ମେଷ: କାର୍ଯ୍ୟଭାର ଦ୍ବାରା ଅଧିକ ଭାରାକ୍ରାନ୍ତ ଏବଂ ଚିନ୍ତାଗ୍ରସ୍ତ ଅନୁଭବ କରନ୍ତୁ ନାହିଁ । କାମରେ ଅଳସୁଆ ହେବା ସାହାଯ୍ୟ କରିବ ନାହିଁ ବରଂ ଏହା କାମକୁ ବିଗାଡିବ । ଧ୍ୟାନଚ୍ୟୁତ ହୁଅନ୍ତୁ ନାହିଁ ନଚେତ ଏହାର କୁପ୍ରଭାବ ନିଜ ଜୀବନ ଓ କାର୍ଯ୍ୟକ୍ଷେତ୍ରରେ ପଡିବ । ମନ ଓ ଚିନ୍ତା ଦୂର ପାଇଁ ଦେବାଳୟକୁ ବୁଲିଯାଆନ୍ତୁ ।
ବୃଷ: ଯୋଗ ଓ ଧ୍ୟାନ ଦ୍ବାରା ନିଶ୍ଚିତ ଭାବରେ ଚିନ୍ତାଦୂର ହେବ । ଏହି ସମସ୍ତ କିଛି ଜୀବନରେ ବହୁତ ପ୍ରଭାବ ପକାଇଥାଏ । କୌଣସି କଥାରେ ଅଧୈର୍ଯ୍ୟ ଓ ଅସହାୟ ମନେ କରନ୍ତୁ ନାହିଁ । ବିଶ୍ରାମ ନିଅନ୍ତୁ ଏବଂ ବେଳେବେଳେ ଏହା ମଧ୍ୟ ଆପଣଙ୍କ ସପକ୍ଷରେ ଯାଇପାରେ । ଖାଦ୍ୟ ଓ ସ୍ବାସ୍ଥ୍ୟ ପ୍ରତି ଅଧିକ ସାବଧାନ ହୁଅନ୍ତୁ । ଯାତ୍ରା ପରିତ୍ୟାଗ କରନ୍ତୁ ।
ମିଥୁନ: ଆଜିର ଦିନଟିକୁ ଆମୋଦ ପ୍ରମୋଦରେ କାଟିବେ । ସାମାଜିକ ପ୍ରତିଷ୍ଠା ଓ ସମ୍ମାନ ବୃଦ୍ଧି ପାଇବ । ତେଣୁ ପରିବାରର ସଦସ୍ୟ ,ବନ୍ଧୁବାନ୍ଧବ ଏବଂ ସହକର୍ମୀମାନଙ୍କ ଗହଣରେ ନିଜକୁ ଧନ୍ୟ ମନେ କରିବେ । ଶାରୀରିକ ଓ ମାନସିକ ସୁସ୍ଥତା ରହିବ । ପରିବାରର ସଦସ୍ୟ ଓ ବନ୍ଧୁଙ୍କ ଗହଣରେ କୌଣସି ଦର୍ଶନୀୟ ସ୍ଥାନ ପରିଭ୍ରମଣରେ ଯାଇ ଆମୋଦ ପ୍ରମୋଦରେ ସମୟ କାଟିବେ । ନିଜର ମନ ପସନ୍ଦର ଜିନିଷ କ୍ରୟ କରିପାରନ୍ତି । ସ୍ବାଦିଷ୍ଟ ଖାଦ୍ୟର ମଜ୍ଜା ନେଇପାରନ୍ତି ।
କର୍କଟ: ଆଜି ଦିନଟି ଶୁଭଫଳଦାୟକ ଅଟେ । ବାଣିଜ୍ୟ ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ । ବୃତ୍ତିରେ ସହକର୍ମୀମାନଙ୍କଠାରୁ ସାହାଯ୍ୟ ଓ ସହଯୋଗ ମିଳିପାରେ । ଉପରିସ୍ଥ ହାକିମ ଆପଣଙ୍କ କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରିପାରନ୍ତି । ପ୍ରିୟଜନଙ୍କ ସହ ଆମୋଦ ପ୍ରମୋଦରେ ଦିନଟିକୁ ଅତିବାହିତ କରିପାରିବେ । ପ୍ରତିପକ୍ଷ ଓ ପ୍ରତିଯୋଗୀମାନଙ୍କୁ ପଛରେ ପକାଇ ଆଗେଇବେ । କଳାପ୍ରତି ନିଜେ ଆକର୍ଷିତ ହେବେ । ଖର୍ଚ୍ଚର ପରିମାଣକୁ କମାଇବା ପାଇଁ ଚେଷ୍ଟା କରନ୍ତୁ ।
