ମେଷ: ଆଜି ଦିନଟି ଆପଣଙ୍କର ଆଧ୍ୟାତ୍ମିକ ଭାବ ଯୋଗୁଁ ସର୍ବୋତ୍କୃଷ୍ଟ ଅଟେ । ଆଧ୍ୟାତ୍ମିକ ଭାବଧାରାରେ ଉଦ୍ବୁଦ୍ଧ ହୋଇ ଆପଣ ଉଚ୍ଚ ସ୍ତରକୁ ଉଠି ପାରିବେ । ମାତ୍ର ଆପଣ ନିଜର ବାର୍ତ୍ତାଳପରେ ସଂୟମତା ରକ୍ଷା ନକଲେ ଲୋକଙ୍କ ମନରେ ଆଘାତ ଦେଇପାରନ୍ତି କିମ୍ଵା ସେମାନଙ୍କ ଚିନ୍ତାଧାରାକୁ ଅବମାନନା କରିପାରନ୍ତି । ଆପଣ ଯଦି ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ମନରେ ସ୍ଥିର କରିଛନ୍ତି, ତାହେଲେ ତାକୁ ସ୍ଥଗିତ ରଖନ୍ତୁ । କାରଣ ଆଜି ଦିନଟି ଆପଣଙ୍କ ପାଇଁ ଆଦୌ ଶୁଭଙ୍କର ନୁହେଁ । ଶେଷରେ ଆଜି ଆପଣ କୌଣସି ଯାତ୍ରାରେ ବାହାରନ୍ତୁ ନାହିଁ ।
ବୃଷ: ଆଜି ଦିନଟିରେ ଆପଣଙ୍କର ପାରିବାରିକ ଜୀବନ ଅତ୍ୟନ୍ତ ସୁଖକର ହେବ । କିଛି ବନ୍ଧୁବାନ୍ଧବ ଆପଣଙ୍କ ଘରକୁ ମଧ୍ୟାହ୍ନ ଭୋଜନ କିମ୍ଵା ରାତ୍ର ଭୋଜନ ପାଇଁ ଆସିପାରନ୍ତି । ଏହା ଫଳରେ ଆପଣଙ୍କ ଘରେ ଏକ ଖୁସିବାସିର ଆସର ଜମିପାରେ । ବାହାରକୁ ପରିଭ୍ରମଣରେ ଯିବାପାଇଁ ଆଜି ଦିନଟି ସର୍ବୋତ୍କୃଷ୍ଟ ଅଟେ । ବିଦେଶରେ ରହୁଥିବା ଆପଣଙ୍କର ସମ୍ପର୍କୀୟଙ୍କ ଠାରୁ ଶୁଭ ଖବର ପାଇପାରନ୍ତି । ଆଜି ଦିନଟି ଆମୋଦପ୍ରମୋଦରେ କଟିପାରେ ।
ମିଥୁନ: ନିଜ ପରିଵାର ଓ ଵନ୍ଧୁମାନଙ୍କୁ ଉତ୍ସାହିତ ଓ ସନ୍ତୁଷ୍ଟ ରଖିଵା ପାଇଁ ନିରନ୍ତର ପ୍ରୟାସ କରିଵେ । ଆପଣ ତାଙ୍କୁ ଯେତେ ଖୁସି ଦେଵେ ସେମାନେ ଆହୁରି ଅଧିକ ବଢ଼ିଵେ । ଆପଣଙ୍କୁ ପରାମର୍ଶ ଦିଆଯାଉଛି ଯେ ନିଜକୁ ମଧ୍ୟ କିଛି ସମୟ ଦିଅନ୍ତୁ ।
କର୍କଟ: ଆଜି ଆପଣ ଏକ ଚିରସ୍ଥାୟୀ ଆଶାଵାଦୀ ଵ୍ୟକ୍ତି ହେଵେ । ଆପଣଙ୍କ ଉପଲବ୍ଧି ଅନ୍ୟମାନଙ୍କୁ ନକଲ କରିବା ପାଇଁ ପ୍ରେରିତ କରିଵ । ଆଜି ସନ୍ଧ୍ୟାରେ ଆପଣ ନିଜ ବନ୍ଧୁବାନ୍ଧଵଙ୍କ ସହ ଖୁସି ଓ ମଜାରେ ବିତାଇଵେ । ଆପଣ ସେସବକୁ ପୁରା କରିଵା ପାଇଁ ଏକ ଵିଶିଷ୍ଟ ଉଦାରଣର ଅନୁସରଣ କରିଵେ ।
