ମେଷ: ଆପଣଙ୍କ କ୍ରୀଡା ଭାବନା ଉଭୟ ଆପଣଙ୍କ ବ୍ୟବସାୟିକ ଓ ବ୍ୟକ୍ତିଗତ ଜୀବନରେ କାମ ଦେବ । ଆଜି ଆପଣଙ୍କ ଜୀବନର ଏକ ଗୁରୁତ୍ଵପୂର୍ଣ୍ଣ ଦିନ ହୋଇପାରେ ଓ ଆପଣ ନିଜ ବିଶେଷ ଗୁଣଗୁଡିକ ଭୁଲିବା ଉଚିତ ନୁହେଁ ।
ବୃଷ: ଆଜି ଆପଣ ନିଜ ଜୀବନର ସକାରାତ୍ମକ ଦୃଷ୍ଟିକୋଣଗୁଡିକ ବଢାଇବାରେ ଧ୍ୟାନ କେନ୍ଦ୍ରିତ କରିବେ । ସବୁ ଜିନିଷ ଠିକ କରିବା ଚେଷ୍ଟା ଆପଣ ମାନସିକ ଭାବେ ଶକ୍ତିହୀନ ହୋଇଯାଇପାରନ୍ତି । ଏପରି ଅବସ୍ଥାରେ ଆପଣ କେହି ଜଣେ ନିଜ ଲୋକଙ୍କ ସହ ଏ ବିଷୟରେ ଆଲୋଚନା କରିବା କିମ୍ବା ଭିନ୍ନ ମତ ଥିବା ବ୍ୟକ୍ତିମାନଙ୍କ ନିକଟକୁ ଯିବା ଭଲ ହେବ ।
ମିଥୁନ: ଆଜି ଆକର୍ଷଣୀୟ ପୋଷାକ ପିନ୍ଧନ୍ତୁ । ଆପଣଙ୍କ ଚାରିପାଖରେ ଥିବା ଲୋକ ମତାମତ ଦେଇପାରନ୍ତି କିମ୍ଵା ନପାରନ୍ତି, କିନ୍ତୁ ସେମାନେ ନିଶ୍ଚିତ ଭାବେ ଆପଣଙ୍କୁ ଧ୍ୟାନ ଦେବେ । ଆପଣଙ୍କ ଷ୍ଟାଇଲ୍ ଓ ସ୍ଵାଦର ଧାରଣା ସମସ୍ତଙ୍କୁ ଚକିତ କରିଦେବ । ଲୋକମାନେ ଆପଣଙ୍କୁ ଟିକେ ଦେଖିବା ପାଇଁ ଚାତକ ପରି ଚାହିଁ ରହିବେ । ଆଜି ଆପଣ ଜଣେ ସେଲିବ୍ରିଟି ଭଳି ମନେ କରିବେ ।
କର୍କଟ: ଆଜି ଆପଣଙ୍କ ପ୍ରେମ ଜୀବନ ପାଇଁ ଏକ ବହୁତ ଭଲ ଦିନ । ଆପଣଙ୍କ ଖୁସି କିଛି ଲୋକଙ୍କ ଦେହରେ ଆଦୌ ଯିବ ନାହିଁ କିନ୍ତୁ ସେମାନେ ଆପଣଙ୍କ ସମ୍ପର୍କ କିମ୍ଵା ଆପଣଙ୍କର କୌଣସି କ୍ଷତି କରିପାରିବେ ନାହିଁ, ସେଥିପାଇଁ ଆପଣ ତାଙ୍କୁ ଉପେକ୍ଷା କରନ୍ତୁ । କିନ୍ତୁ ଆପଣ ନିଜ ପ୍ରତିଷ୍ଠାର ସୁରକ୍ଷା କରିବା ସୁନିଶ୍ଚିତ କରିବା ଗୁରୁତ୍ଵପୂର୍ଣ୍ଣ ।