ସିଂହ: ଆଜି ଏକ ଶୁଭଦିନ ଅଟେ । କିଛି ଅଘଟଣ ଯୋଗୁଁ ଆପଣ ଉତ୍ତେଜିତ ହୋଇପାରନ୍ତି । ତେଣୁ ନିଜର କ୍ରୋଧକୁ ନିୟନ୍ତ୍ରଣ ନକଲେ ନିଜ ଉପରେ ନ୍ୟସ୍ତ ଦାୟିତ୍ବପୁର୍ଣ୍ଣ କାର୍ଯ୍ୟକୁ ସଫଳ କରିପାରିବେ ନାହିଁ । ନିଜର ଖରାପ ଅଭ୍ୟାସକୁ ବଦଳାଇ ପାରିଲେ ଶରୀର ସୁସ୍ଥ ରହିବ । ଆଜି ଦିନଟିରେ ଆପଣ ନିଜେ ଭଲ ପାଉଥିବା କର୍ମରେ ନିଜକୁ ଲିପ୍ତ ରଖିବେ । ସାଂସ୍କୃତିକ , କଳା ଓ ଖେଳ ସମ୍ପର୍କୀୟ କର୍ମରେ ଆଗ୍ରହ ପ୍ରକାଶ କରିବେ । ଛାତ୍ରଛାତ୍ରୀ ନିଜର ପସନ୍ଦ ମୁତାବକ ପାଠ୍ୟକ୍ରମରେ ଯୋଗଦେଇ ସଫଳତା ଅର୍ଜନ କରିବେ । ବନ୍ଧୁବାନ୍ଧବଙ୍କ ସହ ସୁସମ୍ପର୍କ ରହିବ ଏବଂ ସେମାନଙ୍କ ସହ ଆମୋଦ ପ୍ରମୋଦରେ ଦିନଟିକୁ ଅତିବାହିତ କରିବେ ।
କନ୍ୟା: କୌଣସି କୋର୍ଟକଚେରୀ କାଗଜ ଇତ୍ୟାଦି ଦସ୍ତଖତ ବେଳେ ସାବଧାନ ରୁହନ୍ତୁ । ଦିନଟି ଆପଣଙ୍କ ପାଇଁ ଭଲ ନାହିଁ । ଖରାପ ସ୍ବାସ୍ଥ୍ୟ ଓ ଦୁଃଚିନ୍ତା ଆପଣ ଅନୁଭବ କରିବେ । ଲୋକମାନେ ଆପଣଙ୍କୁ ଭୁଲ ବୁଝିବେ କିମ୍ବା ବ୍ୟବସାୟୀ ଯଥା ପରିବାରଜନ ଆପଣଙ୍କ ଭାବାର୍ଥକୁ ଭୁଲ ବୁଝିବେ । ଅଧିକ ଖର୍ଚ୍ଚରୁ ନିବୃତ ରହନ୍ତୁ ।
ତୁଳା : ନିଜ ମନକୁ ପ୍ରଫୁଲ୍ଲିତ କରିବା ପାଇଁ କୌଣସି ମନ୍ଦିରକୁ ଯାଇ ଠାକୁରଙ୍କ ଆଶୀର୍ବାଦ ଭିକ୍ଷା କରିପାରନ୍ତି । ଜୀବନର ପ୍ରତି ସଫଳତା ପାଇବା ପାଇଁ ଭଗବାନ ହିଁ ଭରସା । ପତ୍ନୀ ଓ ସନ୍ତାନ ସନ୍ତତିଙ୍କ ଗହଣରେ ସୁଖରେ ସମୟ ବିତେଇବେ । ଶତ୍ରୁଜୟ କରିବେ, ଯେଉଁ କାର୍ଯ୍ୟରେ ଆଜି ଆପଣ ହାତଦେବେ, ସୁଫଳ ପାଇବେ । ଆମୋଦ ପ୍ରମୋଦରେ ସମୟ କାଟିବା ପାଇଁ ଆଜି ଦିନଟି ସର୍ବୋତ୍କୃଷ୍ଟ ଅଟେ । ସନ୍ଧ୍ୟାରେ ଆପଣଙ୍କ ହୃଦୟକୁ ଶାନ୍ତି ଦେଲାପରି କିଛି କାର୍ଯ୍ୟ ହୋଇପାରେ ।
ବିଛା: ନିଜର ପରିବାରର ସଦସ୍ୟ କିମ୍ବା ସାମାଜିକ ସ୍ତରରେ ଭୁଲ ବୁଝାମଣାର ଶିକାର ହୋଇପାରନ୍ତି । ତେଣୁ ମତଭେଦ ହେବା ପରି ଘଟଣାରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ । ଏହିଭଳି କିଛି ଭ୍ରାନ୍ତିକୁ ଦୂର କରିବାକୁ ଚେଷ୍ଟା କରନ୍ତୁ । ନିଜକୁ ଏହିଭଳି ସ୍ଥିତିରୁ ମୁକୁଳିବାକୁ ଚେଷ୍ଟା ନକଲେ ସାଧାରଣ ସ୍ବାସ୍ଥ୍ୟଗତ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଅଯଥା ଖର୍ଚ୍ଚକୁ ରୋକିବାକୁ ଚେଷ୍ଟା କରନ୍ତୁ ଏବଂ ନୀତିଶାସ୍ତ୍ର ସମ୍ବନ୍ଧୀୟ ପ୍ରତିଦ୍ବନ୍ଦିତା ପାଇଁ ଆହ୍ବାନ ପରି କାର୍ଯ୍ୟକ୍ରମଠାରୁ ଦୂରେଇ ରୁହନ୍ତୁ । ବିଦ୍ୟାର୍ଥୀ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।
