୍ୟାଳୟରେ ସାମିଲ ହୋଇଛନ୍ତି ।

ଜେଡିୟୁ ସଭାପତି ଆରସିପି ସିଂ ଏବଂ ବିହାର ରାଜ୍ୟ ସଭାପତି ଉମେଶ ସିଂ କୁଶୱାହା ସେମାନଙ୍କୁ ଦଳକୁ ସ୍ବାଗତ କରିଛନ୍ତି । ସେପଟେ ଦଳରେ ସାମିଲ ହେବା ପରେ ପୂର୍ବତନ ଏଲଜେପି ନେତା ରାମନାଥ ରାମନ ପାଶୱାନ, ଚିରାଗ ପାଶୱାନଙ୍କ ଉପରେ ବର୍ଷିଛନ୍ତି ।

ଚିରାଗ ପାଶୱାନଙ୍କୁ ଜେଲ ଯିବାରୁ କେହି ବଞ୍ଚାଇପାରିବେ ନାହିଁ ବୋଲି ସେ କହିଛନ୍ତି । ଅନ୍ୟପଟେ 208 ଜଣ ଏଲଜେପି ନେତାଙ୍କୁ ଦଳକୁ ସ୍ବାଗତ କରିବା ସହ ଏହା ଦଳକୁ ଆହୁରି ମଜବୁତ କରିବ ବୋଲି ଜେଡିୟୁ ସଭାପତି କହିଛନ୍ତି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.