ସିଂହ: ଦେହ ଖରାପ ହେଲେ ଜଣେ ରାଜା ମଧ୍ୟ ଦୁର୍ବଳ ଓ ଖରାପ ଦେଖାଯାଆନ୍ତି । ଆଜି ଏହାକୁ ଆଖି ଆଗରେ ରଖି ଆପଣ ନିଜ ସ୍ଵାସ୍ଥ୍ୟକୁ ସବୁଠାରୁ ଅଧିକ ପ୍ରାଥମିକତା ଦେବେ । ଆପଣ ନିଜ ବ୍ୟାୟାମ ଅଭ୍ୟାସ ପାଇଁ ଏକ ଚାର୍ଟ ପ୍ରସ୍ତୁତ କରିବେ ଓ ଏହାକୁ ସଠିକ ଭାବେ ଅନୁସରଣ କରିବାକୁ ଚେଷ୍ଟା କରିବେ ।
କନ୍ୟା: ଆଜି ଆପଣ ଟଙ୍କାକୁ ନେଇ ପୂର୍ବଠାରୁ ବହୁତ ଅଧିକ ଶକ୍ତିଶାଳୀ ଅନୁଭବ କରିବେ ଯାହା ଆପଣ କେବେ ବି ଅନୁଭବ କରି ନଥିବେ । ଆପଣ ଭବିଷ୍ୟତରେ ଯଦି କୌଣସି ଆର୍ଥିକ ଅସନ୍ତୁଳନତା ଆସେ ତା ପାଇଁ ଟଙ୍କାର ବ୍ୟବସ୍ଥା କରିବାର ଆବଶ୍ୟକତାକୁ ଆଜି ବୁଝିବେ । ଆପଣଙ୍କ ନେତୃତ୍ଵ ନେବା ଗୁଣ ଆପଣଙ୍କ ଚାରିପାଖରେ ଥିବା ଲୋକମାନଙ୍କ ଦ୍ଵାରା ପ୍ରଶଂସାଯୋଗ୍ୟ ହେବ ।
ତୁଳା: ଆଜି ଆପଣଙ୍କର ବହୁତ କାମ ରହିବ ଓ ଆପଣ କୌଣସି ପ୍ରକାରେ ସବୁ ସମ୍ଭାଳି ନେବେ । ଆଜି ଦିନଟି ଆପଣଙ୍କ ଅନେକ କାର୍ଯ୍ୟ ବ୍ୟସ୍ତତାରେ ଯିବ । ବିଶେଷକରି ସେଥିରେ ଚିଠି ଲେଖିବା ଓ ପୁରୁଣା ଲୋକଙ୍କ ସହ ଯୋଗାଯୋଗ କରିବା ଅନ୍ତର୍ଭୁକ୍ତ ରହିବ । ଏକ ଭଲ ଚାକିରି ପାଇଁ ଇଣ୍ଟର୍ଭ୍ୟୁର କଲ୍ ଆସିପାରେ । ଆହୁରି ମଧ୍ୟ କାର୍ଯ୍ୟସ୍ଥଳରେ କାର୍ଯ୍ୟକ୍ରମ ଆୟୋଜନ କରିବା ଦାୟିତ୍ଵ ଆପଣଙ୍କୁ ଦିଆଯାଇପାରେ ।
ବିଛା: ଆଜି ଆପଣ ଛୋଟଛୋଟ କଥାରେ ଚିନ୍ତିତ ହୋଇପାରନ୍ତି । ସେଥିପାଇଁ ଆରାମରେ ରହିବାକୁ ଚେଷ୍ଟା କରନ୍ତୁ । ସେଗୁଡିକୁ ଆପଣଙ୍କ ଖୁସିରେ ବାଧା ଦେବ ଓ ଆପଣଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଖରାପ କରିବାକୁ ଦିଅନ୍ତୁ ନାହିଁ । ଅବଶ୍ୟ, ଦିନ ଶେଷ ବେଳକୁ ସମୟ ଭଲରେ ଯିବ ।
