ETV Bharat / bharat

ଚୋରି ଅଭିଯୋଗରେ ନର୍ସିଂ ଛାତ୍ରୀଙ୍କୁ ଉଲଗ୍ନ କରି ଚେକିଂ ! ତଦନ୍ତ କରୁଛି ପୋଲିସ

author img

By

Published : May 5, 2023, 8:01 AM IST

ନର୍ସିଂ ଛାତ୍ରୀଙ୍କୁ ଚେକିଂ ବେଳେ ଓ୍ବାର୍ଡେନଙ୍କ ଅସଦାଚରଣ ଅଭିଯୋଗ ଅଭିଯୋଗ । ଚୋରି ଅଭିଯୋଗରେ ଉଲଗ୍ନ କରି ଚେକିଂ । ଅଧିକ ପଢନ୍ତୁ

ନର୍ସିଂ ଛାତ୍ରୀଙ୍କୁ ଚୋରି ଅଭିଯୋଗରେ ଉଲଗ୍ନ କରି ଚେକିଂ ! ତଦନ୍ତ କରୁଛି ପୋଲିସ

ନୂଆଦିଲ୍ଲୀ: ଚୋରି ସନ୍ଦେହରେ ଦୁଇ ନର୍ସିଂ ଛାତ୍ରୀଙ୍କୁ ଉଲଗ୍ନ କରି ଚେକିଂ କଲେ କଲେଜର ମହିଳା ୱାର୍ଡେନ । ଏପରି ଏକ ଲଜ୍ଜାଜନକ ଘଟଣା ଦିଲ୍ଲୀର ଅହଲ୍ୟାବାଇ ନର୍ସିଂ ହଷ୍ଟେଲରୁ ସାମ୍ନାକୁ ଆସିଛି । ପୀଡିତା ଦୁଇ ନର୍ସିଂ ଛାତ୍ରୀଙ୍କ ପରିବାର ସଦସ୍ୟ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ପୀଡିତା ଛାତ୍ରୀମାନେ ଦିଲ୍ଲୀର ଲୋକ ନାୟକ ଜୟପ୍ରକାଶ ଡାକ୍ତରଖାନାରେ ବିଏସସି-ନର୍ସିଂ ପାଠ୍ୟକ୍ରମର ଛାତ୍ରୀ । ଉଭୟ ଅନ୍ତିମ ବର୍ଷରେ ଅଛନ୍ତି ଏବଂ ଅହଲ୍ୟାବାଇ ନର୍ସିଂ ହଷ୍ଟେଲ ରୁହନ୍ତି । ଉଭୟ କୌଣସି ଏକ ବିଷୟରେ କଥା ହେବା ପାଇଁ ହଷ୍ଟେଲର ଓ୍ବାର୍ଡେନ ମମତାଙ୍କୁ ଭେଟିଥିଲେ । ପରେ ସେମାନେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଇଥିଲେ ।

ହେଲେ ସେଠାରୁ ଫେରିବା ସମୟରେ ୱାର୍ଡେନ ମମତା ତାଙ୍କ ବ୍ୟାଗରୁ 8 ହଜାର ଟଙ୍କା ଚୋରି ହୋଇଯାଇଥିବା ଅଭିଯୋଗ କରିଥିଲେ । ଆଲୋଚନା ପାଇଁ କିଛି ସମୟ ପୂର୍ବରୁ ତାଙ୍କ ନିକଟକୁ ଯାଇଥିବା ଏହି ଦୁଇ ଛାତ୍ରୀଙ୍କୁ ସେ ସନ୍ଦେହ କରିଥିଲେ । ଏପରିକି ଚେକିଂ ମଧ୍ୟ କରିଥିଲେ । ଚେକିଂ ସମୟରେ ସେ ଉଭୟ ଛାତ୍ରୀଙ୍କ ପୋଷାକ ଖୋଲି ଚେକିଂ କରିଥିବାର ଅଭିଯୋଗ ହୋଇଛି । ଛାତ୍ରୀ ଦୁଇଜଣ ଏନେଇ ପରିବାର ସଦସ୍ୟଙ୍କ ନିକଟରେ ପ୍ରକାଶ କରିବା ପରେ ମାମଲା ଏବେ ଥାନାରେ ପହଞ୍ଚିଛି । ଏନେଇ ମହିଳା ଓ୍ବାର୍ଡେନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିନଥିବା ବେଳେ ପୋଲିସ ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ତଦନ୍ତ ଆରମ୍ଭ କରିଛି ।

ଦିଲ୍ଲୀର ତିଲକ ମାର୍ଗ ପୋଲିସ ଷ୍ଟେସନରେ ସମ୍ପୃକ୍ତ ମହିଳା ଓ୍ବାର୍ଡେନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଏହା ବ୍ୟତୀତ କଲେଜ କର୍ତ୍ତୃପକ୍ଷ ମଧ୍ୟ ଅଭିଯୋଗକୁ ଗମ୍ଭୀରତାର ସହ ନେଇ ବିଭାଗୀୟ ତଦନ୍ତ ଆରମ୍ଭ କରିଛନ୍ତି । ପ୍ରିନ୍ସପାଲଙ୍କ ଅଧ୍ୟକ୍ଷତାରେ ଏକ ଚାରିଜଣିଆ କମିଟି ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଛି । ତଦନ୍ତ ସରିବା ପର୍ଯ୍ୟନ୍ତ ସମ୍ପୃକ୍ତ ଓ୍ବାର୍ଡେନକୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ଉଭୟ ପୋଲିସ ଓ କଲେଜ କର୍ତ୍ତୃପକ୍ଷଙ୍କ ତଦନ୍ତ ଜାରି ରହିଛି । ତଦନ୍ତ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପୋଲିସ କହିଛି । ଏକ ଶିକ୍ଷାନୁଷ୍ଠାନରେ ଏ ପ୍ରକାର ଘଟଣାକୁ ନେଇ ଅଭିଭାବକ ଚିନ୍ତାରେ ପଡିଛନ୍ତି । ପୋଲିସ ଏହି ଦୁଇ ପୀଡିତାଙ୍କ ବୟାନ ମଧ୍ୟ ରେକର୍ଡ କରିବା ସହ ହଷ୍ଟେଲ କ୍ୟାମ୍ପସରେ ଲାଗିଥିବା ସିସିଟିଭିରୁ ଫୁଟେଜ ସଂଗ୍ରହ କରିବ । ପୋଲିସର ଏକ ଟିମ ଏନେଇ ହଷ୍ଟେଲ କ୍ୟାମ୍ପସ ଆସି ତଦନ୍ତ ମଧ୍ୟ କରିବା ନେଇ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.