ETV Bharat / bharat

ହୋଟେଲ ଆଗରୁ ନହଟିବାରୁ ଗରମ ପାଣି ପକାଇ ୩ ଭିକ୍ଷୁକଙ୍କୁ ମାରିଦେଲେ ମାଲିକ

author img

By

Published : Jun 3, 2022, 8:44 PM IST

ମରିଗଲା ମାନବିକତା, ଗରମ ପାଣି ପକାଇ ୩ ଜଣ ଭିକ୍ଷୁକଙ୍କୁ ମାରିଦେଲେ ଜଣେ ହୋଟେଲ ମାଲିକ । ପୁନେର ସାସ୍ବଦ ଅଞ୍ଚଳରେ ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

ହୋଟେଲ ଆଗରୁ ନହଟିବାରୁ ଗରମ ପାଣି ପକାଇ ୩ ଭିକ୍ଷୁକଙ୍କୁ ମାରିଦେଲେ ମାଲିକ
ହୋଟେଲ ଆଗରୁ ନହଟିବାରୁ ଗରମ ପାଣି ପକାଇ ୩ ଭିକ୍ଷୁକଙ୍କୁ ମାରିଦେଲେ ମାଲିକ

ମୁମ୍ବାଇ: ମରିଗଲା ମାନବିକତା, ଗରମ ପାଣି ପକାଇ ୩ ଜଣ ଭିକ୍ଷୁକଙ୍କୁ ମାରିଦେଲେ ଜଣେ ହୋଟେଲ ମାଲିକ । ପୁନେର ସାସ୍ବଦ ଅଞ୍ଚଳରେ ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ଅହଲ୍ୟା ଦେବୀ ମାର୍କେଟରେ ଥିବା ପପ୍ପୁ ଜଗତାପ ହୋଟେଲ ରହିଛି । ଏହି ହୋଟେଲ ପାଖାପାଖି ୩ ଜଣ ଭିକ୍ଷୁକ ପ୍ରତ୍ୟେକ ଦିନ ଭିକ୍ଷାବୃତ୍ତି କରୁଥିଲେ ।

ଏହାକୁ ନେଇ ହୋଟେଲ ମାଲିକ ପପ୍ପୁ ସବୁବେଳେ ଭିକ୍ଷୁକଙ୍କ ଉପରେ ଚିଡ଼ୁଥିଲେ । ତେବେ ମେ ମାସ ୨୩ ତାରିଖରେ ପପ୍ପୁଙ୍କ ଚିଢ଼ଚିଢ଼ାପଣ ଚରମ ସୀମାରେ ପହଞ୍ଚିଥିଲା । ସେହି ଭିକ୍ଷୁକଙ୍କୁ ଦେଖି ପ୍ରଥମେ ପପ୍ପୁ ତାଙ୍କୁ ଏକ ବାଡ଼ି ପିଟିଥିଲେ । ଏହାସତ୍ତ୍ବେ ଭିକ୍ଷୁକମାନେ ସେଠାରୁ ହଟିନଥିଲେ । ଏଥିରେ ଅଧିକ ଉତକ୍ଷିପ୍ତ ହୋଇ ପଡ଼ିଥିଲେ ହୋଟେଲ ମାଲିକ । ଶେଷରେ ସେ ହୋଟେଲ୍‌ରୁ ଟହଟହ ଫୁଟୁଥିବା ଗରମ ପାଣି ଆଣି ଭିକ୍ଷୁକଙ୍କ ଉପରେ ପକାଇ ଦେଲେ ।

ଏଥିରେ ୩ ଜଣ ଭିକ୍ଷୁକ ପୋଡ଼ି ମୃତ୍ୟୁବରଣ କରିଛନ୍ତି । ପ୍ରଥମେ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ଘଟଣା ଦିନ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜୁନ ୨ ତାରିଖରେ ଜଣେ ଭିକ୍ଷୁକଙ୍କ ମୃତ୍ୟୁ ହୋଇଛି ।

ଏହି ଘଟଣା ପରେ ହୋଲେଟ ମାଲିକ ଫେରାର ରହିଛନ୍ତି । କୁହାଯାଉଛି ସେ ସ୍ଥାନୀୟ ବିଧାୟକଙ୍କ ସମ୍ପର୍କୀୟ ହୋଇଥିବାରୁ ତାଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ମେ ୨୩ ତାରିଖରେ ଏହି ଘଟଣା ଘଟିଥିବା ବେଳେ ମେ ୩୦ ତାରିଖରେ ଥାନାରେ ମାମଲା ରୁଜୁ କରାଯାଇଛି ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.