ମେଷ: ଆଜି ଉଜ୍ଜଳ ଦିନ ରହିବ । ବିବାହ ବ୍ରତରେ ଯୋଗଦେବେ ନିଜ ପାରିବାର ସହ । ସାଙ୍ଗମାନଙ୍କ ସହଯୋଗ ମିଳିବ । ସାଙ୍ଗ ମାନଙ୍କୁ ଆତିଥ୍ୟ ପ୍ରଦାନ କରି ଅର୍ଥ ସାରିବେ । ବଡ ମାନଙ୍କର ପ୍ରିୟ ହୋଇ ଆନନ୍ଦ ପାଇବେ । ବନ୍ଧୁତ୍ୱ ନିବିଡତର ହେବ । ଦର୍ଶନୀୟ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି । ଖୋଜୁଥିବା ଜିନିଷ ମିଳିବ । ପିଲାମାନେ ଭଲ କରିବେ ।
ବୃଷ: ଦିନଟି ଅତି ଉଜ୍ଜଳ ହେବ । ନୂତନ କାର୍ଯ୍ୟ ହାତକୁ ନେବେ । କର୍ମୀ ତଥା ବ୍ୟବସାୟୀ ମାନେ ଉନ୍ନତି କରିବେ । ଉଚ୍ଚ ପଦସ୍ଥଙ୍କ ଦ୍ୱାରା ପ୍ରସଂଶା ଭାଜନ ହେବେ । ବେତନ ବୃଦ୍ଧି ହେବ । ପୁରୁଣା କାମ ଶେଷ କରିବେ । ପରିବାର ବର୍ଗ ଭଲ ପାଇବା ସହ ସମ୍ମାନ ଜଣାଇବେ । ଆକର୍ଶଣୀୟ ଉପହାର ମିଳିପାରେ ।
ମିଥୁନ: ଆଜିର ଦିନଟି ତୁମେ ଭୁଲି ଯିବାକୁ ଚାହିଁବ । ସମସ୍ତ କ୍ଷେତ୍ରରେ ବାଧା ପ୍ରତିବନ୍ଧକର ସାମନା କରିବ, ଏହା ସ୍ୱାସ୍ଥ୍ୟ, ସମ୍ପଦ କିମ୍ବା ପରିବାର ବର୍ଗଙ୍କ ପାଇଁ ହୋଇପାରେ। କାର୍ଯ୍ୟ ସ୍ଥଳରେ ମଧ୍ୟ ଚିଡିଚିଡା ସ୍ୱଭାବ ରହିବ । ସହକର୍ମୀମାନେ ସାହଯ୍ୟ କରିବେ ନାହିଁ। ଏପରିକି ତୁମ ସାଙ୍ଗ ତଥା ଉଚ୍ଚ କର୍ତୁର୍ପକ୍ଷ ମାନେ ତୁମଊପରେ ଗାଳିବର୍ଷଣ କରିବେ। ତେଣୁ ସେମାନଙ୍କ ସହିତ କଥାବାର୍ତା ନକରିବା ହିଁ ଭଲ ଅଟେ। ତୁମର ପିଲାମାନେ ମଧ୍ୟ ବିଶେଷ ଦୃଷ୍ଟି ଆକର୍ଷଣ କରିବେ।
କର୍କଟ: ଆଜି କୌଣସି କାର୍ଯ୍ୟ କରିବା ପୂର୍ବରୁ ଭାବିଚିନ୍ତି କରନ୍ତୁ । କୈଣସି ବିପଦରେ ପଡିପାରନ୍ତି। କୋର୍ଟ କଚେରୀ କାର୍ଯ୍ୟରୁ ନିଜକୁ ଦୂରେଇ ରଖନ୍ତୁ । ପରିବାର ସହ ସମୟ ବିତେଇବା ପାଇଁ ଚେଷ୍ଟା କରନ୍ତୁ । ମାଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ପଡିପାରନ୍ତି ।
ସିଂହ: ଆଜି ଆଶାନୁରୁପ ଫଳ ମିଳିବ ନାହିଁ । ଜୀବନ ସାଥୀ ସହ କଳହ ହେବ । ବନ୍ଧୁତ୍ୱକୁ ସୁଚାରୁ ରୂପେ ପରିଚାଳନା କରନ୍ତୁ । ବ୍ୟବସାୟୀମାନେ ଚୁକ୍ତି କରନ୍ତୁ ନାହିଁ । ସ୍ୱାସ୍ଥ୍ୟ ଭଲ ରହିବ ନାହିଁ । ସ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଚିନ୍ତାର କାରଣ ହେବ । ସାମାଜିକ ସ୍ଥିତି ସୁଦୃଢ ହେବ । ବିଦେଶୀ ବନ୍ଧୁ ମିଳନ ହେବ । କିଛି ସ୍ଥିରତା ମିଳିବ ନାହିଁ ।
କନ୍ୟା: ଆଜି ଭଲ ଦିନ ରହିବ । ପାରିବାରିକ ଶାନ୍ତି ଓ ସମୃଦ୍ଧି ମିଳିବ । ମୌଜ କରିବେ । ଦୁଃଖରୁ ନୁବୃତ ହେବେ । ଆୟ ଓ ପ୍ରତିଷ୍ଠା ବଢିବ । ବନ୍ଧୁ ମିଳନ ହେବ । ପରିବାର ଜନଙ୍କ ସହ ଖୁସୀ ଆଶାକରାଯାଏ ।
