ETV Bharat / bharat

Honour Killing: ଅନ୍ୟ ଜାତିର ପୁଅକୁ ପ୍ରେମ କରିବାରୁ ନାବାଳିକାର ଜୀବନ ନେଲା ପରିବାର

author img

By

Published : Jun 17, 2023, 8:59 AM IST

ଅନ୍ୟ ଜାତିର ପୁଅକୁ ପ୍ରେମ କରିବାରୁ ନାବାଳିକାଙ୍କୁ ହତ୍ୟା । ତିନି ଜଣଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

Honour killing in Tumakuru
Honour killing in Tumakuru

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଅନର କିଲିଂ । ରକ୍ଷକ ସାଜିଲେ ଭକ୍ଷକ । ଅନ୍ୟ ଜାତିର ପୁଅକୁ ଭଲ ପାଇବାରୁ ନାବାଳିକା ଝିଅର ଜୀବନ ନେଲେ ବାପା, ଭାଇ ଓ ଦାଦା । ତଣ୍ଟି ଚିପି ନାବାଳିକାଙ୍କୁ ହତ୍ୟା କଲେ ରକ୍ତ ସମ୍ପର୍କୀୟ । କର୍ଣ୍ଣାଟକର ତୁମାକୁରୁ ଜିଲ୍ଲାରେ ଘଟିଛି ଏପରି ବୀଭତ୍ସ ହତ୍ୟାକାଣ୍ଡ । ଥାନାରେ ଅଭିଯୋଗ ପରେ ତିନି ଜଣଙ୍କୁ ଗିରଫ କରିଛି ପୋଲିସ ।

ତୁମାକୁରୁ ଏସପି ରାହୁଲ କୁମାର ଶାହାପୁରୱାଡ କହିଛନ୍ତି ଯେ, ମୃତ ନାବାଳିକା ଜଣଙ୍କ ଜଣେ ଅନୁସୂଚିତ ଜାତିର ପୁଅକୁ ଭଲ ପାଉଥିଲେ । । ହଷ୍ଟେଲରେ ରହୁଥିବା ସମୟରେ ସେ ଯୁବକଙ୍କ ପ୍ରେମରେ ପଡିଥିଲେ । ଗତ 2 ସପ୍ତାହ ହେଲା ନାବାଳିକା ଜଣଙ୍କ ନିଖୋଜ ଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଝିଅ ତାର ପ୍ରେମିକ ସହ ଫେରାର ହୋଇଯାଇଥିବା ପରେ ଜାଣିବାକୁ ପାଇଥିଲେ ପରିବାର ଲୋକେ । ବାପା ମାଆ ଜୁନ 9 ତାରିଖରେ ଝିଅକୁ ଖୋଜି ପାଇବାପରେ ଘରକୁ ଆଣିଥିଲେ । ଏହାପରେ ଉକ୍ତ ଯୁବକଙ୍କ ଠାରୁ ଦୂରେଇ ରହିବାକୁ କହିଥିଲେ । କିନ୍ତୁ ଏଥିରେ ନାବାଳିକା ଜଣଙ୍କ ରାଜି ହୋଇନଥିଲେ । ଶେଷରେ ତାଙ୍କ ବାପା ପର୍ଶୁରାମ, ଭାଇ ଶିବରାଜୁ ଓ ଦାଦା ଟୁକାରାମ ଝିଅକୁ ହତ୍ୟା କରିବାକୁ ଷଡଯନ୍ତ୍ର ରଚିଥିଲେ ।

ଏକ ଦୌଡି ସାହାଯ୍ୟରେ ନାବାଳିକଙ୍କ ଗଳାକୁ ଚାପି ହତ୍ୟା କରିଥିଲେ । ଏହା ପରେ ଏହି ଘଟଣାକୁ ଆତ୍ମହତ୍ୟାର ରୂପ ଦେଇଥିଲେ । ଝିଅ ବିଷପାନ କରିବାରୁ ମୃତ୍ୟୁ ହୋଇଥିବା କହିଥିଲେ ହତ୍ୟାକାରୀ । ଏହାପରେ ମୃତ ଝିଅର ଶେଷକୃତ୍ୟ କରୁଥିବା ବେଳେ ଗ୍ରାମବାସୀ ଏହାକୁ ନେଇ ସନ୍ଦେହ କରିଥିଲେ । ଝିଅଟିର ମୃତ୍ୟୁକୁ ନେଇ ଗ୍ରାମବାସୀ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ପ୍ରଥମେ ଆତ୍ମହତ୍ୟା ମାମଲା ରୁଜୁ କରିଥିଲା । ପରେ ଏନେଇ ତଦନ୍ତ କରିବା ପରେ ପୁରା ସତ୍ୟ ଘଟଣା ସାମ୍ନାକୁ ଆସିଥିଲା ।

ଏହା ମଧ୍ୟ ପଢନ୍ତୁ-ଜନ୍ମଦାତ୍ରୀକୁ ତଣ୍ଟି ଚିପି ହତ୍ୟା, ମୃତଦେହ ସୁଟକେସରେ ଧରି ଥାନାରେ ପହଞ୍ଚିଲା ଝିଅ

ଅନ୍ୟ ଜାତିର ପୁଅକୁ ଭଲ ପାଇବାରୁ ନାବାଳିକାଙ୍କୁ ହତ୍ୟା କରାଯାଇଥିବା ପୋଲିସ ତଦନ୍ତରୁ ଜାଣିବାରୁ ପାଇଥିଲା । ଏହାପରେ ନାବାଳିକଙ୍କ ସମ୍ପର୍କୀୟ ତିନି ଅଭିଯୁକ୍ତ ପର୍ଶୁରାମା, ଶିବରାଜୁ, ତୁକାରାମଙ୍କୁ ଗିରଫ କରାଯାଇଛି । ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରହିଛି । ମୃତ ନାବାଳିକାର ପ୍ରେମିକକୁ ମଧ୍ୟ ପୋଲିସ ପଚରାଉଚରା କରିପାରେ ।

ଜୁନ 13 ତାରିଖରେ କର୍ଣ୍ଣାଟକରୁ ଆଉ ଏକ ଲୋକଟାଙ୍କୁରା ଘଟଣା ସାମ୍ନାକୁ ଆସିଥିଲା । ଶାଶୁ ସହ ବଚସା ହେବାରୁ ମାଆକୁ ନିଦ ବଟିକା ଦେଇ ଜୀବନ ନେଇଥିଲା ଝିଅ । ତଣ୍ଟି ଚିପି ହତ୍ୟା କରିବା ପରେ ସୁଟ୍‌କେସରେ ମୃତଦେହ ଧରି ପୋଲିସ ଷ୍ଟେସନରେ ଆତ୍ମ ସମର୍ପଣ କରିଥିଲା ଅଭିଯୁକ୍ତ ଝିଅ । ମୃତ ମହିଳା ହେଉଛନ୍ତି 70 ବର୍ଷୀୟ ବିଭା ପାଲୁ । ତାଙ୍କ ଝିଅ ହେଉଛନ୍ତି ସେନାଲି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.