ମେଷ: କର୍ମକ୍ଷେତ୍ରରେ ଉତ୍ଥାନ ପତ୍ତନ ଲାଗିରହିବ । ସଂଧ୍ୟାରେ କିଛି ଭଲ ଖବର ପାଇପାରନ୍ତି । କ୍ୟାଣ୍ଡେଲ ଲାଇଟ, ଗୋଲାପ ଫୁଲ ଦେଇ ନିଜର ଜୀବନସୀଥି ସହ ସମୟ ବିତାଇବେ । ଭ୍ରମଣର ସୁଯୋଗ ରହିଛି । ଗୃହର ସାଜସଜ୍ଜା ଏବଂ ସୌନ୍ଦର୍ଯ୍ୟକରଣରେ ବ୍ୟସ୍ତ ରହିବେ ।
ବୃଷ : ଆଜି ଦିନରେ ସମସ୍ତ ଆଶା ପୂର୍ଣ୍ଣ ହେବ । ସହଜ କିନ୍ତୁ ଅଧିକ କାମ ରହିବ । ପଡୋଶୀ ତଥା ନିଜର ଲୋକଙ୍କ ସଙ୍ଗେ ମଧୁର ସମ୍ପର୍କ ସ୍ଥାପିତ ହେବ । ନିଜ କାର୍ଯ୍ୟକୁ ନେଇ ଆଜି ସମ୍ମାନିତ ହୋଇପାରନ୍ତି ।
ମିଥୁନ: ସକାରାତ୍ମକ ଏବଂ ବୁଦ୍ଧିମତା ଆପଣଙ୍କ ପାଇଁ କାର୍ଯ୍ୟକ୍ଷେତ୍ରରେ ସଫଳତା ଆଣିଦେବ। ନିଜ ସହ ସମୟ ବିତାଇବେ ଏବଂ ବ୍ୟକ୍ତିତ୍ଵ ବିକାଶ ପାଇଁ ଗୁରୁତ୍ୱ ଦେବେ। ବାସଗୃହର ସାଜସଜ୍ଜା ପ୍ରତି ରୁଚି ବଢିବ। ପ୍ରିୟଜନଙ୍କ ସହ ସାଧାରଣ ତର୍କବିତର୍କ ଲାଗିପାରେ । ଯାତ୍ରା ପାଇଁ ଶୁଭଦିନ ନୁହେଁ ।
କର୍କଟ: ଆପଣଙ୍କ ଖର୍ଚ୍ଚ ଆୟ ଅପେକ୍ଷା ଅଧିକ ହେବ, ତେଣୁ ଭାବିଚିନ୍ତି ଖର୍ଚ୍ଚ କରନ୍ତୁ । ଆଖି ସମସ୍ୟା ଦେଖାଦେଲେ, ଜଣେ ଚକ୍ଷୁ ବିଶେଷଜ୍ଞଙ୍କୁ ଦେଖାନ୍ତୁ ଯେପରିକି ଅଧିକ କ୍ଷତି ନହେବ । ଆପଣଙ୍କ ରାଗ ଏବଂ ଜିଭ ନିୟନ୍ତ୍ରଣରେ ରଖନ୍ତୁ ।
ସିଂହ :ଏହି ରାଶିର ବ୍ୟକ୍ତି ବିଶେଷ ଆଜି ଦୁଃଖି ରହିବେ । କଠିନ ପରିଶ୍ରମ ପରେ ମଧ୍ୟ ଆବଶ୍ୟକତା ଅନୁସାରେ ଫଳ ନପାଇପାରନ୍ତି । ପୁଣି ଥରେ ନୂଆ କରି ଆରମ୍ଭ କରିବା ପାଇଁ ଚେଷ୍ଟିତ ହେବେ । ବ୍ୟବସାୟିକକୁ ନେଇ ଅଧିକ ଚିନ୍ତାଗ୍ରସ୍ତ ହେବେ । ଆର୍ଥିକ ଅବସ୍ଥା ଭଲ ରହିବ । ପରିବାର ଲୋକଙ୍କ ସହ ନିଜର ଦୁଃଖ ବାଣ୍ଟିବେ ।
କନ୍ୟା : ଆଜି ପରିବାର ସହିତ ସଂପର୍କ ମଜଭୁତ ହେବ । ବନ୍ଧୁ ଏବଂ ସଂପର୍କୀୟ ମାନଙ୍କ ସହିତ ମିଶିବେ ଏବଂ ତାଙ୍କ ସହିତ ହସଖୁସିରେ ଦିନ ଅତିବାହିତ ହେବ । ଯଦି ସମ୍ଭବ, ତାଙ୍କ ସହିତ ବାହାରକୁ ଯାଆନ୍ତୁ । ପ୍ରକଳ୍ପ ସଫଳ ହେବ ଏବଂ ବରିଷ୍ଠମାନେ ଆପଣଙ୍କ ଦ୍ୱାରା ପ୍ରଭାବିତ ହେବେ ।
