ମେଷ: ଦିନଟି ମଧ୍ୟମ ଧରଣର ଯିବାର ଆଶା କରାଯାଏ । ଅଳ୍ପ ମାନ୍ଦାଳିଆ ଲାଗିପାରେ । ଆପଣଙ୍କ ସଚେତନତା ହାନି ଯୋଗୁଁ ଖର୍ଚ୍ଚ ବଢିପାରେ ।ଗୋଟିଏ ସୀମା ପର୍ଯ୍ୟନ୍ତ ଆପଣ ବ୍ୟଥିତ ହେବେ । ଆର୍ଥିକ ପରିସ୍ଥିତି ତଳକୁ ଖସି ଯିବାର ସମ୍ଭାବନା ରହିଛି । ପ୍ରତିକୂଳ ଭାବନାଠାରୁ ଆପଣ ଦୂରରେ ରହିଲେ ଆପଣଙ୍କ ପାଇଁ ଭଲ ।
ବୃଷ: ଆଜି ଆପଣ ଭିତରୁ ସୁସ୍ଥ ଏବଂ ଆରାମ ଅନୁଭବ କରିବେ । ପରିବାର ସହ ବାହାରକୁ ବୁଲିବାକୁ ଯାଇପାରନ୍ତି । ଅଫିସରେ ଖୁିସି ଖବର ମିଳିପାରେ । ଆପଣଙ୍କ କାର୍ଯ୍ୟରେ ଆପଣଙ୍କ ଉପରିସ୍ଥ ଅଧିକାରୀ ଖୁସି ହୋଇପାରନ୍ତି ।
ମିଥୁନ: ଆଜି ସାବଧାନତାର ଅବଲମ୍ବନ କରନ୍ତୁ । ଆପଣଙ୍କର ପ୍ରଚଣ୍ଡ କ୍ରୋଧ ଏବଂ ତିକ୍ତ ବଚନ, ବିବାଦ ଏବଂ ଭୁଲ ବୁଝାମଣାର କାରଣ ହୋଇପାରେ । ଧ୍ୟାନ କରନ୍ତୁ ଏବଂ ଆରାମ ଅନୁଭବ କରିବେ । ଏହା ଆପଣଙ୍କର ସ୍ୱାସ୍ଥ୍ୟରେ ଉନ୍ନତି କରିବ । ଆପଣଙ୍କର ଖର୍ଚ୍ଚ ଉପରେ ନିବିଡ ଦୃଷ୍ଟି ରଖିନ୍ତୁ । ସତର୍କତାର ସହିତ ଗାଡି ଚଲାନ୍ତୁ ।
କର୍କଟ: ଆପଣଙ୍କର ସକାରାତ୍ମକ ଶକ୍ତି ଶୀଘ୍ର କିଛି ପରିମାଣରେ ଫଳପ୍ରଦ ହେବାକୁ ଯାଉଛି । ବନ୍ଧୁଙ୍କ ସହିତ ସାକ୍ଷାତ ଏବଂ ମୌଜମଜଲିସ୍ କରିବେ । ଏକୁଟିଆ ଥିବା ବ୍ୟକ୍ତିମାନେ ମିଳନ ପାଇଁ ପ୍ରସ୍ତୁତ ହୁଅନ୍ତୁ । ଆପଣ ଜୀବନ ସାଥୀ ଶୀଘ୍ର ପାଇପାରନ୍ତି । ହଠାତ୍ ଆର୍ଥିକ ଲାଭ ଏବଂ ଆୟର ସ୍ରୋତରେ ବର୍ଦ୍ଧିତ ହେବ ।
ସିଂହ: ଏହି ଦିନଟି ଛାତ୍ରମାନଙ୍କ ପାଇଁ କଠିନ ଦିନ ହୋଇପାରେ । ପିଲାଛୁଆ ସଂପର୍କିତ ବିଷୟକୁ ନେଇ ଆପଣ ବ୍ୟସ୍ତ ହୋଇପାରନ୍ତି । ସେୟାର ମାର୍କେଟ୍ ବୁଡିଯାଇପାରେ, ସାବଧାନ ରୁହନ୍ତୁ । ସାରାଦିନ ଆପଣ ଭାବନା ଗ୍ରସ୍ତ ରହିପାରନ୍ତି । ଆପଣ ବୌଦ୍ଧିକ ଭାବନାରୁ ଦୁରେଇ ରହିବାକୁ ପରାମର୍ଶ ଦିଆଯାଏ ।
କନ୍ୟା: ଆଜି ଆପଣଙ୍କ ପାଇଁ ତୀର୍ଥ ସ୍ଥାନକୁ ଯିବା ଏବଂ ତୀର୍ଥ ଭ୍ରମଣ କରିବା ପାଇଁ ଗୋଟିଏ ବଢିଆ ସମୟ । ଆଜି ଅପୋକ୍ଷାର ଅନ୍ତ ଘଟିବ । ଇଚ୍ଛା ଅନୁିସାରେ କାମ କରିବେ । ଆପଣ ଆପଣଙ୍କ ସଂପର୍କୀୟମାନଙ୍କ ଘରକୁ ମଧ୍ୟ ଯାଇପାରନ୍ତି । ଏହା ଆପଣଙ୍କୁ ଅନେକ ମଜା ଦେବ । ମହିଳା ବନ୍ଧୁ ଏବଂ ସଂପକୀୟମାନଙ୍କଠାରୁ ପ୍ରଚୁର ପରିମାଣରେ ଲାଭ ପାଇପାରନ୍ତି ।
