ମେଷ: ଆପଣଙ୍କ ବ୍ୟବସାୟରେ ଆପଣ ଲାଭ ପାଇପାରନ୍ତି ଏବଂ ତା ସହିତ ଆପଣ ସମାଜରେ ପରିଚୟ ପାଇବାର ଆନନ୍ଦ ମଧ୍ୟ ଦେଇପାରନ୍ତି । ବର ଏବଂ କନ୍ୟାମାନେ ସେମାନଙ୍କ ଭାଗ୍ୟଶାଳୀ ସମୟରେ ପ୍ରବେଶ କରିବେ, ଫଳରେ ଜଣେ ଅନ୍ୟ ଜଣକୁ ପାଇବାର ସମ୍ଭାବନା ରହିଛି । ଅବଶ୍ୟ ଅପରାହ୍ନ ସମୟରେ, ଆପଣ କାର୍ଯ୍ୟରେ ଧ୍ୟାନ ଏବଂ ଏକାଗ୍ରତା ହରାଇ ପାରନ୍ତି ।
ବୃଷ: ଆପଣଙ୍କ ସମ୍ପ୍ରଦାୟକୁ ଶାସନ କରିବାର ଆପଣଙ୍କ ଇଚ୍ଛା ଆପଣଙ୍କ ପାଖ ପଡୋଶୀ ବଢାଇ ପାରନ୍ତି । ଏପରି ଧାରଣାରେ ବହି ଯାଆନ୍ତୁ ନାହିଁ । କିଛି ନିଷ୍ପତି ନେବା ପୂର୍ବରୁ ଭାବନ୍ତୁ । ଆପଣଙ୍କ କାର୍ଯ୍ୟକୁ କେହି ପସନ୍ଦ କରିବେ ନାହିଁ । ଏହା ନିଶ୍ଚିତ ହୁଅନ୍ତୁ ଯେ ଆପଣ ଅନେକ ଶତ୍ରୁ ଅଛନ୍ତି ସତର୍କ ରୁହନ୍ତୁ ।
ମିଥୁନ: ଆପଣଙ୍କ ନିତିଦିନିଆ କଠିନ ପରିଶ୍ରମରୁ ବାହାରିବା ପାଇଁ ଆପଣ ଛୋଟ ଯାତ୍ରାରେ ଯିବାକୁ ଇଚ୍ଛା କରିବେ । ଆପଣ ଏହି ମଜାଦାର ଓ ଆରାମ ଯାତ୍ରାର ଯୋଜନା ଓ କାର୍ଯ୍ୟକାରୀ ସଫଳତାର ସହିତ କରିବେ । ସଂଧ୍ୟା ସମୟରେ ଆପଣ କିଛି ବାକିଆ ଥିବା କାର୍ଯ୍ୟପ୍ରକଳ୍ପ ହାତକୁ ନେବେ ।
କର୍କଟ: ଆପଣ ଲୋକମାନଙ୍କ ମନକୁ ନିଜ କଥା କହିବା ଶକ୍ତି ଦ୍ଵାରା ଜିତିବେ । ଏହା ଦ୍ଵାରା ଆପଣଙ୍କ କାମ ମଧ୍ୟ ଶୀଘ୍ର ହେବ । ଅପରାହ୍ଣରେ, ଆପଣ ଅଫିସରେ ଆର୍ଥିକ ଲାଭର ଖବର ପାଇବେ । ସଚେତନ ରୁହନ୍ତୁ କାରଣ ଛୋଟ ପୀଡା ଆପଣଙ୍କୁ ହଇରାଣ କରିପାରେ ।
ସିଂହ: ବ୍ୟବସାୟୀ ଓ ବେପାରୀମାନେ ସେମାନଙ୍କ ପ୍ରତିଯୋଗୀ ପାଇଁ ଚିନ୍ତିତ ରହିବା ଆବଶ୍ୟକ । ସେମାନେ ଆପଣଙ୍କ ପ୍ରଗତିରେ ଇର୍ଷାନ୍ଵିତ ହେବେ ଓ ଆପଣଙ୍କୁ ତଳକୁ ଟାଣିବା ପାଇଁ କୁଟିଳ ଯୋଜନା କରିବେ ।
କନ୍ୟା: ଆଜି ଆପଣ ଗ୍ରହଣ କରିବା ମନରେ ରହିବେ ଓ ସମସ୍ତ ଧାରଣାକୁ ଧ୍ୟାନ ଦେବେ । ତଥାପି ନିଷ୍ପତ୍ତି ନେବା ସମୟରେ ଜିଦ୍ ଗୁଣ ପ୍ରଭାବିତ କରିବ । ଆଜି କାର୍ଯ୍ୟସ୍ଥଳରେ କାମଗୁଡିକ ଠିକ ଭାବେ ସଜାଡନ୍ତୁ ।
