ETV Bharat / bharat

ମାସିକ ଋତୁସ୍ରାବ ଉପରେ ରହିଛି କି ମହାମାରୀ ପ୍ରଭାବ ?

author img

By

Published : Apr 23, 2021, 8:00 AM IST

କେବଳ ସଂକ୍ରମଣ ନୁହେଁ, ଟୀକା ନେବା ପରେ ମଧ୍ୟ ମାସିକ ଋତୁସ୍ରାବରେ ଅନିୟମିତତା ଦେଖାଦେଉଥିବା ଅଭିଯୋଗ ହୋଇଛି । ତେବେ ଏହି ଅଭିଯୋଗ କେତେ ସତ ? ମାସିକ ଋତୁସ୍ରାବକୁ ପ୍ରଭାବିତ କରେ କି ମହାମାରୀ ? ଜାଣିବା ପାଇଁ ପଢନ୍ତୁ ଏହି ବିଶେଷ ଅନୁସନ୍ଧାନମୂଳକ ରିପୋର୍ଟ...

ମାସିକ ଋତୁସ୍ରାବ ଉପରେ ରହିଛି କି ମହାମାରୀ ପ୍ରଭାବ?

ନୂଆଦିଲ୍ଲୀ: ମହାମାରୀର ମରଣଯନ୍ତା ଭିତରେ ସଂଘର୍ଷ କରୁଛି ଭାରତ । ସୁସ୍ଥ ଜୀବନ ଆଗରେ ବଡ ଚ୍ୟାଲେଞ୍ଜ ଭାବେ ଛିଡା ହୋଇଛି କୋରୋନା ଭୂତାଣୁ । କଠିନ ସମସ୍ୟାର ସାମ୍ନା କରୁଛନ୍ତି ଦେଶବାସୀ । ଚିନ୍ତା, ଭୟ ଓ ଚାପଗ୍ରସ୍ତ ଭିତରେ ବିତୁଛି ଜୀବନ । ମହାମାରୀ ପୁରୁଷଙ୍କୁ ଅଧିକ ଆଟାକ କରୁଥିବା ବେଳେ ମହିଳାଙ୍କ ପାଇଁ ବି ସୃଷ୍ଟି କରୁଛି ସମସ୍ୟା । ମହାମାରୀ ଓ ଟୀକାକରଣ ମାସିକ ଋତୁସ୍ରାବକୁ ପ୍ରଭାବିତ କରିଥାଏ କି ...

କୋରୋନା ଭୂତାଣୁ ପୁରୁଷଙ୍କ ତୁଳନାରେ ମହିଳାଙ୍କ ପାଇଁ କମ୍‌ ବିପଦଜନକ । ମାତ୍ର ମହାମାରୀର ସଂକ୍ରମଣ ମଧ୍ୟରେ ମହିଳାଙ୍କ କ୍ଷେତ୍ରରେ ଟିକିଏ ସ୍ବାସ୍ଥ୍ୟ ସମସ୍ୟା ପରିଲକ୍ଷିତ ହେଉଛି । ଅନେକ ମାମଲା ସାମ୍ନାକୁ ଆସୁଛି ଯେଉଁଥିରେ କୋରୋନା ସଂକ୍ରମଣ ଦେଇ ଗତି କରୁଥିବା ମହିଳାଙ୍କ ମାସିକ ଧର୍ମ ଅର୍ଥାତ ଋତୁସ୍ରାବରେ ଦେଖିବାକୁ ମିଳୁଛି ପରିବର୍ତ୍ତନ । କେବଳ ସଂକ୍ରମଣ ନୁହେଁ, ଟିକା ନେବା ପରେ ମଧ୍ୟ ମାସିକ ଋତୁସ୍ରାବରେ ଅନିୟମିତତା ଦେଖାଦେଉଥିବା ଅଭିଯୋଗ ହେଉଛି । ତେବେ ଏହି ଅଭିଯୋଗରେ ରହିଛି କେତେ ସତ ? ମାସିକ ଋତୁସ୍ରାବ ଉପରେ ପଡୁଛି କି ମହାମାରୀର ପ୍ରଭାବ ? ତମାମ ପ୍ରଶ୍ନ ମଧ୍ୟରେ ମହିଳାଙ୍କ ମାସିକଧର୍ମରେ ଅନିୟମିତତା ଉପରେ ଅଧିକ ଅନୁସନ୍ଧାନର ଆବଶ୍ୟକତା ଥିବା କୁହାଯାଇପାରେ ।