ତୁଳା : ଆଜି ଦିନ ବ୍ୟସ୍ତତାରେ ଭରା ରହିବ । ପିଲାମାନଙ୍କ ସହିତ ଭିନ୍ନ ମତ ହୋଇପାରେ, ଯେଉଁଥିପାଇଁ ଆପଣ ଅଶାନ୍ତି ହୋଇ ପାରନ୍ତି । ଉପହାର ଦେଇ ପରିବାର ଲୋକଙ୍କୁ ଖୁସି କରନ୍ତୁ । ତୀର୍ଥସ୍ଥାନ ଯାତ୍ରା ପାଇଁ ଆଜିର ଦିନ ଅତ୍ୟନ୍ତ ଶୁଭ ।
ବିଛା : ଦୁର୍ଭାଗ୍ୟ ଜନକ ପରିସ୍ଥିତିରୁ ଧାର୍ମିକ କାର୍ଯ୍ୟ ଏବଂ ଭଗବାନଙ୍କ ପ୍ରତି ବିଶ୍ୱାସ ଆପଣଙ୍କୁ ରକ୍ଷା କରିବ । ଆଜି ମନ ଅସ୍ଥିର ରହିବ ଏବଂ ବିରକ୍ତିଭାବ ଆସିବ । ଗତିଶୀଳ ଵ୍ୟକ୍ତିତ୍ୱ ଏହା ପ୍ରମାଣିତ କରୁଛି ଯେ ଆପଣ ଏକ ଦୁଃସାହସିକ ସମୁଦ୍ର ନାଵିକ ଅଟନ୍ତି ।
ଧନୁ : ଆପଣଙ୍କ ସକାଳ ହସ ଖୁସିରେ କଟିବ । ଅନୁକୂଳ ଶକ୍ତି ଆପଣଙ୍କୁ ପ୍ରଭାବିତ କରିବ, ଫଳରେ ଘର ପରିବେଶ ଶାନ୍ତ ରହିବ । ଅବଶ୍ୟ ସନ୍ଧ୍ୟା ବେଳକୁ ପରିସ୍ଥିତି ସଂପୁର୍ଣ୍ଣ ଓଲଟା ହେବାର ସମ୍ଭାବନା ରହିଛି ।
ମକର: ଆଜି ଆପଣଙ୍କର ମିଷ୍ଟ ଭାଷା ଅନେକ ଅସୁବିଧା ଦୂର କରିବ । ଘରର ପରିସ୍ଥିତି ଶାନ୍ତ ଏବଂ ଆଶାବାଦୀ ରହିବ । ଆପଣଙ୍କ ସମ୍ମାନ ଏବଂ ଆତ୍ମ ସମ୍ମାନ ବୃଦ୍ଧି ହେବାର ସମ୍ଭାବନା ରହିଛି । ଆର୍ଥିକ ଲାଭ ହେବ । ଆପଣଙ୍କ ନୂଆ କାର୍ରେ ସାଙ୍ଗମାନଙ୍କ ସହିତ ଯାଆନ୍ତୁ ଏବଂ ମଜା କରନ୍ତୁ । ଲମ୍ୱା ଡ୍ରାଇଭ୍ରେ ଯିବା ଏକ ଭଲ ଚିନ୍ତାଧାରା ହେବ । ସନ୍ଧ୍ୟାରେ ପରିବାର ଲୋକଙ୍କ ସହ ହସଖୁସିରେ ଦିନ କଟିବ ।
କୁମ୍ଭ: ଆଜି ଦିନଟି ପାଇଁ ଶୁଭ ଫଳ ପ୍ରଦାୟକ ଅଟେ ।ଆଜି ଅତି ସହଜରେ ଲକ୍ଷ ସ୍ଥଳରେ ପହଞ୍ଚିବାରେ ସକ୍ଷମ ହେବେ । ଅଫିସରେ ଆପଣଙ୍କ ଉପରିସ୍ଥ କର୍ମଚାରୀ ମାନେ ଆପଣଙ୍କ କାର୍ଯ୍ୟରେ ଅତ୍ୟନ୍ତ ପ୍ରସନ୍ନ ହେବେ ।ପଦୋନ୍ନତି ହେବାର ୟଥେଷ୍ଟ ସମ୍ଭାବନା ଅଛି । ବ୍ୟକ୍ତିଗତ ଜୀବନରେ ଦିନତମାମ ପ୍ରଫୁଲ୍ଳ ରହିବେ । ଅର୍ଥ ଲାଭର ସମ୍ଭାବନା ଅଛି । ଗୁରୁଜନ ମାନଙ୍କର ଆଶୀର୍ବାଦ ଖୁସି କରାଇବ ।
ମୀନ:ବ୍ୟସ୍ତତା ଆପଣଙ୍କ କାର୍ଯ୍ୟର ଗତି ଧୀର କରିଦେଇପାରେ ଏବଂ ନିଷ୍ପତ୍ତି ନେବାର ଦକ୍ଷତା ମଧ୍ୟ କମ୍ କରିଦେଇପାରେ । ଜମି କିମ୍ୱା ସମ୍ପତ୍ତି ବିଷୟରେ କୌଣସି ଆଲୋଚନା କରନ୍ତୁ ନାହିଁ, ଏଭଳି ପରିସ୍ଥିତିକୁ ଏଡାନ୍ତୁ ଯାହାକି ଆପଣଙ୍କ ଗୁଣର ପ୍ରତିକୂଳ ଲକ୍ଷଣ ବୃଦ୍ଧି କରିପାରେ । ଏସିଡିଟି ଭଳି ହଜମ ସମସ୍ୟା ଦେଖା ଦେଇପାରେ ।