ମେଷ: ଆଜି ଦୃଢତାର ସହ ନିଜର ପାରିପାର୍ଶ୍ୱିକ ଉନ୍ନତି କରିବେ ଏବଂ ଆପଣଙ୍କ ସୁନ୍ଦର ସ୍ୱାସ୍ଥ୍ୟ ଦ୍ୱାରା ଅନ୍ୟମାନେ ପ୍ରଭାବିତ ହେବେ। ପାରିବାରିକ ତଥା ଘର ବିଷୟରେ ଆଲୋଚନା ମଙ୍ଗଳମୟ ହେବ । ଆଗରୁ କରିଥିବା ଯୋଜନା ଫଳପ୍ରଦ ହେବ । କାମ କରିବା ପୂର୍ବରୁ ଭାବିଚିନ୍ତି କରନ୍ତୁ ।
ବୃଷ: ଆଜି ବିଦେଶରେ ରହିଥିବା ନିଜ ବନ୍ଧୁ ତଥା ଆତ୍ମିୟମାନଙ୍କଠାରୁ ସୁଫଳଯୁକ୍ତ ଖବର ପାଇବେ। ବିଦେଶ ଗସ୍ତରେ ଯିବା ପାଇଁ ମନ ବଳାଇବେ । ଛାତ୍ରମାନେ ବିଦେଶରେ ପାଠ ପଢିବା ପାଇଁ ସମୟ ଅନୁକୁଳ ଅଟେ । ଛୁଟିର ଆନନ୍ଦ ନେଇପାରନ୍ତି । ଏହିସବୁ କାରଣରୁ ଆନନ୍ଦିତ ହୋଇରହିବେ । କାମ ଅଧିକ ଥିବା ସତ୍ତ୍ୱେ ମନ ଭଲ ରହିବ । ଆୟ ବହୁଳ ଦିନ ଓ ଅର୍ଥଲଗାଣ ପାଇଁ ମଧ୍ୟ ସୁଦିନ ଅଟେ ।
ମିଥୁନ: କିଛି ଆଶ୍ଚର୍ଯ୍ୟ ଏବଂ ବିଷାଦପୂର୍ଣ୍ଣ ଘଟିପାରେ । ମିଥୁନ ରାଶିର ବ୍ୟକ୍ତିମାନେ ସତର୍କ ହୁଅନ୍ତୁ ।ଶାରୀରିକ ଏବଂ ମାନସିକ ଭାବରେ ଅସୁସ୍ଥ ଅନୁଭବ କରିପାରନ୍ତି । ମାଆଙ୍କର ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ ।
କର୍କଟ: ଆପଣ ଆଜି ଦିନଟିରେ ଆପଣଙ୍କ ପରିବାର ଏବଂ ସାଙ୍ଗ ସାଥି ସହିତ ମଜା ମଜଲିସ୍ କରିପାରନ୍ତି । ଆର୍ଥିକ ଲାଭ ହୋଇପାରେ । ବ୍ୟବସାୟୀ ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ପ୍ରତିଜ୍ଞାର ଦିବସ ହେବ । ଆପଣଙ୍କ ବ୍ୟବସାୟ ପାର୍ଟ୍ନର୍ଠାରୁ ଆପଣ ଲାଭବାନ ହେବେ । ଆପଣ ପ୍ରିୟଜନଙ୍କ ସଙ୍ଗରେ ଭ୍ରମଣରେ ଯାଇପାରନ୍ତି ।
ସିଂହ: ଆଜି ଦିନ ଆପଣଙ୍କ ସପକ୍ଷରେ ଯିବ ନାହିଁ ।ଚିନ୍ତା, ବ୍ୟସ୍ତତା, ଏବଂ ଦାରିଦ୍ର୍ୟ ଆପଣଙ୍କୁ ଘେରି ରହିବ । ଛାତିକୁ ଦମ୍ଭ କରନ୍ତୁ । ଆଜିର ଦିନଟି ଅଫିସ୍ରେ ଆପଣଙ୍କ ପାଇଁ ଖୁସିରେ ଯିବ ନାହିଁ । ଆପଣ ଆପଣଙ୍କର ପ୍ରତିଦିନର ବ୍ୟସ୍ତ କାମକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇପାରିବା କଠିନ ହେବ ।
କନ୍ୟା: ଆଜି ଦିନଟି ଛାତ୍ରମାନଙ୍କ ପାଇଁ କଠିନ ରହିବ । ଆପଣଙ୍କର ଲକ୍ଷ୍ୟ ଘୁଞ୍ଚିଯାଇପାରେ । ପିଲାମାନେ ଦିନସାରା ଆପଣଙ୍କୁ ବ୍ୟସ୍ତ କରି ପକାଇବେ । ଆଜି ନିବେଶକମାନେ ସାବଧାନତା ଅବଲମ୍ବନ କରିବେ । ଆପଣଙ୍କୁ କୌଣସି ପ୍ରକାର ଭୌତିକ ତର୍କ ଏବଂ ଆଲୋଚନାଠାରୁ ବିରତି ରହିବାକୁ ପରାମର୍ଶ ଦିଆଯାଇଛି ।