ଧନୁ: ଆଜି ଦିନଟି ଆପଣଙ୍କ ପାଇଁ ଉଜ୍ବଳମୟ ରହିବ । କାର୍ଯ୍ୟର ସଫଳତା ପାଇବେ । କାର୍ମ କ୍ଷେତ୍ରରେ ଓ ସାମାଜିକ ସ୍ତରରେ ସୁଦୃଢ ଭାବରେ ପ୍ରତିଷ୍ଠିତ ହେବେ । ଆନନ୍ଦ ଅନୁଭବ କରନ୍ତୁ ଏବଂ ଘନିଷ୍ଠ ବନ୍ଧୁ ତଥା ପରିବାର ବର୍ଗଙ୍କ ସହିତ ଏହା ବାଣ୍ଟନ୍ତୁ । ଶାରୀରିକ ଭାବେ ସୁସ୍ଥ ରହିବେ ମନ ବି ଭଲ ରହିବ । ବନ୍ଧୁ ଏବଂ ପରିବାର ସହ ଦର୍ଶନୀୟ ସ୍ଥାନ ପରିଦର୍ଶନରେ ଯିବେ ।
ମକର: ନିଜ କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ । ଜଟିଳତା ମଧ୍ୟରେ ଗତି କରିବେ ଏବଂ ଦିନର ମୁଖ୍ୟ ସମୟ ଯାହାକି କ୍ରୋଧ ଓ ଆର୍ଥିକ କ୍ଷତିରେ ପହଞ୍ଚାଇବ । କିଛି କାରଣରୁ ନିଜ ବନ୍ଧୁଙ୍କ ସହିତ କଳହ ହୋଇପାରେ । ସମସ୍ୟା ବିଚାରାଳୟକୁ ଯାଇପାରେ । ଜନସାଧାରଣଙ୍କ କଟୁ ମାନସିକ ଅସ୍ଥିରତା କରିପାରେ କିନ୍ତୁ ଏହାକୁ ସରଳ ଭାବରେ ନିଅନ୍ତୁ ।
କୁମ୍ଭ: ସମ୍ମାନ ଲାଭ କରିପାରନ୍ତି । ନିଜ କାର୍ଯ୍ୟ ବାଣିଜ୍ୟ ବ୍ୟବସାୟରୁ ଉପକୃତ ହେବା ସଙ୍ଗେ ସଙ୍ଗେ ବାନ୍ଧବୀଙ୍କ ଠାରୁ ମଧ୍ୟ ସାହାଯ୍ୟ ପାଇପାରନ୍ତି । ନିଜର ସନ୍ତାନଙ୍କ ସହ ଉତ୍ତମ ସମ୍ପର୍କ ସ୍ଥାପିତ ହୋଇପାରେ ଏବଂ ସେମାନଙ୍କ ଠାରୁ ଖୁସିର ଖବର ପାଇପାରନ୍ତି । ଆପଣ ନିଜର ଅବସର ସମୟରେ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି । ବିବାହ ଯୋଗ ଦେଖା ଦେଇପାରେ । ହାତକୁ ଭଲ ବିବାହ ପ୍ରସ୍ତାବ ଆସିପାରେ ।
ମୀନ: ଆଜି ଦିନଟି ସଫଳ ଯୁକ୍ତ ହେବ । ନିଜର ସଫଳତା ଏବଂ କାର୍ଯ୍ୟ ସାଧନା ପାଇଁ ମନ ପ୍ରଫୁଲ୍ଲିତ ରହିବ । ବ୍ୟବସାୟ ଭଲ ହେବ । କରଜ ମିଳିବ । ବାପା କିମ୍ବା ବୟସ୍କ ମାନଙ୍କ ଦ୍ବାରା ଉପକୃତ ହେବେ । ପାରିବାରିକ ସମ୍ପର୍କରେ ମଧୁରତା ରହବ । ସରକାରୀ ସହାୟତା ମିଳିବ । ପ୍ରତିଷ୍ଠା ପାଇବେ । ସାମାଜିକ ଜୀବନ ସୁଖମୟ ହେବ ।