ନିକଟରେ ସଂକ୍ରମଣରୁ ସୁସ୍ଥ ହେବା ପରେ ଏବଂ ଟିକା ନେଇସାରିଥିବା କିଛି ମହିଳା ମାସିକ ଋତୁସ୍ରାବରେ ଅନିୟମିତାକୁ ନେଇ ଅଭିଯୋଗ କରିଛନ୍ତି । ଋତୁସ୍ରାବରେ ଅନିୟମିତତା, ଏହି ସମୟରେ ଅଧିକ ଯନ୍ତ୍ରଣା ଅନୁଭବ, ହର୍ମୋନାଲ ପରିବର୍ତ୍ତନ ଭଳି ସମସ୍ୟା ପଛରେ ରହିଛି ଗୋଟିଏ କାରଣ । ଆଉ ତାହା ହେଉଛି ଅତ୍ୟଧିକ ଚିନ୍ତା ଏବଂ ମାନସିକ ଅବସାଦ । ମାନସିକ ଅବସାଦ କାରଣରୁ ମାସିକ ଋତୁସ୍ରାବ ଅବଧିରେ ଅନେକ ପରିବର୍ତ୍ତନ ହୋଇଥାଏ ।

ମାସିକ ଋତୁସ୍ରାବର ଅବଧି...

ମାସିକ ଋତୁସ୍ରାବରେ ଅନିୟମତିତା ପୂର୍ବରୁ ଏହାର ଅବଧି ସମ୍ବନ୍ଧରେ ଜାଣନ୍ତୁ...ଋତୁ ଆରମ୍ଭର ପ୍ରଥମ ଦିନଠାରୁ ପରବର୍ତ୍ତି ଋତୁର ପ୍ରଥମ ଦିନ ପର୍ଯ୍ୟନ୍ତ ଯୁବତୀମାନଙ୍କର ପ୍ରାୟ ୨୧ରୁ ୪୫ ଦିନ ଓ ମହିଳାଙ୍କର ୨୧ରୁ ୩୧ ଦିନ (ହାରାହାରି ୨୮ ଦିନ) ସମୟ ଲାଗେ । ପ୍ରାୟ ୪୫ରୁ ୫୫ ବୟସ ମଧ୍ୟରେ ଋତୁଚକ୍ର ବନ୍ଦ ହୁଏ । ସମୟ ଠାରୁ ଋତୁସ୍ରାବ ସମ୍ପୁର୍ଣ୍ଣ ବନ୍ଦ ହୋଇଯାଏ । ଋତୁସ୍ରାବ ସାଧାରଣତଃ ୨ରୁ 5 ଦିନ ପର୍ଯ୍ୟନ୍ତ ଲାଗିରହେ ।

ମାସିକ ଋତୁସ୍ରାବରେ କାହିଁକି ଦେଖାଦିଏ ଅନିୟମିତତା ?

ଅନିୟମିତ ଋତୁସ୍ରାବ ମହିଳାଙ୍କ କ୍ଷେତ୍ରରେ ଦେଖାଯାଉଥିବା ଏକ ସାଧାରଣ ସମସ୍ୟା । ଅନେକ ସମୟରେ ଏହି ସମସ୍ୟା ସାଧାରଣ ହୋଇଥିବାବେଳେ ଆଉ କିଛି କ୍ଷେତ୍ରରେ ଏହା ଗୁରୁତର ପାଲଟିଯାଏ । ଏଭଳିସ୍ଥିତିରେ ସମସ୍ୟାକୁ ଅଣଦେଖା କରିବା ଉଚିତ ନୁହେଁ ।

