ମେଷ: ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଖୁବ ଭଲ ରହିବ । ଆଜି ଆପଣଙ୍କୁ ଯିଏ ଭଲ ଲାଗନ୍ତି ତାଙ୍କ ଉପରେ ଆପଣଙ୍କ ଧ୍ୟାନ ରହିବ। ଆଜି କାମ କରିବାକୁ ଅଧିକ ଆଗଭର ହେବେ । ଏହି କାରଣରୁ ଉପରିସ୍ଥ ଅଧିକାରୀମାନେ ଆପଣଙ୍କ ଉପରେ ଖୁସି ହେବେ। ଭ୍ରମଣର ସୁଯୋଗ ରହିଛି ।
ବୃଷ: ଆଜି ଆପଣ ଖୁସି ରହିବେ। ବ୍ୟବସାୟରେ ଥିବା ସମସ୍ୟା ଗୁଡିକର ସହଜରେ ସମାଧାନ ହେବ। ଆପଣଙ୍କ ଶାନ୍ତ ସ୍ବଭାବ ଗୁଣକୁ ନେଇ ପ୍ରଶଂସିତ ହେବ। କାର୍ଯ୍ୟସ୍ଥଳରେ ଆପଣଙ୍କ ଉପରିସ୍ଥ ଅଧିକାରୀ ଓ ସହକର୍ମୀମାନଙ୍କ ସହ କାମ କରିବେ। ବ୍ୟବସାୟରେ ଲାଭବାନ ହେବେ।
ମିଥୁନ: ଆଜି ନିଜ ଇଚ୍ଛା ଅନୁସାରେ କାମ କରିବେ। ଆପଣ ଆଜି ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । କିଛି ଧାର୍ମିକ ସ୍ଥାନକୁ ଯିବା ଦ୍ଵାରା ଆପଣଙ୍କ ମନକୁ ଶାନ୍ତି ମିଳିବ। ଶାନ୍ତ ମନୋଭାବ ଆପଣଙ୍କ ପାଇଁ ଆଜି ବହୁତ କାମ ଦେବ । ପରିବାର ସହ ସମୟ ଅତିବାହିତ କରନ୍ତୁ। ଶୁଭଫଳ ପ୍ରାପ୍ତି ହେବ ।
କର୍କଟ: ଆଜି ଦିନଟି ଆପଣଙ୍କ ପାଇଁ ମଧ୍ୟମ ଧରଣର ରହିବ । ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ। ନିଜ ବ୍ୟକ୍ତିତ୍ବକୁ ନେଇ ପ୍ରଶଂସିତ ହେବେ । କେହି ବନ୍ଧୁ ଆପଣଙ୍କୁ ଦେଖା କରିପାରନ୍ତି । ବାହାର ଖାଦ୍ୟ ପ୍ରତି ଦୂରେଇ ରୁହନ୍ତୁ । କୌଣସି ସମସ୍ୟାକୁ ନେଇ ଚିନ୍ତିତ ହୋଇପାରନ୍ତି ।
ସିଂହ: ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଅତ୍ୟନ୍ତ ଭଲ ରହିବ । ଆଜି ସକାଳ ସମୟରେ ଭଗବାନଙ୍କ ନାମ ଜପ ଜପ କରନ୍ତୁ। ମାନସିକ ଶାନ୍ତି ପାଇଁ ମନ୍ଦିର ଯିବେ । ନିଜ ମାଙ୍କୁ ନେଇ ସାମାନ୍ୟ ଚିନ୍ତିତ ରହିବେ । ଆଜି ଆପଣଙ୍କ ସମସ୍ତ ସମସ୍ୟା ଦୂର ହେବ । ଆଜି ମନମୁତାବକ କାର୍ଯ୍ୟରେ ସଫଳ ପ୍ରାପ୍ତି କରିବେ ।
କନ୍ୟା : ଆଜି ଆପଣଙ୍କ ମନ ଓ ଆର୍ଥିକ ଅବସ୍ଥା ସବୁଠାରୁ ଭଲ ରହିବ। ଯଦି କୌଣସି ଆର୍ଥିକ ସମସ୍ୟାରେ ସମ୍ମୁଖୀନ ହୁଅନ୍ତି ତାହା ସହଜରେ ଏଡାଇ ଦେବେ । ଆଜି କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ଆର୍ଥିକ ସମସ୍ୟା ଦୂରହେବ। ସନ୍ତାନକୁ ନେଇ ଚିନ୍ତିତ ରହିପାରନ୍ତି ।
