ମୁମ୍ବାଇ: ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ 247 କୋଟି ଟଙ୍କା ମୂଲ୍ୟର ପ୍ରାୟ 35 କିଲୋଗ୍ରାମ ହିରୋଇନ ଜବତ ହୋଇଛି । ବିମାନ ବନ୍ଦରରେ ପହଞ୍ଚିଥିବା ଦୁଇ ବିଦେଶୀ ନାଗରିକଙ୍କ ପାଖରୁ ଏହି ବିପୁଳ ପରିମାଣର ଡ୍ରଗ୍ସ ଜବତ କରିବାରେ ସଫଳ ହୋଇଛି ବିମାନ ବନ୍ଦର କଷ୍ଟମ ବିଭାଗ । ଏହି ଘଟଣାରେ ଅଭିଯୁକ୍ତ ଦୁଇ ଜିମ୍ବାୱେ ନାଗରିକଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରହିଛି ।
ବିମାନବନ୍ଦରରେ ଅବତରଣ କରିବାକୁ ଥିବା ଏକ ବିମାନରେ ଦୁଇ ବିଦେଶୀ ନାଗରିକ ବିପୁଳ ପରିମାଣର ନିଶାଦ୍ରବ୍ୟ ଆଣିଥିବା ପୂର୍ବ ସୂଚନା ମିଳିବା ପରେ ବିମାନ ବନ୍ଦର କର୍ତ୍ତୃପକ୍ଷ ପ୍ରସ୍ତୁତି ଆରମ୍ଭ କରିଥିଲେ। ତେବେ ଏହି ଅପରେସନ ସଫଳ ହୋଇଥିବା ବେଳେ ଏହା ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଇତିହାସରେ ସର୍ବାଧିକ ପରିମାଣର ନିଶାଦ୍ରବ୍ୟ ଜବତ ବୋଲି କୁହାଯାଉଛି ।
ସୂଚନାନୁସାରେ, ଅଭିଯୁକ୍ତମାନେ ନିୟମିତ ମୁମ୍ବାଇକୁ ଡ୍ରଗ୍ସ ଚାଲାଣ କରୁଥିବା ସନ୍ଦେହ କରାଯାଉଛି । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ 46 ବର୍ଷ ବୟସ୍କା ପୁରୁଷ ଏବଂ 27 ବର୍ଷୀୟା ମହିଳା ଅଛନ୍ତି । ସମ୍ପୂର୍ଣ୍ଣ ଘଟଣାର ତଦନ୍ତ ଜାରି ରଖିଛି କଷ୍ଟମ ବିଭାଗ ଓ ମୁମ୍ବାଇ ପୋଲିସ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