ଏହି ସମସ୍ୟାର ଅନେକ ଲକ୍ଷଣ ରହିଛି । ସାଧାରଣତଃ ମାସିକ ଋତୁସ୍ରାବ 14ରୁ 50 ବର୍ଷ ମଧ୍ୟରେ ହୋଇଥାଏ । ଏହି ଚକ୍ର ମାସକୁ ଥରେ ହୁଏ, ଯାହା 3ରୁ 5 ଦିନ ଧରି ଚାଲେ । ଏହି ସମୟରେ ପେଟରେ ଯନ୍ତ୍ରଣା ସାଧାରଣ ଲକ୍ଷଣ । ହେଲେ କିଛି କ୍ଷେତ୍ରରେ ମାତ୍ରାଧିକ ରକ୍ତସ୍ରାବ, ମୁଣ୍ଡ ବ୍ୟଥା ଭଳି ସମସ୍ୟା ଦେଖାଦିଏ । ଆଉ କିଛି ସ୍ଥଳେ ମହିଳାମାନେ ଋତୁସ୍ରାବରେ ବିଳମ୍ବ କିମ୍ବା ପିରିୟଡ୍ସ ମିସ ହେବା ଭଳି ସମସ୍ୟାର ସାମ୍ନା କରନ୍ତି । ଅନିୟମିତତା ମାସିକ ଋତୁସ୍ରାବ ପଛରେ ହର୍ମୋନର ବଡ କାରଣ ରହିଛି ।

ମାତ୍ରାଧିକ ଚିନ୍ତା ଓ ଅବସାଦ କାରଣରୁ ମଧ୍ୟ ମାସିକ ଧର୍ମରେ ଅନିୟମିତତା ପରିଲକ୍ଷିତ ହୁଏ । ବିଶେଷଜ୍ଞଙ୍କ ଅନୁଯାୟୀ, ଚିନ୍ତା ଓ ଅବସାଦର ସିଧାସଳଖ ପ୍ରଭାବ ଇଷ୍ଟ୍ରୋଜେନ ଓ ପ୍ରୋଜେଷ୍ଟେରନ ହର୍ମୋନ ଉପରେ ପଡିଥାଏ । ମହିଳାଙ୍କ ଶରୀରରେ ଇଷ୍ଟ୍ରୋଜେନ, ପ୍ରୋଜେଷ୍ଟିରୋନ ହର୍ମୋନ ରହିଥାଏ । ଆଉ ଏହି ସବୁ ହର୍ମୋନର ସନ୍ତୁଳନ ବିଗିଡିବା କାରଣରୁ ମାସିକ ଋତୁସ୍ରାବରେ ଦେଖାଦିଏ ଅନିୟମିତତା ।

ମାସିକ ଋତୁସ୍ରାବ ଉପରେ ପ୍ରଭାବ ପକାଏ କି ମହାମାରୀ ଓ ଟିକା ?

ମହାମାରୀ କୋରୋନା ସମୟରେ ଏବେ ସମସ୍ତଙ୍କ ମନରେ ବଢିଛି ଚିନ୍ତା । ଅବସାଦ ଭିତରେ ବିତୁଛି ଜୀବନ । ଯାହାର ପରିଣାମ ସ୍ବରୂପ ଋତୁସ୍ରାବରେ ଅନିୟମିତତା ଦେଖାଦେଉଥିବା କୁହାଯାଇପାରେ । ହେଲେ ମହାମାରୀ ଯେ ଅନିୟମିତତା ମାସିକ ଧର୍ମର ମୂଳ କାରଣ ଏନେଇ କୌଣସି ପ୍ରମାଣ ମିଳିପାରିନାହିଁ ।