ତୁଳା: ଆଜି ଦିନଟି ଆପଣଙ୍କ ପାଇଁ ମାନ୍ଦାଳିଆ ରହିବ । ଆପଣ ଶାନ୍ତ ଏବଂ ନିରବ ଏହିବା କଷ୍ଟକର ହୋଇପଡିବ । ସଂପତ୍ତି ବିଷୟରେ କଥାବାର୍ତ୍ତା କରିବା ସମୟରେ ଭାବିଚିନ୍ତି କୁହନ୍ତୁ । ଯାତ୍ରା କରନ୍ତୁ ନାହିଁ । ଆପଣଙ୍କର ପରିବାରର ପରିବେଶ ଅସ୍ଥିର ରହିବ । ତର୍କ ଏବଂ ଯୁକ୍ତି ନ କରିବା ପାଇଁ ଚେଷ୍ଟା କରନ୍ତୁ ।
ବିଛା: ଆଜି କିଛି ନୂଆ ଜିନିଷ କିଣି ପାରନ୍ତି । କିଛି ନୂଆ କରିବା ପାଇଁ ଚେଷ୍ଟା କରିବେ । ନୂଆ ଚାକିରୀ ମିଳିପାରେ । ବିବାହ ସମ୍ପର୍କିତ ଖବର ଶୁଣି ଖୁସି ହୋଇପାରନ୍ତି । ପରିବାର ସହ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି ।
ଧନୁ: ଏହି ଦିନଟି ଆପଣଙ୍କ ପାଇଁ ଫଳପ୍ରଦ ହେବ । ଆପଣ ଆର୍ଥିକ ଲାଭରେ ରହିପାରନ୍ତି । ମହିଳାମାନଙ୍କ ଭାଗ୍ୟ ସେମାନଙ୍କ ସପକ୍ଷରେ ଯିବ । ଆପଣଙ୍କ ପ୍ରିୟଜନ ଆପଣଙ୍କୁ ଖୁସି ପାଇଁ ଆନନ୍ଦିତ ହେବେ । ନୂଆ କାମ ହାତକୁ ନେବାର ଏହା ହେଉଛି ସଠିକ ସମୟ । ଛୋଟିଆ ଯାତ୍ରା କରିପାରନ୍ତି ।
ମକର: ବ୍ୟବସାୟୀକ ଦୃଷ୍ଟି କୋଣରୁ ଦିନଟି ଭଲରେ କଟିବ । ନୂଆ କାର୍ଯ୍ୟ ଶୁଭାରମ୍ଭ କରିବାକୁ ଚାହୁଁଥିଲେ ଆଜି କରନ୍ତୁ । ଦିନଟି ଅନୁକୂଳ ରହିବ । ସୁସ୍ବାଦୁ ଖାଦ୍ୟ ପାଇ ଆନନ୍ଦିତ ହୋଇପାରନ୍ତି ।
କୁମ୍ଭ: ଏ ସମୟରେ ନିଜ ଶରୀର, ସୁଖାଦ୍ୟ, ଏବଂ ବ୍ୟାୟାମ ଇତ୍ୟାଦିରେ ଅବହେଳା କରନାହିଁ। ନିଜେ ଅସୁସ୍ଥତା ଅନୁଭବ କରିବେ, ଯେଉଁଥିରେ ମାନସିକ ସ୍ଥିରତା ଦରକାର। ବିଶ୍ରାମ ନିଅନ୍ତୁ। କଚେରୀ କାମରେ ସାବଧାନ ଏବଂ କାହା କଥାରେ ଧନ ଲଗାନ୍ତୁ ନହିଁ। ପଇସାପତ୍ର, ବାକ୍ୟ ଓ ରାଗିଯିବା ଅଭ୍ୟାସ ପ୍ରତି ସାବଧାନ ହୁଅ। ଆଜି ନିଜ ପ୍ରିୟଜନ ତୁମକୁ ବିରୋଧ କରିବେ।
ମୀନ: ଆଜି ହଠାତ୍ ଆର୍ଥିକ ଲାଭର ସମ୍ଭାବନା ନିଶ୍ଚିତ ଭାବରେ ରହିଛି । ଏପରିକି ଆପଣ ପଇସା ହିସାବରେ ପ୍ରାଇଜ୍ କିମ୍ବା ଲଟେରୀ ଜିତିପାରନ୍ତି । ମୋଟାମୋଟି ଭାବରେ ଖୁସି, ଭାଗ୍ୟଶାଳୀ ହେବାର ସମ୍ଭାବନା ରହିଛି । ପିଲାମାନଙ୍କଠାରୁ ଭଲ ଖବର ଆସିପାରେ ଏବଂ ଆପଣ ଆପଣଙ୍କ ପୁରୁଣା, ଦୀର୍ଘ ଦିନରୁ ଭେଟ ହୋଇ ନଥିବା ବନ୍ଧୁମାନଙ୍କୁ ଭେଟି ଆନନ୍ଦିତ ହେବେ ।