ତୁଳା: ଆଜି ଆପଣ ସମସ୍ତ ପ୍ରକାର କଥାବାର୍ତ୍ତା କରିବା ବେଳକୁ ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦିଆଯାଉଛି । ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । ଅତ୍ୟଧିକ ବିରକ୍ତି ଭାବକୁ ନିୟନ୍ତ୍ରଣରେ ରଖନ୍ତୁ । ଆଉ ମଧ୍ୟ ଆପଣ ବିପ୍ଲବାତ୍ମକ ଭାବନାଠାରୁ ଦୁରରେ ରୁହନ୍ତୁ ।
ବିଛା: ଆଜି ଆପଣଙ୍କୁ କାର୍ଯ୍ୟରେ ପ୍ରଶଂସା ମିଳିବ ଓ ଅନ୍ୟ ଦିନମାନଙ୍କ ପରି ସହକର୍ମୀମାନେ ଈର୍ଷା କରିବେ ନାହିଁ । ଆପଣଙ୍କ ପ୍ରତି ସେମାନଙ୍କର ପୂର୍ଣ୍ଣ ସମର୍ଥନ ରହିବ । ଚାକିରି ପରିଵର୍ତ୍ତନ ପାଇଁ ଇଚ୍ଛୁକ ଵ୍ୟକ୍ତିଙ୍କ ପାଇଁ ସମୟ ଅନୁକୂଳ ନୁହେଁ ।
ଧନୁ: ଏହି ଦିନଟି ଆପଣଙ୍କ ପାଇଁ ଗୋଟିଏ ଆନନ୍ଦମୟର ଦିନ । ଆପଣ ନିଜ ସହ ଏବଂ ଅନ୍ୟମାନଙ୍କ ସହ ମଧ୍ୟ ଖୁସି ଅନୁଭବ କରିପାରନ୍ତି । ପରିବାର ସମସ୍ତ ବିଷୟକୁ ନେଇ ଗୋଟିଏ ଉତ୍ତମ ଦିନ । ଘରେ ପରିବେଶ ବାତାବରଣ ଆନନ୍ଦମୟ ରହିବ । ଯାହାକି ତାହା ଆପଣଙ୍କୁ ଅଧିକ ଖୁସି ଦେବ ।
ମକର: ଆପଣ ସ୍ୱଭାବରେ ଈର୍ଷାଳୁ ଓ ଅଶାନ୍ତ ହେବେ ତେବେ ଏଥିରୁ ଆପଣଙ୍କୁ ନିଵୃତ ହେବାକୁ ପଡ଼ିବ । କେହି ଜଣେ ଆପଣଙ୍କ ଛଵିକୁ ଖରାପ କିମ୍ବା ପ୍ରତିଷ୍ଠାରେ କ୍ଷତି ପହଞ୍ଚାଇବା ପାଇଁ ଚେଷ୍ଟା କରିବ । ସେଥିରୁ ମୁକୁଳିବାକୁ ହେଲେ ଉତ୍ତେଜିତ ନ ହୋଇ ସାଧାରଣ ଭାବେ ପ୍ରତିକ୍ରିୟା ରଖନ୍ତୁ ।
କୁମ୍ଭ: ଆପଣ ଭାବପ୍ରବଣତା ଏବଂ ଅସହାୟତା ଅନୁଭବ କରିବେ । ମାନସିକ ଶାନ୍ତତା ଏବଂ ମନର ସ୍ୱଛତାର ଅଭାବ ଆପଣଙ୍କୁ ଅସୁବିଧା ପକାଇବ । ଛାତ୍ରମାନେ ସେମାନଙ୍କର ପାଠପଢା କାର୍ଯ୍ୟକଳାପରେ ସଫଳତା ଅର୍ଜନ କରିବେ । ସମସ୍ତ ପ୍ରକାର ନିର୍ଦ୍ଦିଷ୍ଟ କାର୍ଯ୍ୟ ସଠିକ୍ ସମୟରେ ଶେଷ ହୋଇଯାଇପାରେ । ଫଳରେ ଆପଣ ସାଙ୍କମାନଙ୍କ ମଧ୍ୟରେ ସମ୍ମାନ ରୂପରେ ଲାଭ ପାଇ ପାରିବେ ।
ମୀନ: କୌଣସି ପ୍ରକାର ସାମୁହିକ ସିଦ୍ଧାନ୍ତ ନେବା ପାଇଁ ଆଜି ଦିନଟି ହେଉଛି ଅତି ଉତ୍ତମର ଦିନ । ଆପଣଙ୍କ ପାଖରେ ଅନେକ ପ୍ରକାର ଭାବନା ଅଛି । ଆପଣଙ୍କ କଳ୍ପନା ଶକ୍ତି ସବୁଠାରୁ ଉପରେ, ଏବଂ ଆଲୋଚନା ପ୍ରତି ଆପଣଙ୍କର ପ୍ରଭାବଶୀଳ ଅବଦାନ ଅଛି । ବର୍ତ୍ତମାନ ଆପଣଙ୍କ ପାଖରେ ଥିବା ଆକର୍ଷଣୀୟ ଭାବନା ଭିତରୁ ଆପଣଙ୍କ ସୃଜନଶୀଳ ଭାବନା ଅଧିକ ଲାଭପ୍ରଦ ହେବ ।