ସେହିପରି ଟିକା ନେବା ପରେ ଜ୍ବର, ମୁଣ୍ଡବ୍ୟଥା, ଗଣ୍ଠି ପୀଡା ଭଳି ସାଧାରଣ ଲକ୍ଷଣ ଦେଖାଦିଏ । ମହିଳାଙ୍କ କ୍ଷେତ୍ରରେ କିନ୍ତୁ ଯଦିଓ ଟୀକାକରଣର ସେତେଟା ପାର୍ଶ୍ବ ପ୍ରତିକ୍ରିୟା ପରିଲକ୍ଷିତ ହେଉନାହିଁ, ତଥାପି କିଛି ଜଣ ମାସିକ ଋତୁସ୍ରାବରେ ଅନିୟମତା ନେଇ ଅଭିଯୋଗ କରୁଛନ୍ତି । ଏହି ଟିକା ମାସିକ ଋତୁସ୍ରାବକୁ କେତେଦୂର ପ୍ରଭାବିତ କରିପାରିବ ସେ ସମ୍ବନ୍ଧରେ କୌଣସି ଗବେଷଣାତ୍ମକ ପ୍ରମାଣ ଉପଲବ୍ଧ ନାହିଁ ।

ବିଶେଷଜ୍ଞମାନେ ବିଶ୍ବାସ କରୁଛନ୍ତି ଯେ, କେତେକାଂଶରେ ଟିକା ମାସିକ ଋତୁସ୍ରାବକୁ ପ୍ରଭାବିତ କରିଥାଏ । ସାଧାରଣଃ ପିରିୟଡ୍ସ ମିସ୍‌ କିମ୍ବା ନିର୍ଦ୍ଧାରିତ ଅବଧି ଠାରୁ ଅଧିକ ଦିନ ଋତୁସ୍ରାବ ସମସ୍ୟା ଉପୁଜେ । ମାସିକ ଋତୁସ୍ରାବ ଗତିଶୀଳ ପ୍ରକ୍ରିୟା ବୋଲି ବିଶ୍ବାସ କରାଯାଏ ଏବଂ ଦୈନନ୍ଦିନ ଜୀବନରେ ଘଟୁଥିବା ଅନେକ ଛୋଟ ପରିବର୍ତ୍ତନ କାରଣରୁ ଏହା ପ୍ରଭାବିତ ହେବା ସ୍ବାଭାବିକ । ଅତ୍ୟଧିକ ଚାପଗ୍ରସ୍ତ ଶୋଇବାରେ ଅନିୟମିତତା, ଏପରିକି କିଛି ଔଷଧ ମାସିକ ଋତୁଚକ୍ରକୁ ପ୍ରଭାବିତ କରିପାରେ । ଏହିସବୁ ବିଷୟକୁ ଧ୍ୟାନରେ ରଖି, ଟିକା ନେବା ପରେ ମାସିକ ଋତୁସ୍ରାବରେ କୌଣସି ପରିବର୍ତ୍ତନ ପରିଲକ୍ଷିତ ହେବା କୌଣସି ଅସ୍ବାଭାବିକ କଥା ନୁହେଁ ।

ମହାମାରୀ ସମୟରେ ମାସିକ ଋତୁସ୍ରାବକୁ ନେଇ କିଭଳି ରହିବେ ସତର୍କ ?

ଯଦିଓ ମହାମାରୀ ସମୟରେ ମାସିକ ଋତୁସ୍ରାବ ପ୍ରଭାବିତ ହେବାର କୌଣସି ଠୋସ ତଥ୍ୟ ନାହିଁ, ତଥାପି ମହିଳାଙ୍କୁ ସତର୍କ ରହିବାର ବେଶ ଆବଶ୍ୟକତା ରହିଛି । ମହାମାରୀ ସମୟରେ ସ୍ବଚ୍ଛତା ଓ ସୁସ୍ଥ ଜୀବନ ଅଧିକ ଜରୁରୀ । ଏଭଳି ସ୍ଥିତିରେ ମହିଳାଙ୍କ ସାମ୍ନାରେ ରହିଛି ଅନେକ ସମସ୍ୟା ଭିତ୍ତିକ ଚ୍ୟାଲେଞ୍ଜ । କୋରୋନା ସମୟରେ ଋତୁସ୍ରାବ ଉପରେ ସ୍ବାସ୍ଥ୍ୟ ଏବଂ ସ୍ବଚ୍ଛତାର ଅଧିକ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି ।

