ନୂଆଦିଲ୍ଲୀ: ନର୍ସ ମାନଙ୍କୁ କେବଳ ହିନ୍ଦୀ-ଇଂରାଜୀ ଭାଷାର ବ୍ୟବହାର ପାଇଁ ଜାରି କରାଯାଇଥିବା ନିର୍ଦ୍ଦେଶନାମାକୁ ରଦ୍ଦ କରାଯାଇଛି । ଦିଲ୍ଲୀର ଗୋବିନ୍ଦ ବଲ୍ଲଭପନ୍ତ ଇନଷ୍ଟିଚ୍ୟୁଟ୍ ଅଫ୍ ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (GIPMER) ଏହାର ସମସ୍ତ ନର୍ସିଂ କର୍ମଚାରୀଙ୍କୁ କେବଳ ହିନ୍ଦୀ ଏବଂ ଇଂରାଜୀ ଶବ୍ଦ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଥିଲା ।
ପ୍ରକାଶଥାଉକି, ଏହି ସର୍କୁଲାର ଜାରି ହେବା ପରେ କଂଗ୍ରେସ ସାଂସଦ ଶଶି ଥରୁର୍ ଓ କେସି ବେନୁଗୋପାଳ ପ୍ରତିକ୍ରିୟାଶୀଳ ହୋଇଥିଲେ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଟ୍ବିଟ କରାଯାଇଥିଲା । ଏହାର କିଛି ସମୟ ପରେ ଡାକ୍ତରଖାନା ପକ୍ଷରୁ ଆଉ ଏକ ସର୍କୁଲାର ଜାରି କରାଯାଇ ଏହି ନିର୍ଦ୍ଦେଶକୁ ରଦ୍ଦ କରାଯାଇଛି ।
ଡାକ୍ତରଖାନାର ନର୍ସିଂ ସୁପରିଟେଣ୍ଡେଣ୍ଟଙ୍କ ଦ୍ବାରା ଏକ ସର୍କୁଲାର ଜାରି କରି ସୂଚନା ଦେଇଥିଲେ । ହସ୍ପିଟାଲରେ କେରଳ ନର୍ସମାନେ ମାଲାୟଲାମ ଭାଷା ବ୍ୟବହାରକୁ ନେଇ ଅଭିଯୋଗ ହୋଇଥିଲା । ଏହାପରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