ETV Bharat / bharat

ଆଧ୍ୟାତ୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ, ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଆଜିର ଦିନ ଉତ୍କଣ୍ଠାପୂର୍ଣ୍ଣ ରହିବ

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

Horoscope
Horoscope
author img

By ETV Bharat Odisha Team

Published : Nov 15, 2023, 12:06 AM IST

ମେଷ: ଆପଣଙ୍କର ଆଧ୍ୟାତ୍ମିକ ଇଚ୍ଛା ଭୌତିକ ଇଚ୍ଛାଠାରୁ ବଳବାନ ହୋଇପାରେ । ଆଧ୍ୟାତ୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ନିଜର ବ୍ୟବହାର ଓ ବାକ୍ୟାଳାପ ସମୟରେ ସତର୍କତା ଅବଲମ୍ୱନ କରନ୍ତୁ । ଆପଣ ନିଜର କଥା କହିବାର ଶୈଳୀକୁ ମାର୍ଜିତ କରିବାକୁ ଚେଷ୍ଟା କରନ୍ତୁ। ନଚେତ୍ ଆପଣଙ୍କ ଜୀବନରେ ଝଡଝଞ୍ଜା ଦେଖାଦେଇପାରେ । ନୂତନ କର୍ମର ଶୁଭାରମ୍ଭ କରନ୍ତୁ ନାହିଁ। ଦୁର୍ନାମ ରଚୁଥିବା ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ । ଆପଣଙ୍କୁ କୌଣସି ଏକ ଉତ୍ସରୁ ଅର୍ଥପ୍ରାପ୍ତି ହେବାର ଯୋଗ ଅଛି ।

ବୃଷ: ଆଜି ବିବାହ ଯୋଗ ରହିଛି । ଭ୍ରମଣର ଯୋଜନା କରିପାରନ୍ତି । ବିଦେଶରେ ଥିବା ସମ୍ପର୍କୀୟଙ୍କ ଠାରୁ ଖୁସି ଖବର ପାଇପାରନ୍ତି । ଆର୍ଥିକ ଖର୍ଚ୍ଚ ବଢିବ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।

ମିଥୁନ: ଆଜିର ଦିନ ଉତ୍କଣ୍ଠାପୂର୍ଣ୍ଣ ହେବ । ପାରିବାରିକ ଜୀବନ ଶାନ୍ତ ଓ ଆନନ୍ଦଦାୟକ ହେବ । ପୁରୁଣା କାମ ଶେଷ କରିବେ । ପ୍ରଶଂସା ପାଇବେ । ଖର୍ଚ୍ଚ ବଢିବ । ଅର୍ଥ ସଦୁପୋଯୋଗ କରିବାର ନିଷ୍ପତ୍ତି ନେବେ । ଶରୀର ସୁସ୍ଥ ରହିବ । ଅଯଥା ପ୍ରତିଦ୍ୱନ୍ଦିତାମୂଳକ ପରିସ୍ଥିତି ଉପୁଜିବ । କିନ୍ତୁ କାହାରିକୁ କଟୁକଥା କହନ୍ତୁ ନାହିଁ ।

କର୍କଟ: ଆଜି ଆରାମରେ ରହନ୍ତୁ । ଶାରୀରିକ ଓ ମାନସିକ ଅବସ୍ଥା ଖରାପ ହୋଇପାରେ । ମସ୍ତିଷ୍କ ତଥା ପେଟ ପାଇଁ ଗୋଳମାଳରେ ପଡିପାରନ୍ତି । ହଠାତ ଖର୍ଚ୍ଚ କରିବେ । ନୂଆ କାମ ଓ ଯାତ୍ରା କରନ୍ତୁ ନାହିଁ ।

ସିଂହ: ଆପଣଙ୍କ ପାଇଁ ଦିନଟି ସୁନ୍ଦର ଅଟେ । ଅଯଥା ଯୁକ୍ତି ତର୍କ କରନ୍ତୁ ନାହିଁ । ଦେହ ଓ ମନ ଭଲ ରହିବ । ବିଚଳିତ ହେଲେ ନକାରତ୍ମକ କଥା ଚିନ୍ତା କରିବେ । ମାଆଙ୍କ ଦେହ ଭଲ ରହିବ ନାହିଁ । ନିଦ ଭଲ ହେବ ନାହିଁ । ସ୍ତ୍ରୀମାନେ ପାଣି ପ୍ରତି ସତର୍କ ରୁହନ୍ତୁ । ଖାଦ୍ୟ ସମୟରେ ମିଳିବ ନାହିଁ । କର୍ମ କ୍ଷେତ୍ରରେ କଷ୍ଟ ମିଳିବ । ସମ୍ପତ୍ତିର ଧ୍ୟାନ ଦିଅନ୍ତୁ ।

କନ୍ୟା: କିଛି କରିବା ଆଗରୁ ଦୁଇଥର ଭାବନ୍ତୁ । ସାଙ୍ଗଙ୍କ ସହ ଦିନଟି ଭଲରେ କାଟିବେ। ଭାବବିହ୍ୱଳ ହେବେ । ଅନ୍ତରଙ୍ଗ ଲୋକଙ୍କ ସହ ମିଶିବେ। ପୁଅ ସାଙ୍ଗ ସାହାଯ୍ୟ କରିବେ । କୌଶଳ କରି କାର୍ଯ୍ୟ ହାସଲ କରିବେ । ଯନ୍ତ୍ରତନ୍ତ୍ରର ପ୍ରୟୋଗ କରି କାମ ହାସଲ କରିବେ ।