ବାହାରେ କିମ୍ବା ଅଫିସରେ କାର୍ଯ୍ୟରତ ମହିଳାମାନେ ମାସିକ ଋତୁସ୍ରାବ ସମୟରେ ଅଧିକ ସତର୍କତା ଅବଲମ୍ବନ କରିବା ଦରକାର । ସର୍ବସାଧାରଣ ଶୌଚାଳୟରେ ସାନିଟାରୀ ପ୍ୟାଡ୍‌ ବଦଳାଇବା ସମୟରେ ଖାସ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଏହି ସମୟରେ ସାବୁନ ବ୍ୟବହାର ସହିତ ହାତ ସାନିଟାଇଜ ପରେ ହିଁ ପ୍ୟାଡ୍‌ ବଦଳାଇବା ଜରୁରୀ ।

ବିଶ୍ବରରେ ଅନେକ ମହିଳା ସ୍ବାସ୍ଥ୍ୟକର୍ମୀ ଓ ଆଗଧାଡିର କୋଭିଡ ଯୋଦ୍ଧା ଏହି ମହାମାରୀ ଯୁଦ୍ଧରେ ଯୋଦ୍ଧା ଭଳି କାର୍ଯ୍ୟ କରୁଛନ୍ତି ।ବିଶେଷ କରି ମେଡିକାଲରେ ନର୍ସ ଓ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଋତୁସ୍ରାବ ସମୟରେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡୁଛି, ଯାହା ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିପାରେ ।

ସ୍ବାସ୍ଥ୍ୟ ବ୍ୟବସ୍ଥାରେ ପ୍ରଦାନ କରାଯାଇଥିବା ସ୍ବାସ୍ଥ୍ୟ ସେବା କର୍ମଚାରୀଙ୍କ ପାଇଁ ଋତୁସ୍ରାବ କ୍ଷେତ୍ରରେ ବ୍ୟବହୃତ ସାମଗ୍ରୀ ପର୍ଯ୍ୟାପ୍ତ ନୁହେଁ । ମାସିକ ଋତୁସ୍ରାବର ସ୍ବଚ୍ଛତା ସାମଗ୍ରୀକୁ ମହିଳା ସ୍ବାସ୍ଥ୍ୟକର୍ମଚାରୀଙ୍କ ପାଇଁ ଆବଶ୍ୟକୀୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ଭାବରେ ବିବେଚନା କରାଯିବା ଉଚିତ । ଏହି ସମୟରେ ମହିଳାମାନେ ଋତୁସ୍ରାବ ସ୍ବଚ୍ଛତା ସାମଗ୍ରୀ ମୁଖ୍ୟତଃ ଅଧିକ ସାନିଟାରୀ ପ୍ୟାଡ୍‌ ନିଜ ପାଖରେ ଗଚ୍ଛିତ ରଖିବାର ଆବଶ୍ୟକତା ରହିଛି ।

ଋତୁସ୍ରାବ ସମୟରେ ସାନିଟାରୀ ପ୍ୟାଡକୁ ଶିଘ୍ର ବଦଳାଇବା କ୍ଷେତ୍ରରେ PPE କିଟ୍‌ ବାଧା ସାଜିଥାଏ । ଯାହାଫଳରେ ମହିଳାଙ୍କୁ ଅଧିକ ଅସୁବିଧାର ସାମ୍ନା କରିବାକୁ ପଡୁଛି । ହେଲେ ଅତିକମରେ 4 ଘଣ୍ଟାରେ ଥରେ ସାନିଟାରୀ ପ୍ୟାଡ ବଦଳାଇବାର ଆବଶ୍ୟକତା ରହିଛି ।

ମାସିକ ଋତୁସ୍ରାବରେ ମହାମାରୀ କୋରୋନାର ସମ୍ଭାବ୍ୟ ପ୍ରଭାବ, ଏବଂ ଅନିୟମିତତାକୁ ନେଇ ମହିଳାମାନେ ମାତ୍ରାଧିକ ଚାପଗ୍ରସ୍ତ ନହୋଇ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହେବା ଜରୁରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.