ମେଷ : ଆପଣ ଭାଗ୍ୟଶାଳୀ , ଆପଣଙ୍କ ପାଇଁ ସମସ୍ତ ପ୍ରକାର ପ୍ରଶଂସା ଏବଂ ପୁରସ୍କାର ଗଚ୍ଛିତ ରହିଛି, ଯାହାକି ଆପଣଙ୍କ ସାମାଜିକ ସଂପର୍କ ଏବଂ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞଙ୍କ ଠାରୁ ଆସିବ । ବୌଦ୍ଧିକ ଆଲୋଚନା ଆପଣଙ୍କୁ ଉତ୍ସାହିତ କରିବ ଏବଂ ଆପଣଙ୍କର ଅଂଶଗ୍ରହଣ ପ୍ରଶଂସିତ ହେବ । ଅବଶ୍ୟ, ଆପଣଙ୍କର ସମାଲୋଚନା ମନୋଭାବ ନିୟନ୍ତ୍ରଣରେ ରଖନ୍ତୁ ।
ବୃଷ: ସୁନ୍ଦର ମନୋବୃତ୍ତିର ପୁରସ୍କାର ଆପଣ ପାଇ ଆସୁଛନ୍ତି । ମାନସିକ ସ୍ଥିରତା, ସ୍ପଷ୍ଟତା ଏବଂ ଶାନ୍ତତାର ଲାଭ ଅନେକ ରହିଛି । ଯାହାକି ଆପଣ ପ୍ରାପ୍ତ କରିବେ। ଯେତେବେଳେ ଆପଣ ନିଷ୍ପତ୍ତି ନେବେ ଯେ “ ପଛକଥା ଛାଡି ଆଗକୁ ଯିବା” ମନୋବୃତ୍ତି ଅନୁସରଣ କରିବେ । ଏଥିସହ ହସ, କୌତୁହଳ କରିବେ ଏବଂ ଅନ୍ୟମାନଙ୍କ ବିଷୟରେ ବ୍ୟସ୍ତ ନ ହୋଇ ନିଜ କାମ ନିଜେ କରି ଚାଲିବେ । ନୂଆ ଭାବରେ ପ୍ରାପ୍ତ ହୋଇଥିବା ଏକ ଖୁସି ଖବର ଆପଣଙ୍କ ପରିବାର ଏବଂ ଆପଣଙ୍କୁ ଅନେକ ଖୁସି ଏବଂ ଆନନ୍ଦ ଦେବ ।
ମିଥୁନ: ଆପଣଙ୍କୁ ପରାମର୍ଶ ଦିଆ ହେଉଛି ଯେ ''ନିଜ ଦୁନିଆଁ'' ରୁ ବାହାରକୁ ଆସନ୍ତୁ ଏବଂ ଆପଣଙ୍କ ପିଲା, ସ୍ୱାମୀ/ସ୍ତ୍ରୀ କିମ୍ୱା ପ୍ରିୟଜନଙ୍କ ଆବଶ୍ୟକତା ଆଡକୁ ଧ୍ୟାନର ସହିତ ନଜର କରନ୍ତୁ । ସେମାନଙ୍କର ସ୍ୱାସ୍ଥ୍ୟକୁ ନେଇ ଯତ୍ନଶୀଳ ହୁଅନ୍ତୁ ଏବଂ ଧ୍ୟାନ ଆବଶ୍ୟକ କରିପାରେ । ନକ୍ଷତ୍ରର ପ୍ରଭାବରୁ ଜଣା ପଡୁଛି ଯେ ନିଜର ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ନଜର ଦେବା ଆବଶ୍ୟକ ଯେହେତୁ ଆପଣ ସହଜରେ ପେଟ ରୋଗରେ ଆକ୍ରାନ୍ତ ହୋଇଥାନ୍ତି ।
କର୍କଟ: ଯାହାହେଲେ କିଛି ଆପଣଙ୍କୁ ହତବୁଦ୍ଧି କରୁଛି। ହୁଏତ ଆପଣ ନିଜକୁ ଅପରାଧୀ ବିଚାର କରୁଛନ୍ତି କିମ୍ୱା ବର୍ତ୍ତମାନର ଚାକିରୀରେ ସନ୍ତୁଷ୍ଟ ନୁହନ୍ତି । ଆପଣ ଜାଣିଛନ୍ତି ଆପଣ ଅଧିକ ପାଇବା ପାଇଁ ଯୌଗ୍ୟ, ତେଣୁ ଆପଣଙ୍କୁ ସେହିପରି ଅନୁଭବ ହେଉଛି । ଏହିଭଳି ଭାବନା ଯୋଗୁଁ ଆପଣ ଙ୍କ ମନରେ ନିରାଶ ସ୍ଥାନ ନେବ । ଯଦି ଆପଣ କ୍ଲାନ୍ତ ଏବଂ ଶକ୍ତିହୀନ ଅନୁଭବ କରୁଛନ୍ତି, ତେବେ ଆପଣଙ୍କର ବର୍ତ୍ତମାନ ପରିସ୍ଥିତିକୁ ଆଉ ଥରେ ମୂଲ୍ୟାଙ୍କନ କରନ୍ତୁ ।
