ETV Bharat / bharat

କପର୍ ଆମ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ?

କପର ବା ତମ୍ବା ପ୍ରାଚୀନ କାଳରୁ ହିଁ ଭାରତରେ ବ୍ୟବହାର ହୋଇଆସୁଛି । ତମ୍ବା ହେଉଛି ମାଇକ୍ରୋନ୍ୟୁଟ୍ରିଏଂଟ୍ , ଯାହା କି ଅନେକ ଶାରୀରିକ କ୍ରିୟା ପାଇଁ ଗୁରୁତ୍ୱପୂର୍ଣ୍ଣ । କପର୍ ବା ତମ୍ବାର ଅତ୍ୟଧିକ ବ୍ୟବହାର ସମସ୍ୟା ସୃଷ୍ଟି କରିପାରେ । ଆମେ ରୋଷେଇ କରିବା ପାଇଁ ଭିନ୍ନ ଭିନ୍ନ ପାତ୍ର ବ୍ୟବହାର କରୁ । ମଣିଷ ପ୍ରଥମେ ମାଟିନିର୍ମିତ ପାତ୍ର ଓ ବାସନକୁସନ ବ୍ୟବହାର କରିଆସୁଥିଲା । କିନ୍ତୁ ସମୟକ୍ରମେ ଷ୍ଟିଲ, ଆଲୁମିନିୟମ, କପର, କାଚ, ସେରାମିକର ବସନକୁସନ ବ୍ୟବହାର ହୋଇଆସୁଛି । କିନ୍ତୁ ତମ୍ବାର ବାସନକୁସନ ବ୍ୟବହାର କଲେ ଅନେକ ସ୍ୱାସ୍ଥ୍ୟଗତ ଫାଇଦା ରହିଛି ।

author img

By

Published : Mar 12, 2021, 9:05 PM IST

ତମ୍ବା ନିର୍ମିତ ରୋଷେଇ ରନ୍ଧନ ପାତ୍ର

ତମ୍ବା ପାତ୍ର ଭାରତରେ ବହୁ ପ୍ରାଚୀନ ସମୟରୁ ଉଚ୍ଚ ପ୍ରଶଂସିତ ହୋଇଆସିଛି । ପ୍ରାଚୀନ ଭାରତରେ ତମ୍ବା ପ୍ରଚ୍‌ୁର ପରିମାଣରେ ମିଳୁଥିଲା । ଖଣିରୁ ତମ୍ବା ନିଆଯାଇ ବିଭିନ୍ନ ବାସନକୁସନ ନିର୍ମାଣ କରାଯାଉଥିଲା । ରାଜସ୍ଥାନର କ୍ଷେତ୍ରୀ ଖଣିରୁ ଶହ ଶତାବ୍ଦୀ ଶତାବ୍ଦୀ ଧରି ତମ୍ବା ମାଇନିଂ ହେଉଥିଲା । ତମ୍ବା ବା କପର୍ ଉତ୍ତାପର ଭଲ କଣ୍ଡକ୍ଟର । ତେଣୁ ତମ୍ବାପାତ୍ରରେ ରନ୍ଧନ ଦ୍ୱାରା ଉତ୍ତାପ ନିୟନ୍ତ୍ରଣ କରିବା ସହଜ ହୋଇଥାଏ । କପର୍ ଓ ଜିଙ୍କରୁ ପ୍ରସ୍ତୁତ ବ୍ରାସ୍ ରନ୍ଧନ ବାସନକୁସନ ଭାବେ କମ୍ ହିଁ ବ୍ୟବହାର କରାଯାଏ । ବ୍ରୋଞ୍ଜ ହେଉଛି କପର୍ ଓ ଟିନ୍‌ର ଆଲୟ ।

ଆମ ସ୍ୱାସ୍ଥ୍ୟ ପାଇଁ ସ୍ୱଳ୍ପ ପରିମାଣର କପର୍ ଉପକାରୀ ହୋଇଥାଏ । ତେବେ ଅଳ୍ପ ଡୋଜ ଅଳ୍ପ ଡୋଜର ଅଧିକ ପରିମାଣ ବିଷାକ୍ତ ହୋଇଥାଏ । ପ୍ରଦୂଷିତ ଖାଦ୍ୟ ବା ପାଣି ଜରିଆରେ ଅଧିକ ମାତ୍ରାରେ କପର୍ ସଂସ୍ପର୍ଶରେ ଆସିଲେ ଏହା ହାନିକାରକ ହୋଇଥାଏ । ୱିଲସନ୍ସ ଡିଜିଜ୍ ଭଳି ନିର୍ଦ୍ଦିଷ୍ଟ ଜେନେଟିକ୍ ବିକୃତି କପର୍ ଟକ୍ସିସିଟିର ପରିଣାମ । ସେଗୁଡିକର ଲକ୍ଷଣ ସବୁ ହେଲା –