ଧନୁ: ଆଜି ଆପଣ ପରିଶ୍ରମରୁ କିଛିଟା ମୁକ୍ତ ରହିବେ । ଆଜି ଆପଣଙ୍କ ଜୀବନସାଥୀଙ୍କ ସହ ଫିଲ୍ମ ଦେଖିବାକୁ ଯାଆନ୍ତୁ । ଆପଣଙ୍କ ପରିବାର କିମ୍ଵା ବନ୍ଧୁମାନଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି । ସେ ଯାହା ବି ହେଉ, ଧୀରେଧୀରେ ଆପଣଙ୍କ ପକେଟ ହାଲୁକା ହେବ ।
ମକର: ଆପଣ ଅନ୍ୟମାନଙ୍କଠାରୁ ବହୁ ଉଚ୍ଚର ସ୍ଵାସ୍ଥ୍ୟକର ଜୀବନଶୈଳୀ ଅନୁସରଣ କରନ୍ତି । ଆଜି ମଧ୍ୟ ଆପଣଙ୍କ ପାଇଁ ସ୍ଵାସ୍ଥ୍ୟ ସମ୍ପର୍କିତ କୌଣସି ସମସ୍ୟା ରହିବ ନାହିଁ । କାର୍ଯ୍ୟସ୍ଥଳରେ, ଆପଣ ବାକିଆ ଥିବା କାମଗୁଡିକ ସଫଳତାର ସହିତ ଶେଷ କରିବେ । ଆପଣଙ୍କ ଉପରିସ୍ଥ ଅଧିକାରୀ ଯିଏ ଆପଣଙ୍କ ଦ୍ଵାରା କରାଯାଇଥିବା ବିଳମ୍ଵ ପାଇଁ ରାଗିଥିବେ ସେ ମଧ୍ୟ ଏହା ଗ୍ରହଣ କରିବେ ଯେ ଆପଣ କାମ ଠିକ ଭାବେ କରିଛନ୍ତି ଓ ଅପେକ୍ଷା କରିବାରେ ଲାଭ ଥିଲା ।
କୁମ୍ଭ: ଆପଣ ଆଜି ପରମ ଆନନ୍ଦ ଲାଭ କରିବେ । ସରଳତା ଆପଣଙ୍କ ଏକ ନୂଆ ଅବତାର ହେବ । ଆପଣଙ୍କ ବନ୍ଧୁ ଓ ପରିଚିତମାନେ ରହସ୍ୟାଭୂତ ହୋଇଯିବେ । ଆପଣ ଉଚ୍ଚ ପ୍ରାଣରେ ବାର୍ତ୍ତାଳାପ କରିବାକୁ ଇଚ୍ଛା କରିପାରନ୍ତି ଓ ଏକ ଶାନ୍ତ ମନ୍ଦିରରେ ସାନ୍ତ୍ଵନା ଖୋଜିବେ ।
ମୀନ: ଆଜି ଆପଣ ନିଜକୁ ଦାର୍ଶନିକ ମାନସିକ ସ୍ଥିତିରେ ପାଇବେ । ଆଜି ଆପଣ ଜିନିଷଗୁଡିକ କିପରି ଦେଖାଯାଉଛି ତାହା ନଦେଖି ସେଗୁଡିକ ବାସ୍ତବରେ କଣ ତାହା ଦେଖିବାକୁ ସକ୍ଷମ ହେବେ । ଆଜି ଆପଣଙ୍କ ମାନସିକ ସ୍ଥିତି ଉପରେ ନିର୍ଭର କରି ପ୍ରବାହ ବିରୋଧରେ ବହିବାକୁ ଚେଷ୍ଟା କରିପାରନ୍ତି । ଆପଣ ଗୋଟିଏ ପରେ ଗୋଟିଏ କାମକୁ ହାତକୁ ନେବେ ।