ସିଂହ: ଆଜି ଦିନଟି ଦୁଃଖମୟ ରହିବ । ଆପଣଙ୍କ ଶରୀର, ରାଗ, ଏବଂ କଥା ପ୍ରତି ଯତ୍ନବାନ ହୁଅନ୍ତୁ । ପରିବାର ଭିତରେ ଦ୍ୱନ୍ଦର ଆଶଙ୍କା ଅଛି। ତେଣୁ ପରିସ୍ଥିତିକୁ ବିଜ୍ଞତାର ସହିତ ଶାନ୍ତ ରହି ହ୍ୟାଣ୍ଡେଲ୍ କରନ୍ତୁ । ଯଦି ସମ୍ଭବ, ବେଆଇନ୍ କାର୍ଯ୍ୟକଳାପ କିମ୍ବା ଅନୈତିକ କାର୍ଯ୍ୟଠାରୁ ଦୁରେଇ ରୁହନ୍ତୁ । ଯାହାକି ଆପଣଙ୍କୁ ହଇରାଣରେ ପକାଇ ଦେଇପାରେ । ଆପଣଙ୍କ ସହ କଥାବାର୍ତ୍ତା ଏକ ଗଭୀର ଯୁକ୍ତିତର୍କ ଆଡକୁ ବାଟ ଦେଖେଇ ଥାଏ ।
କନ୍ୟା: ଆଜିର ସାରାଂଶ ହେଉଛି ''ମିଠା ଏବଂ ମିଠାଭରା'' । ତେଣୁ, ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯଦି ଆପଣ ଅନ୍ୟ ଲୋକଙ୍କ ଅପେକ୍ଷା ଅଧିକ ମିଠା । ଯାହା ସବୁ ମିଠା, ଆପଣଙ୍କ ଆଜିର କାର୍ଯ୍ୟସାରଣୀରେ ଅଛି । ଭଲ ସଂପର୍କ ରଖିବାର ଲାଭ ଆପଣ ଆଜି ଅନୁଭବ କରିପାରିବେ। ଯେତେବେଳେ ଆପଣ ଲୋକମାନଙ୍କ ଠାରୁ ପ୍ରଶଂସା ପାଇବେ । ଆପଣଙ୍କୁ ନ୍ୟସ୍ତ କରାଯାଇଥିବା କାର୍ଯ୍ୟ ଆପଣ ସମୟ ପୁର୍ବରୁ ସମାପ୍ତ କରିପାରିବେ ।
ତୁଳା : ଆପଣ ଅତ୍ୟନ୍ତ ଯତ୍ନଶୀଳ ଏବଂ ତୃଟିହୀନ, ଯେତେବେଳେ ଏହା ଅର୍ଥ ଏବଂ ଆର୍ଥିକ ବିଷୟ ସହିତ ଜଡିତ ହୋଇଥାଏ । ଯଦି ବ୍ୟବସାୟ ପାଇଁ ପାଣ୍ଠି ବନ୍ଦୋବସ୍ତ କରିବା ପାଇଁ ଚାହୁଁଛନ୍ତି, ତେବେ ଏହା ହିଁ ଉତ୍କୃଷ୍ଟ ସମୟ । ଭଲ ପ୍ରଭାବରୁ ଆପଣ ଆଜି ସୃଜନଶୀଳ ହେବେ ଏବଂ ଏହି ଗୁଣ ଦ୍ୱାରା ଅନ୍ୟମାନଙ୍କୁ ସହଜରେ ପ୍ରଭାବିତ କରିପାରିବେ ।
ବିଛା: ଆପଣଙ୍କ ଭାଷା ଏବଂ କଥାବାର୍ତ୍ତାରେ ଆପଣ ସତର୍କ ଏବଂ ନିୟନ୍ତ୍ରିତ ହେବା ପାଇଁ ପରାମର୍ଶ ଦିଆହେଉଛି । ସାଧାରଣ ଅସୁସ୍ଥତା, ମାନ୍ଦାପଣ ଏବଂ ଷ୍ଟ୍ରେସ୍ ଆଜି ଆପଣଙ୍କୁ ଶାନ୍ତ ରହିବା ପାଇଁ ଦେବ ନାହିଁ । ଡ୍ରାଇଭିଙ୍ଗ୍ କଲାବେଳେ ଅତ୍ୟନ୍ତ ଯତ୍ନଶୀଳ ହୁଅନ୍ତୁ ଏବଂ ଯଦି କୌଣସି ଡାକ୍ତରୀ ଚିକିତ୍ସା ପାଇଁ ଯିବାର ଯୋଜନା କରିଛନ୍ତି, ତେବେ ଆଜି ନ କରି ଆଗକୁ ଘୁଞ୍ଚାନ୍ତୁ ।