ତୁଳା: ସୁସମ୍ପର୍କ ତୁମକୁ ଶାନ୍ତି ପ୍ରଦାନ କରିବ । ବଳବାନ ଗ୍ରହ ତୁମର ମନୋବଳ ବୃଦ୍ଧି କରିବେ । ପିଲାମାନେ ତୁମ ବନ୍ଧୁ ମାନଙ୍କ ସହ ଭଲ ସମ୍ପର୍କ ଗଢିବେ । ଆଜି ଜୀବନ୍ତ ଓ ପ୍ରଫୁଲ ମନ ରହିବ । ଚିନ୍ତା ମୁକ୍ତ ରୁହନ୍ତୁ ଓ ଦିନଟି ଉପଭୋଗ କରନ୍ତୁ ।
ବିଛା: ଆପଣଙ୍କ ଉପରେ ବାହ୍ୟଚାପର ପ୍ରଭାବ ପଡିବାରୁ ଆପଣ ଉତ୍ତେଜିତ ହୋଇପାରନ୍ତି । ତେଣୁ ଆପଣ ଶାନ୍ତ ଓ ଧିର ହେବାକୁ ଚେଷ୍ଟା କରିବାର ମନ୍ତ୍ର ଜପିପାରନ୍ତି । ଚିନ୍ତା ଏବଂ ଅସୁସ୍ଥ ଶରୀର ଯୋଗୁଁ ହଡବଡେଇ ଯାଇପାରନ୍ତି । ଏହି ସମୟରେ ଆପଣଙ୍କର ବନ୍ଧୁ ବାନ୍ଧବ ଆପଣଙ୍କୁ ହତୋତ୍ସାହିତ କରିପାରନ୍ତି । ଆର୍ଥିକ ଉନ୍ନତି ପାଇଁ ଦିନଟି ଆଦୌ ଶୁଭ ନୁହେଁ । ଆର୍ଥିକ କ୍ଷତି ସହ୍ୟ କରିବାକୁ ପଡିପାରେ ।
ଧନୁ: ନୂଆ ପ୍ରକଳ୍ପ ଶୁଭାରମ୍ଭ କରିବା ପାଇଁ ଆଜି ଦିନଟି ହେଉଛି ଅତ୍ୟନ୍ତ ଉତ୍ତମ । ବନ୍ଧୁ ଏବଂ ସଂପର୍କୀୟମାନଙ୍କ ସହ ଆପଣ ଅନେକ ଖୁସିବାସୀରେ ସମୟ କାଟି ପାରନ୍ତି । ଗୋଟିଏ ଛୋଟ ଯାତ୍ରା କରିପାରିବେ । ଶରୀର ସମସ୍ୟା ରହିବ ନାହିଁ । ଧାର୍ମିକ ବିଷୟ ଉପରେ ଆଗ୍ରହ ନେଇପାରନ୍ତି । କାର୍ଯ୍ୟକଳାପ ଭଲ ଭାବରେ ହୋଇପାରେ ।
ମକର: ଆଜି ନିଜକୁ ସତର୍କତା ଅବଲମ୍ୱନ କରିବାକୁ ପଡିବ । ଆପଣଙ୍କର ଦାୟିତ୍ୱହିନ ବ୍ୟବହାର ପ୍ରତି ସତର୍କ ନ ରହିଲେ ନିଜର ପରିବାରର ସଦସ୍ୟ ଓ ପ୍ରିୟଜନଙ୍କ ସହ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇ ସେମାନଙ୍କୁ ଦୁଃଖିତ କରିବ । ମଧୁର କୋମଳ ବଚନ ସବୁ କିଛି ସମସ୍ୟାର ସମାଧାନ ସହଜରେ କୁଶଳତା ସହ ହୋଇପାରେ । ପୁଞ୍ଜି ଲଗାଣର ଆଜି ସଫଳତା ହାସଲ କରିବେ ।
କୁମ୍ଭ: ଆଜି ଦିନଟି ସଫଳତାର ଦିନ ଅଟେ । ଆଜି ଆପଣଙ୍କ ମାନସିକ, ଶାରୀରିକ ଆଧ୍ୟାତ୍ମିକ ସୁସ୍ଥତା ବଜାୟ ରହିବ । ପରିବାରର ସଦସ୍ୟ ଓ ବନ୍ଧୁଙ୍କ ଅଧିନରେ ବାହାରକୁ ବୁଲିବାକୁ ଯାଇପାରନ୍ତି । ଉପହାର ଦିଆ ନିଆ ଆପଣଙ୍କୁ ଆମୋଦିତ କରିପାରେ । ସୁଖାଦ୍ୟ ଭୋଜନ ଓ ପାନୀୟ ଗ୍ରହଣ କରି ନିଜକୁ ତୃପ୍ତ କରିପାରନ୍ତି ଏବଂ ବନ୍ଧୁଗହଣରେ ଭାବ ବିନିମୟରେ ଆନନ୍ଦ ଉପଭୋଗ କରିପାରନ୍ତି ।
ମୀନ: ଅତି ଲୋଭ ଶରୀରର କ୍ଷତି ସାଧନ କରିଥାଏ । ଏହା ଆପଣଙ୍କର ସହଜାତ ପ୍ରକୃତି ନୁହେଁ ଯାହାକି ଜୀବନର ଅତ୍ୟାବଶ୍ୟକ ଉପାଦାନ ଅଟେ । ଏହି କଥା ଅନୁସାରେ ଅପ୍ରୀତିକର ପରିସ୍ଥିତି ଠାରୁ ଦୂରେଇ ରୁହନ୍ତୁ । ନୂଆକରି ପୁଞ୍ଜି ଲଗାଣରୁ କ୍ଷାନ୍ତ ହୁଅନ୍ତୁ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ନ ଥିବାରୁ କୌଣସି କାର୍ଯ୍ୟରେ ମନ ଧ୍ୟାନ ଦେଇପାରିବେ ନାହିଁ ।