ତୁଳା: ଆଜି ଆପଣ ସମସ୍ତ କାମକୁ ଠିକ ସମୟରେ ଶେଷ କରିବା ପାଇଁ ମାନସିକ ଦକ୍ଷତାର ବ୍ୟବହାର କରିବେ। ଆପଣ କାମରେ କିମ୍ଵା ଅଫିସରେ ଅଧିକ ସମୟ ଦେଉଥିବାରୁ ଆପଣଙ୍କ ପରିବାରକୁ ଉପେକ୍ଷା କରିପାରନ୍ତି। କାର୍ଯ୍ୟସ୍ଥଳରେ ନିଜର ବୁଦ୍ଧିମତାକୁ ନେଇ ପ୍ରଶଂସିତ ହେବ ।
ବିଛା: ଆପଣଙ୍କ ଉପରିସ୍ଥ କର୍ମଚାରୀ ଆପଣଙ୍କ କର୍ମଦକ୍ଷତାରେ ସନ୍ତୋଷ ପ୍ରକାଶ କରିବେ । ଚାକିରୀରେ ପଦୋନ୍ନତି ହେବାର ସମ୍ଭାବନା ଅଛି । ସାମାଜିକ ସ୍ୱୀକୃତି ଲାଭ କରି ଆତ୍ମ ସନ୍ତୋଷ ପାଇବେ । ଆପଣଙ୍କର ସନ୍ତାନ ତାର ସଫଳତାର ଶୀର୍ଷ ସ୍ଥାନ ଅଧିକାର କରିଥିବାରୁ ଖୁସିର ସୀମା ରହିବ ନାହିଁ । ଦିନଟିକୁ ଆମୋଦ ପ୍ରମୋଦରେ କାଟିପାରନ୍ତି ।
ଧନୁ: ଦିନଟି ଆପଣଙ୍କ ପାଇଁ ମଧ୍ୟମ ଧରଣର ରହିବ । ଜୀବନସାଥୀଙ୍କ ସହ ଯୁକ୍ତି ହୋଇପାରେ ସେଥିପାଇଁ ସେ ସବୁରୁ ଦୂରରେ ରହିବାକୁ ଚେଷ୍ଟା କରନ୍ତୁ । ସନ୍ଧ୍ୟାରେ ଆପଣଙ୍କ ସମୟ ହେବ ସେଥିପାଇଁ ପ୍ରସ୍ତୁତ ରୁହନ୍ତୁ ।
ମକର: ଆଜି ଆପଣଙ୍କ ଉପରେ ଯେକୌଣସି ସମସ୍ୟା ଆସିଲେ ମଧ୍ୟ ଭଗବାନଙ୍କ ଦୟାରୁ ଆପଣ କୌଣସି ଅବସ୍ଥାରେ ଫସିବେ ନାହିଁ । ଅନ୍ୟମାନେ ସେମାନଙ୍କ ଅସମ୍ଭବ ଲକ୍ଷ୍ୟ ପଛରେ ଗୋଡାଉଥିବା ସମୟରେ, ଆପଣ ଯାହା ଲାଭ କରିଛନ୍ତି ସେଥିରେ ତୃପ୍ତ ରହିବେ । ଅବଶ୍ୟ, ଏହାର ଅର୍ଥ ନୁହେଁ ଯେ ଆପଣ ଉଚ୍ଚାଭିଳାସୀ ନୁହନ୍ତି ।
କୁମ୍ଭ: ସମସ୍ତ କାର୍ଯ୍ୟ୍ୟ ସାହାସ ତଥା ସୁଚିନ୍ତା ମୂଳକ ଭାବରେ ସମାପନ ହେବ। ବୁଲି ଯିବାର ସୁଯୋଗ ଅଛି । ନୂତନ ବସ୍ତ୍ର କିଣି ପାରନ୍ତି । ତୁମ ଜୀବନସାଥି ତୁମ କାର୍ଯ୍ୟରେ ଉନ୍ନତି ଆଣିବାରେ ସହାୟକ ହେବେ ।
ମୀନ: ଆଜି ଦିନଟି ଫଳ ପ୍ରଦ ଅଟେ । ଶାରୀରିକ ଅବସ୍ଥା ଭଲ ରହିବ । ପରିବାରରେ ସୁଖ ଶାନ୍ତି ମିଳିବ । ଶତୃ ଠାରୁ ଜୟ ହେବ । ଦୁଃଚିନ୍ତାରୁ ନିବୃତ୍ତ ରୁହନ୍ତୁ । ସାଙ୍ଗ ସାଥିମାନେ ସହାୟ ହେବେ । ପିତା ମାତାଙ୍କ ଠାରୁ ଭଲ ଖବର ପାଇବେ ।