ETV Bharat / bharat

ପରୀକ୍ଷା ପାଇଁ ଛାଡୁନଥିଲେ ଶାଶୂଘର ଲୋକେ, ଲୁଚି ପଳାଇଲେ ପୋଲିସ ଷ୍ଟେସନ୍ - ପରକିୟା ପ୍ରୀତି

ପରୀକ୍ଷା ଦେବାକୁ ବାରଣ କରୁଥିଲେ ପରିବାର ସଦସ୍ୟ । ଘରୁ ଲୁଚି ପଳାଇ ପୋଲିସର ଆଶ୍ରୟ ନେଲେ ମାଗିଲେ ମହିଳା । ଅଧିକ ପଢନ୍ତୁ

ପରୀକ୍ଷା ଦେବା ପାଇଁ ବାରଣ କରୁଥିଲେ ଶାଶୂଘର ଲୋକେ, ଲୁଚି ପଳାଇ ପୋଲିସର ସହାୟତା ମାଗିଲେ ମହିଳା

author img

By

Published : Mar 16, 2023, 10:53 PM IST

କୋଲକାତା: ପରୀକ୍ଷା ଦେବା ପାଇଁ ଘରୁ ଫେରାର ହୋଇ ଥାନାର ଦ୍ବାରସ୍ଥ ହେଲେ ମହିଳା । ପରୀକ୍ଷା ପାଇଁ ମହିଳା ଜଣଙ୍କ ପ୍ରସ୍ତୁତି କରିଥିଲେ ହେଲେ ସ୍ବାମୀ ଓ ଶାଶୂଘର ଲୋକେ ପରୀକ୍ଷା ଦେବା ପାଇଁ ଅନୁମତି ଦେଇନଥିଲେ । ଫଳରେ ମହିଳାଜଣଙ୍କ ଘରୁ ଲୁଚି ପଳାଇ ସ୍ଥାନୀୟ ପୋଲିସରେ ଅଭିଯୋଗ କରିବାକୁ ବାଧ୍ୟ ହୋଇଛନ୍ତି । ପଶ୍ଚିମବଙ୍ଗର ମୁର୍ସିଦାବାଦରେ ଏପରି ଜଣେ ମହିଳାଙ୍କ କାହାଣୀ ଏବେ ସାମ୍ନାକୁ ଆସିଛି । ମହିଳାଙ୍କ ଅଭିଯୋଗ କ୍ରମେ ପୋଲିସ ମଧ୍ୟ ମହିଳାଙ୍କ ଶାଶୂଘର ଲୋକଙ୍କ ନାମରେ ମାମଲା ରୁଜୁ କରି ସେମାନଙ୍କ ସହ ଆଲୋଚନା କରିବାକୁ ପ୍ରୟାସ କରୁଛି ।

ସୂଚନା ଅନୁସାରେ, ମୁର୍ସିଦାବାଦର ସୁଲତାନା ଖାତୁନ ନାମ୍ନୀ ଜଣେ 20 ବର୍ଷୀୟା ମହିଳା ସ୍ଥାନୀୟ ବିନ୍ଦୁଗ୍ରାମର ବାସିନ୍ଦା ବଣ୍ଟି ଶେଖଙ୍କୁ ବିବାହ କରିଛନ୍ତି । ବିବାହ ପରେ ମଧ୍ୟ ସେ ପାଠପଢା ଜାରି ରଖିଥିଲେ । ସେ ଉଚ୍ଚମାଧ୍ୟମିକ ପରୀକ୍ଷା ପାଇଁ ଶିକ୍ଷାବର୍ଷ ଆରମ୍ଭରୁ ପ୍ରସ୍ତୁତି ଜାରି ରଖିଥିଲେ । ହେଲେ ତାଙ୍କ ପାଠପଢାରେ ପରିବାର ସଦସ୍ୟ ସହମତ ନଥିଲେ । ଏପରିକି ପରିବାରର ଅନ୍ୟ ସଦସ୍ୟଙ୍କ ସ୍ବାମୀ ମଧ୍ୟ ତାଙ୍କ ପାଠପଢାକୁ ବିରୋଧ କରିଆସୁଥିଲେ । ପରୀକ୍ଷା ସମୟ ଆସିବାରୁ ତାଙ୍କୁ ପରିବାର ସଦସ୍ୟ ଅସହଯୋଗ କରିଥିଲେ । ତାଙ୍କୁ ପରୀକ୍ଷାରୁ ବଞ୍ଚିତ କରିବା ପାଇଁ ଯୋଜନା ମଧ୍ୟ ହୋଇଥିଲା । ତାଙ୍କ ଆଡମିଟ କାର୍ଡ ସମେତ ଅନ୍ୟ କିଛି କାଗଜପତ୍ରକୁ ପରିବାର ଲୋକେ ଲୁଚାଇ ଦେଇଥିଲେ । ପରୀକ୍ଷା ଦିନ ସେ ବାଧ୍ୟ ହୋଇ ଘରୁ ପଳାଇ ନିକଟସ୍ଥ ଥାନାରେ ଅଭିଯୋଗ କିରଥିଲେ । ତାଙ୍କୁ ପରୀକ୍ଷା ଦେବା ପାଇଁ ଅବସର ଦେବା ପାଇଁ ପୋଲିସ ପ୍ରଶାସନ ବ୍ୟବସ୍ଥା କରନ୍ତୁ ବୋଲି ସେ ଅଭିଯୋଗ କରିଥିଲେ । ପୋଲିସ ଏକ ମାମଲା ରୁଜୁ କରି ପରିବାର ସଦସ୍ୟଙ୍କ ସହ ଯୋଗାଯୋଗ କରୁଛି ।

ସବୁ ବୟସର ବ୍ୟକ୍ତିବିଶେଷଙ୍କ ପାଠପଢା ପାଇଁ ସରକାର ବିଭିନ୍ନ ପ୍ରକାର କାର୍ଯ୍ୟପନ୍ଥା ଗ୍ରହଣ କରୁଛନ୍ତି । ଏପରି ସ୍ଥଳେ କିଛି ସ୍ଥାନରେ ଶିକ୍ଷାକୁ ନେଇ ସଚେତନତା ଅଭାବରୁ କିଛି ପରିବାରେ ମହିଳାଙ୍କ ଶିକ୍ଷାକୁ ଗୁରୁତ୍ବ ଦିଆଯାଉନାହିଁ । ଏପରିରକି ଘରର ଯୁବତୀମାନେ ମଧ୍ୟ ଅଧିକ ପାଠପଢିବାର ଆବଶ୍ୟକତା ନଥିବା କେହି କେହି ଯୁକ୍ତି ବାଢନ୍ତି । ଏସବୁ ବୈଚାରିକ ତାରତମ୍ୟ ମଧ୍ୟରେ ଲିଙ୍ଗଗତ ଶିକ୍ଷା ହାରରେ ପାର୍ଥକ୍ୟ ଦେଖାଯାଉଛି । ହେଲେ ପରୀକ୍ଷା ପାଇଁ ଜଣେ ମହିଳାଙ୍କ ଘରୁ ଫେରାର ହୋଇ ପୋଲିସର ଆଶ୍ରୟ ନେବା ଘଟଣାରେ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.