ସିଂହ: ଆଣଙ୍କ ଉତ୍ଫୁଲ୍ଲିତ ମନ ଯୋଗୁଁ ଖର୍ଚ୍ଚର ପରିମାଣ ବଢ଼ିପାରେ। ଦିନର ଦ୍ୱିତୀୟାର୍ଦ୍ଧରେ କର୍ମକ୍ଷେତ୍ରରେ ଛୋଟ ଛୋଟ ସମସ୍ୟା ଦେଖାଯାଇପାରେ । ଦୟାକରି ଏହାକୁ ବନ୍ଦ କରନ୍ତୁ ନାହିଁ ଅନ୍ୟଥା ପରେ ଆପଣଙ୍କ ମନର ଶାନ୍ତି ଚାଲିଯାଇପାରେ ।
କନ୍ୟା: ଖରାପ ସମ୍ପର୍କକୁ ସୁଧାରିବା ପାଇଁ ଚେଷ୍ଟା କରିପାନ୍ତି । କାର୍ଯ୍ୟକ୍ଷେତ୍ରରେ ନିଜର ଗତିବିଧି ଓ ବାକ୍ୟ ମାଧ୍ୟମରେ ଅନ୍ୟମାନଙ୍କୁ ଆକର୍ଷିତ କରିବେ । ଆପଣଙ୍କ ଆଖପାଖରେ ଥିବା ଲୋକଙ୍କୁ ନିଜର ଗପପୁଡ଼ିଆରେ ବାନ୍ଧି ରଖିବେ ଓ ସେମାନଙ୍କ ମନରେ ସଦ୍ଭାଵନା ଆଣି ନିଜକୁ ସ୍ୱତନ୍ତ୍ର ଅନୁଭଵ କରିଵେ ।
ତୁଳା: ଆପଣ ଏକ ପରିଯୋଜନା ନେବେ ଓ ଏହାକୁ କୌଣସି ପ୍ରକାରରେ ପୁରା କରିବେ । ଆପଣଙ୍କ କାର୍ଯ୍ୟାଳୟରେ ଆପଣଙ୍କ ସହକର୍ମୀ ଓ ଉପରିସ୍ଥ କର୍ମଚାରୀ ଆପଣଙ୍କ କାର୍ଯ୍ୟକ୍ଷମତାରୁ ପ୍ରେରଣା ନେବେ । ଏବା ସେହି ସମୟରେ ପରିଲକ୍ଷିତ ହୁଏ ଯେଉଁ ସମୟରେ ଆପଣଙ୍କର ପଦୋନ୍ନତି ହେବାର ସମ୍ଭାଵନା ଥାଏ ଅଥଵା ଵେତନ ଵୃଦ୍ଧି ହୁଏ ।
ବିଛା: ଆପଣ ଦଳର ନେତା ହେଵା ପାଇଁ ସମସ୍ତ ଗୁଣମାନ ଅଛି ଓ ସେସବୁକୁ ଦେଖାଇବା ପାଇଁ ଆଜି ଅଵସର ଅଛି । ଭାବିଚିନ୍ତି କାମ କରନ୍ତୁ । ଆଜି କୌଣସି ବିପଦରେ ପଡିପାରନ୍ତି । ତୁମର ନିଜ ଲୋକହିଁ ତୁମକୁ ବିପଦରେ ପକାଇପାରନ୍ତି । ତେଣୁ ବିପଦରୁ ଦୂରେଇ ରହିବା ପାଇଁ ଚେଷ୍ଟା କରନ୍ତୁ ।
ଧନୁ: କଥାରେ ନ କହି କାର୍ଯ୍ୟରେ ପରିଣତ କରିବା ସବୁଠି ଭଲ । ଏହା କେଵଳ ଆଜି ପାଇଁ ନୁହେଁ ସବୁଦିନ ପାଇଁ ପ୍ରଜୁଯ୍ୟ । ଆପଣଙ୍କ କାର୍ଯ୍ୟଶକ୍ତିକୁ ପ୍ରଦର୍ଶିତ କରିବାର ସୁଯୋଗ ପ୍ରଦାନ କରନ୍ତୁ । ଆପଣ ନିଜର ଗତିବିଧି ଦ୍ୱାରା ନିଜର ଵ୍ୟକ୍ତିତ୍ୱ ଉନ୍ନତି ସାଧନ କରିବା ପାଇଁ ଚେଷ୍ଟା କରିବେ ଓ ଆପଣଙ୍କର ସ୍ୱପ୍ନର ଘରକୁ ତୋଳିବା ପାଇଁ ଅନ୍ୟମାନେ ଉତ୍ସାହ ପ୍ରଦାନ କରିବେ ।