ତୁଳା: ଆପଣଙ୍କୁ ନିଜ ଜ୍ଞାନ ଓ ଦକ୍ଷତାକୁ ବଢାଇବା ଦରକାର । ଆପଣଙ୍କ ଶେଷ ଲକ୍ଷ୍ୟ ପାଇବା ପାଇଁ ଆପଣ ନିଜ ବ୍ୟକ୍ତିତ୍ଵ ବଢାଇବା ପାଇଁ ଚେଷ୍ଟା କରିବେ । ଅପରାହ୍ନ ସୁଦ୍ଧା ଆପଣ କିଛି ସମସ୍ୟାକୁ ନେଇ ଚିନ୍ତିତ ହୋଇପାରନ୍ତି କିନ୍ତୁ ଜୀବନରେ ଏପରି ଛୋଟ ଛୋଟ ସମସ୍ୟା ଆସେ ଓ ଆପଣ ସେଥିରେ ଅଧିକ ଧ୍ୟାନ ଦେବା ଉଚିତ ନୁହେଁ ।
ବିଛା: ଆପଣଙ୍କ ଆଜି ଦିନ ଶକ୍ତି ସମ୍ପନ୍ନ ଭାବେ ଯିବ । କାର୍ଯ୍ୟସ୍ଥଳରେ ଆପଣଙ୍କ ଉଜ୍ଜ୍ଵଳ ମନୋଭାବ ଆପଣଙ୍କ ଦଳର ଅନ୍ୟ ସଦସ୍ୟମାନଙ୍କୁ ଆଶ୍ଚାର୍ଯ୍ୟନ୍ଵିତ କରିଦେବ । ଆପଣଙ୍କ ଶକ୍ତି ସ୍ତର ସବୁବେଳେ ଉଚ୍ଚ ରହିବ ଯାହା ଦ୍ଵାରା ମନ ଭଲ ରହିବ ।
ଧନୁ: ଆପଣଙ୍କ ଜୀବନସାଥୀଙ୍କ ସ୍ଵଭାବ ଆପଣଙ୍କ ମନ ଖରାପ ରହିପାରେ । କାର୍ଯ୍ୟସ୍ଥଳରେ ଆପଣ ବେସହାରା ଅନୁଭବ କରିପାରନ୍ତି ଓ ଚିନ୍ତାରେ ରହିପାରନ୍ତି । ଆପଣ ନିଜ ଜୀବନସାଥୀଙ୍କ ସହ ବସି ମିଳିମିଶି ଉଭୟଙ୍କ ମଧ୍ୟରେ ଥିବା ମନମାଳିନ୍ୟର ସମାଧାନ କରିବାରେ ସଫଳ ହେବେ ।
ମକର: ସାଧାରଣତଃ ଆପଣ ଜଣେ ଶାନ୍ତ ପ୍ରକୃତିର ମଣିଷ । କିନ୍ତୁ ଆଜି ଆପଣଙ୍କ ରାଗ ଦେଖି ଆପଣଙ୍କ ଚାରିପାଖରେ ଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିର ଦିନ ଆପଣଙ୍କ ଦିନ ନୁହେଁ, ସେଥିପାଇଁ କାହା ସହ ପାଟିତୁଣ୍ଡ କରନ୍ତୁ ନାହିଁ । କହିବା ପୂର୍ବରୁ ଭାବନ୍ତୁ ଓ କରିଛି କରିବା ପୂର୍ବରୁ ଥରେ ଆଗ କଥା ଭାବନ୍ତୁ ।
କୁମ୍ଭ: ଆଜି ଆପଣଙ୍କ ପାଇଁ ଦିନଟି ମଧ୍ୟମ ଧରଣର ହେବ । ଆପଣଙ୍କର ଆଧ୍ୟାତ୍ମିକ ମନ ଦିନକୁ ସନ୍ତୁଷ୍ଟମୟ କରିବ ଏବଂ ଆପଣ ସମସ୍ତ ପ୍ରତିକୂଳତାକୁ ଦୂରରେ ରଖିବାରେ ସମର୍ଥ ହେବେ । ଯଦି ଏହା କରିବାରେ ବିଫଳ ହୁଅନ୍ତି, ତେବେ ନିଷ୍ପତ୍ତି ନେବାର ଦକ୍ଷତାରେ ହାନୀ ପହଞ୍ଚାଇବ ଏବଂ ଆପଣଙ୍କ ଉତ୍ସାହ ମଧ୍ୟ କମ୍ କରିବ ।
ମୀନ: ଆଜିର ଯଥା ସମ୍ଭବ ଲାଭ ନେବା ପାଇଁ ଆପଣଙ୍କ ସମସ୍ତ ଶକ୍ତି ଏକାଠି କରନ୍ତୁ ଏବଂ ଅନୁକୂଳ ଦିଗରେ ପ୍ରୟୋଗ କରନ୍ତୁ । ଧ୍ୟାନ କିମ୍ୱା ଯୋଗ କରିବା ଦ୍ୱାରା ଆପଣ ଏହା ସମ୍ଭବ କରିପାରିବେ । ପରିବାର ସଦସ୍ୟ ଏବଂ ପ୍ରିୟଜନଙ୍କ ମଧ୍ୟରେ କଳହ ଏବଂ ଯୁକ୍ତିତର୍କ ହେବାର ସମ୍ଭାବନା ରହିଛି। ଆପଣଙ୍କର ଭାଷା ଏବଂ ଆକ୍ରମଣାତ୍କକ ବ୍ୟବହାର ନିୟନ୍ତ୍ରଣରେ ରଖନ୍ତୁ ।