ETV Bharat / bharat

‘ହସ୍ପିଟାଲରେ କଥାବାର୍ତ୍ତା ପାଇଁ କେବଳ ହିନ୍ଦୀ-ଇଂରାଜୀ ଭାଷା’

author img

By

Published : Jun 6, 2021, 8:53 AM IST

ଦିଲ୍ଲୀର ଗୋବିନ୍ଦ ବଲ୍ଲଭପନ୍ତ ଇନଷ୍ଟିଚ୍ୟୁଟ୍ ଅଫ୍ ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (GIPMER) ଏହାର ସମସ୍ତ ନର୍ସିଂ କର୍ମଚାରୀଙ୍କୁ କେବଳ ହିନ୍ଦୀ ଏବଂ ଇଂରାଜୀ ଶବ୍ଦ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ପଢନ୍ତୁ...

କେରଳ ନର୍ସଙ୍କୁ ଦିଲ୍ଲୀ ହସ୍ପିଟାଲର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀର ଗୋବିନ୍ଦ ବଲ୍ଲଭପନ୍ତ ଇନଷ୍ଟିଚ୍ୟୁଟ୍ ଅଫ୍ ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (GIPMER) ଏହାର ସମସ୍ତ ନର୍ସିଂ କର୍ମଚାରୀଙ୍କୁ କେବଳ ହିନ୍ଦୀ ଏବଂ ଇଂରାଜୀ ଶବ୍ଦ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟ ଭାଷାରେ କଥାବାର୍ତ୍ତା କରୁଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ମଧ୍ୟ କୁହାଯାଇଛି ।

ଡାକ୍ତରଖାନାର ନର୍ସିଂ ସୁପରିଟେଣ୍ଡେଣ୍ଟଙ୍କ ଦ୍ବାରା ଏକ ସର୍କୁଲାର ଜାରି କରାଯାଇ ଏହି ସୂଚନା ଦିଆଯାଇଛି । ହସ୍ପିଟାଲରେ ମାଲାୟଲାମ ଭାଷା ବ୍ୟବହାରକୁ ନେଇ ଅଭିଯୋଗ ହୋଇଥିଲା । ଏହାପରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଡାକ୍ତରଖାନାରେ ଅଧିକାଂଶ ରୋଗୀ ଏହି ଭାଷା ଜାଣନ୍ତିନି, ଯେଉଁ କାରଣରୁ ରୋଗୀଙ୍କୁ ଅନେକ ସମସ୍ୟାର ସମ୍ମୁଖିନ କରିବାକୁ ପଡୁଛି ।

ସେପଟେ କଂଗ୍ରେସ ସାଂସଦ କେସି ବେନୁଗୋପାଳ ଏହାକୁ ଅସାମ୍ବିଧାନିକ କହିଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଟ୍ବିଟ କରି ଏହି ସର୍କୁଲାରକୁ ରଦ୍ଦ କରିବାକୁ କହିଛନ୍ତି । କେରଳର ନର୍ସମାନେ ବିଶ୍ବବ୍ୟାପୀ ନିଜର କର୍ତ୍ତବ୍ୟ ପାଳନ କରୁଛନ୍ତି ଏବଂ ରୋଗୀମାନଙ୍କର ଯତ୍ନ ନେଉଛନ୍ତି।

ଯେଉଁ ନର୍ସମାନେ ଅନ୍ୟ ରାଜ୍ୟରୁ ଆସିଛନ୍ତି, ସେମାନେ ସେମାନଙ୍କ ମାତୃଭାଷାରେ ହିଁ କଥା ହେବେ ବୋଲି ସାଂସଦ କହିଛନ୍ତି । କଂଗ୍ରେସ ଲୋକସଭା ସାଂସଦ ଶଶି ଥରୁର୍ ମଧ୍ୟ ଏହାକୁ ନାଗରିକଙ୍କ ମୌଳିକ ଅଧିକାରର ଉଲ୍ଲଘଂନ ବୋଲି ଦର୍ଶାଇଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.