ମକର: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଫଳଦାୟକ ଅଟେ । ଆଜି ଦିନରେ ଆପଣ ନିଜ ବନ୍ଧୁ ଓ ସମ୍ପର୍କୀୟଙ୍କ ସଙ୍ଗେ ମୌଜ ମଜଲିସରେ ସମୟ କାଟିବେ । ପ୍ରତ୍ୟେକ କ୍ଷେତ୍ରରେ ଆପଣ ସଫଳତା ହାସଲ କରିବେ । ବିବାହ ପାଇଁ ଉତ୍କଣ୍ଠିତ ଥିବା ୟୁବକ ଯୁବତୀମାନେ ବିବାହ ବନ୍ଧନରେ ବାନ୍ଧିହେବା ପାଇଁ ଆଜି ଦିନଟି ସର୍ବୋତ୍କୃଷ୍ଟ ଅଟେ । ଦିନଟିକୁ ମଧୁରମୟ କରିବାକୁ ଆପଣ ଚାହୁଁଥିଲେ ଏକ ବିଳାସପୂର୍ଣ୍ଣ ପରିଭ୍ରମଣର ଯୋଜନା କରନ୍ତୁ । ଅପ୍ରତ୍ୟାଶିତ ଭାବେ ଏକ ଶୁଭ କର୍ମକୁ ଧୂମଧାମରେ ପାଳନ କରିବାପାଇଁ ନିଜେ ଆଗରୁ ପ୍ରସ୍ତୁତ ରୁହନ୍ତୁ ।
କୁମ୍ଭ: ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ଫଳ ପ୍ରଦାୟକ ଅଟେ । ଆଜି ଆପଣ ଅତି ସହଜରେ ଲକ୍ଷ ସ୍ଥଳରେ ପହଞ୍ଚିବାରେ ସକ୍ଷମ ହେବେ । ଅଫିସରେ ଆପଣଙ୍କ ଉପରିସ୍ଥ କର୍ମଚାରୀ ମାନେ ଆପଣଙ୍କ କାର୍ଯ୍ୟରେ ଅତ୍ୟନ୍ତ ପ୍ରସନ୍ନ ହେବେ । ପଦୋନ୍ନତି ହେବାର ୟଥେଷ୍ଟ ସମ୍ଭାବନା ଅଛି । ବ୍ୟକ୍ତିଗତ ଜୀବନରେ ଆପଣ ଦିନତମାମ ପ୍ରଫୁଲ୍ଳ ରହିବେ । ଅର୍ଥ ଲାଭର ସମ୍ଭାବନା ଅଛି । ଗୁରୁଜନ ମାନଙ୍କର ଆଶୀର୍ବାଦ ଆପଣଙ୍କୁ ଖୁସି କରାଇବ ।
ମୀନ: ଆପଣ ଦୀର୍ଘ ସମୟ ଧରି ଆପଣଙ୍କ ପୂର୍ଵ ପ୍ରର୍ଦଶନ ବିଷୟରେ ଚିନ୍ତା କରୁଛନ୍ତି ଓ ଆଜିର ଦିନରେ ଆପଣ ଆହୁରି ଭଲ ପ୍ରଦର୍ଶନ କରିପାରିଵେ । ଆପଣଙ୍କ ସାଙ୍ଗସାଥୀ ଆପଣଙ୍କୁ ଅସୁବିଧାରେ ପକାଇବା ପାଇଁ ଚେଷ୍ଟା କରି ପାରନ୍ତି କିନ୍ତୁ ଆପଣ ସେସବକୁ ଚିହ୍ନଟ କରି ସେଥିରୁ ସହଜରେ ମୁକ୍ତି ପାଇପାରିବେ । ସମସ୍ୟା ଠାରୁ ଦୂରରେ ରୁହନ୍ତୁ ।