. ଡାଇରିଆ

. ମୁଣ୍ଡବ୍ୟଥା

. କିଡନୀ ଅଚଳ

. ରକ୍ତ ବାନ୍ତି

. ଆଖିର କର୍ଣ୍ଣିଆ କପର୍ କଲରରେ ପରିଣତ ହେବା

ଉପରୋକ୍ତ କାରଣରୁ ତମ୍ବା ଓ ପିତ୍ତଳ ବାସନକୁସନ ଅନ୍ୟ ଏକ ମେଟାଲରେ କୋଟିଂ ହୋଇଥାଏ । ଯାହାଫଳରେ ଖାଦ୍ୟ ସିଧାସଳଖ ତମ୍ବା ସଂସ୍ପର୍ଶରେ ଆସିପାରିବ ନାହିଁ । ଖାଦ୍ୟ ଦ୍ୱାରା ସ୍ୱଳ୍ପ ପରିମାଣର କୋଟିଂ ମିଳାଇ ଯାଇପାରେ । ବିଶେଷକରି ଏସିଡିକ୍ ଖାଦ୍ୟ, ଯାହା କି ଲମ୍ବା ସମୟ ଧରି ରନ୍ଧାଯାଇଥାଏ ବା ଷ୍ଟୋର କରି ରଖାଯାଏ । ବ୍ରାସ୍ବା କପର୍ ପାତ୍ରରେ ରନ୍ଧନ କରିବା ପରାମର୍ଶ ଯୋଗ୍ୟ ନୁହେଁ । କାରଣ ଖାଦ୍ୟରେ ଥିବା ଲୁଣ ବା ଆୟୋଡିନ କପର୍ ସହିତ ସହଜରେ ପ୍ରତିକ୍ରିୟାଶୀଳ ହୋଇ ଖାଦ୍ୟରେ ଅଧିକରୁ ଅଧିକ କପର୍ ଛାଡିଥାଏ , ଯାହା କି ବାଂଛନୀୟ ନୁହେଁ । ବ୍ରାସ ଥାଳିରେ ଖାଇବା ଠିକ୍ । କିନ୍ତୁ ରନ୍ଧନ କରିବା ଠିକ୍ ନୁହେଁ । କପର୍ ଡେଫିସିଏନସିର ସାଧାରଣ ସଂକେତ ଓ ଲକ୍ଷଣ ବିରଳ । କିନ୍ତୁ ଲକ୍ଷଣ ଦେଖାଗଲେ ନିମ୍ନଲିଖିତ ସମସ୍ୟା ସୃଷ୍ଟି ହୁଏ ।

. ଅତିଶକ୍ତ କ୍ଲାନ୍ତି ଓ ଦୁର୍ବଳତା

. ବିଖଣ୍ଡିତ ହାଡ

. ଦୁର୍ବଳ ସ୍ମରଣ ଶକ୍ତି

. ଚାଲିବାରେ ଅସୁବିଧା

. ଥଣ୍ଡା ସମ୍ବେଦନଶୀଳତା

. ମଳିନ ତ୍ୱଚା

. ସମୟ ପୂର୍ବରୁ ବାଳ ପାଚିବା

. ଦୃଷ୍ଟିଶକ୍ତି ଦୁର୍ବଳ

ସଂରକ୍ଷିତ ଖାଦ୍ୟରେ ଥିବା ବ୍ୟାକଟେରିଆକୁ ପ୍ରଭାବୀ ଢଙ୍ଗରେ ମୁକାବିଲା କରିପାରେ କପର୍ ମାତ୍ର । ୧୦୦ ମିଲିଗ୍ରାମରୁ କମ୍ କପର୍ଶ ରୀର ପାଇଁ ଯଥେଷ୍ଟ । ଯାହା କି ସାଧାରଣ ଖାଦ୍ୟରେ ଥାଏ । ଲିଭର ହେଉଛି କପର୍ ମେଟାବଲିଜିମର କେନ୍ଦ୍ର । ଏହା ଲୋହିତ ରକ୍ତ କୋଷର ନିର୍ମାଣରେ ସହଯୋଗ କରିଥାଏ । କପର୍ ହାଡ, ରକ୍ତ କୋଷ, ସ୍ନାୟୁ ପ୍ରତି ଉପକାରୀ ହୋଇଥାଏ । ଇମ୍ୟୁନ ଫଙ୍କସନରେ ବି ଏହା ସହାୟକ ହୋଇଥାଏ । ବାଦାମ, ମଞ୍ଜି, ଛତୁ ଓ ମାଂସ ଲିଭରରେ ପ୍ରଚୁର ପରିମାଣରେ ତମ୍ବା ବା କପର୍ ଥାଏ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.