ଧନୁ: ଯେହେତୁ ଆପଣ ଅର୍ଥ, ସମାଜ ଏବଂ ପରିବାର ଭଳି ମୁଖ୍ୟ କ୍ଷେତ୍ରରେ ଖୁସି ଏବଂ ଭଲ ଭାଗ୍ୟର ଆଶିର୍ବାଦ ପାଇଛନ୍ତି। ଅର୍ଥ ଏବଂ ଅନ୍ୟ ଜିନିଷ ସମାନ ଭାବରେ ପ୍ରାପ୍ତ କରିବାର ଅଛି । ମୋଟ ଉପରେ ଏହା ଆପଣଙ୍କ ପାଇଁ ଏକ ଶୁଭ ଦିନ ହେବାକୁ ଯାଉଛି । ଏଥିସହ ବ୍ୟବସାୟରେ ଆପଣ ପୁରସ୍କାର ଏବଂ ଲାଭ ଉଭୟ ପ୍ରାପ୍ତ କରିବାର ଅଛି ଏବଂ ପ୍ରିୟଜନଙ୍କ ସହିତ ଏକ ପର୍ଯ୍ୟଟନ ସ୍ଥାନକୁ ଯିବାର ମଧ୍ୟ ସମ୍ଭାବନା ରହିଛି ।
ମକର: ଆପଣ ନିଜକୁ ଭାଗ୍ୟଶାଳୀ ଅନୁଭବ କରୁଛନ୍ତି ଯେହେତୁ ଆପଣ ପିଲା ଏବଂ ପରିବାର ଦୃଷ୍ଟିକୋଣରୁ ଆପଣଙ୍କ ମନରେ ଆନନ୍ଦ ଏବଂ ସନ୍ତୁଷ୍ଟି ଅଛି । ଆପଣଙ୍କ ବନ୍ଧୁ ଏବଂ ପ୍ରୀୟଜନଙ୍କ ସହିତ ଏକ ପ୍ରେମଭରା ମିଲନ ଆପଣଙ୍କ ହୃଦୟ ଏବଂ ଆତ୍ମାକୁ ଗରମ କରି ଦେଇଛି । ବ୍ୟବସାୟରେ ଆର୍ଥିକ ବିଷୟକୁ ନେଇ ଆପଣ ଭ୍ରମଣ କରିବାକୁ ପଡିପାରେ, କିନ୍ତୁ ବ୍ୟସ୍ତ ହୁଅନ୍ତୁ ନାହିଁ କାରଣ ଏହା ଆପଣଙ୍କ ପାଇଁ ଭାଗ୍ୟଶାଳୀ ଏବଂ ଲାଭଦାୟକ ପ୍ରମାଣିତ ହେବ ।
କୁମ୍ଭ: ଆପଣଙ୍କୁ ପରାମର୍ଶ ଦିଆହେଉଛି ଯେ ଆପଣ ପ୍ରତିଯୋଗୀଙ୍କୁ ନେଇ ଅନାବଶ୍ୟକ ତର୍କ ପ୍ରତିଯୋଗିତା ଏବଂ ଯୁକ୍ତିତର୍କରେ ନିଜକୁ ସାମିଲ କରନ୍ତୁ ନାହିଁ । ସାମାନ୍ୟ କିନ୍ତୁ ଲଗାତାର ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଆପଣ ମାନ୍ଦା ଏବଂ ହତାସ ଅନୁଭବ କରିପାରନ୍ତି । ଭାଗ୍ୟବଶତଃ, ଆପଣ ତଥାପି ବି ମାନସିକ ଭାବରେ କୋହଳ ଏବଂ କୌତୁହଳ ଅନୁଭବ କରିବେ ।
ମୀନ: ଆପଣଙ୍କ ଅନୈତିକ କାର୍ଯ୍ୟକଳାପରେ ଆପଣଙ୍କୁ ଅସୁବିଧାରେ ପକାଇପାରେ । ନିଜର ଜିହ୍ୱା ଓ କ୍ରୋଧକୁ ନିଜ ଆୟତରେ ରଖନ୍ତୁ । ନିଜର ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ହୁଅନ୍ତୁ । ବେଆଇନ କାର୍ଯ୍ୟକଳାପରେ ନିଜକୁ ଜ଼ଡିତ କରନ୍ତୁ ନାହିଁ । ଶାରିରୀକ ଚିକିତ୍ସା ନିମନ୍ତେ ଖର୍ଚ୍ଚାନ୍ତ ହେବାକୁ ପ଼ଡିପାରେ । ଆପଣ ଆଶ୍ୱସ୍ଥି ଅନୁଭବ କରିପାରନ୍ତି । ମୂଲ୍ୟହୀନ ଚିନ୍ତା ଆପଣଙ୍କ ବ୍ୟକ୍ତିଗତ ଜୀବନକୁ ପ୍ରଭାବିତ କରିପାରେ । ତା ଠାରୁ ଦୂରେଇ ରୁହନ୍ତୁ । ନିଜର ଇଶ୍ୱର ବିଶ୍ୱାସୀ ମନ ଆପଣଙ୍କୁ ଇଶ୍ୱରଙ୍କୁ ଆରାଧନା କରିବାପାଇଁ ପ୍ରେରଣା ଯୋଗାଇବ ।