ତୁଳା: ମନ ବିଚଳିତ ରହିବ । ନୂଆ କାମ କରିବାରେ ମନ ଦ୍ୱନ୍ଦରେ ରହିବ । ସାଙ୍ଗଙ୍କ ସହ ଶତ୍ରୁତା ଯୋଗୁଁ ବିଚଳିତ ରହିବେ । ସୁନ୍ଦର କାର୍ଯ୍ୟ ହାସଲ ବେଳେ ମନ ସ୍ଥିର ରହିବା ଆବଶ୍ୟକ । ଯାତ୍ରା ଆଗକୁ କରିବାକୁ ଚେଷ୍ଟା କରନ୍ତୁ । ସ୍ୱାସ୍ଥ୍ୟ ଓ ସମ୍ପର୍କ ଭଲ ରହିବ ନାହିଁ ।

ବିଛା: ଅନ୍ୟ ଦିନ ପରି ଆଜି ଦିନଟି ଭଲ ରହିବ । ମନ ଓ ଶରୀର ଭଲ ରହିବ । ପରିବାର ବର୍ଗଙ୍କ ସହ ମନ ଖୁସି ରହିବ । ବନ୍ଧୁ ତଥା ସମ୍ପର୍କୀୟଙ୍କ ଠାରୁ ଉପକାର ପାଇବେ । ପ୍ରେମିକ ପ୍ରେମିକାଙ୍କ ସହ ମଧୁର ସମ୍ପର୍କ ରହିବ । ସୁସମ୍ୱାଦ ପ୍ରାପ୍ତି ହେବ । ଯାତ୍ରା ଶୁଭ ହେବ । ପ୍ରେମାଳାପ ମଧୁରତାର ସହିତ ହେବ ।

ଧନୁ: ଆଜି ଏକ କଷ୍ଟଦାୟକ ଦିନ ହେବ । ଘରେ ପାଟିତୁଣ୍ଡରେ ବିବ୍ରତ ରହିବ । ନିଜେ ଠିକରେ କଥାବାର୍ତ୍ତା କରନ୍ତୁ । ରାଗରୁଷା ଠାରୁ ନିବୃତ ରୁହନ୍ତୁ । ସାବଧାନ ଆଜି ଦୁର୍ଘଟଣା ଘଟିପାରେ । ଶାରୀରିକ ସମସ୍ୟା ଦେଖାଦେବ ଓ ଖର୍ଚ୍ଚ ବଢିବ ।

ମକର: ଭଲ ପାଉଥିବା ବ୍ୟକ୍ତି ତଥା ସାଙ୍ଗଙ୍କ ସହିତ ଖୁସିରେ ଦିନ କାଟିବେ । ଏହି ଦିନ ସାମାଜିକ, କାର୍ଯ୍ୟକଳାପ ତଥା ସମସ୍ତ କ୍ଷେତ୍ରରେ ସୁଫଳ ପ୍ରଦାନ କରିବ । ସୁବିଧାରେ ନିଜ ଜୀବନ ସାଥୀ ଖୋଜି ପାଇବେ ଏବଂ ବିବାହ ପାଇଁ ସ୍ଥିର କରିପାରିବେ । ବୁଲିବାକୁ ଯାଇପାରନ୍ତି । ପରିବାରରେ କୌଣସି ଶୁଭ କାମ ସମ୍ପୂର୍ଣ୍ଣ ହୋଇପାରେ ।

କୁମ୍ଭ: ଆଜି ସୁଫଳଦାୟକ ଦିନ ଅଟେ । ଅତି ସୁବିଧାର ସହ ସମସ୍ତ କାମ ସାରିବେ । ଯାହା ପାଇଁ ଆପଣ ଖୁସି ରହିବେ। କାର୍ଯ୍ୟସ୍ଥଳରେ ଉଚ୍ଚପଦସ୍ଥ କର୍ମଚାରୀଙ୍କୁ ନିଜ କାମରେ ତୃପ୍ତ କରିବେ । ଯାହା ପାଇଁ ଏହା ପଦୋନ୍ନତି କରାଇବାରେ ସହାୟକ ହେବ । ଗୁରୁଜନଙ୍କ ଆଶୀର୍ବାଦ ମିଳିବ । ଅର୍ଥ ଲାଭ ହୋଇପାରେ । ପରିବାରରେ ଖୁସିର ଲହରୀ ଖେଳିବ ।

ମୀନ: ପ୍ରବଳ ମାନସିକ ଚାପରେ ଭାରାକ୍ରାନ୍ତ ରହିବେ। ଶରୀରର ପୀଡା ଓ ହାଲିଆ ଦୁଃଖ ଦେବ । ଗୁରୁଜନଙ୍କ ସହ କାମ କରୁଥିବାବେଳେ ସତର୍କ ରୁହନ୍ତୁ । ପୁରାଦିନ ପିଲାଙ୍କ ଚିନ୍ତାରେ ରହିପାରନ୍ତି । ଜରୁରୀ କାମ ନ କରିବା ଭଲ ଅଟେ । ବ୍ୟବସାୟୀମାନେ ଅସୁବିଧାର ସମ୍ମୁଖୀନ ହେବେ । ଦୁଃଶ୍ଚିନ୍ତା ଛାଡନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.