ETV Bharat / bharat

Jahangirpuri Violence: ହିଂସା ପରେ ଦିଲ୍ଲୀର ସୁରକ୍ଷା ସମୀକ୍ଷା କରିବେ କେନ୍ଦ୍ର ଗୃହ ସଚିବ

author img

By

Published : Apr 18, 2022, 10:33 PM IST

ଦିଲ୍ଲୀର ଜାହାଙ୍ଗୀରପୁରୀରେ ହୋଇଥିବା ହିଂସାକାଣ୍ଡ ଘଟଣାର ସମୀକ୍ଷା କରିବେ କେନ୍ଦ୍ର ଗୃହ ସଚିବ ଅଜୟ ଭାଲା । ବୈଠକରେ ଉପସ୍ଥିତ ରହିବେ ଦିଲ୍ଲୀ ପୋଲିସ କମିଶନରଙ୍କ ସମେତ ଗୁଇନ୍ଦା ଅଧିକାରୀ । ଅଧିକ ପଢନ୍ତୁ

Jahangirpuri violence: ଦିଲ୍ଲୀର ସୁରକ୍ଷା ସମୀକ୍ଷା କରିବେ କେନ୍ଦ୍ର ଗୃହ ସଚିବ

ନୂଆଦିଲ୍ଲୀ: ଦିଲ୍ଲୀର ଜାହାଙ୍ଗୀରପୁରୀରେ ହୋଇଥିବା ହିଂସାକାଣ୍ଡ ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସଚିବ ଅଜୟ କୁମାର ଭାଲା ଆଜି ଦିଲ୍ଲୀ ପୋଲିସ କମିଶନର ରାକେଶ ଅସ୍ଥାନଙ୍କ ସମେତ ଅନ୍ୟ କିଛି ପ୍ରମୁଖ ଗୁଇନ୍ଦା ଅଧିକାରୀଙ୍କ ସହ ସ୍ଥିତି ସମୀକ୍ଷା କରିବେ । ଉକ୍ତ ହିଂସାକାଣ୍ଡ ପରେ ଜାରି ରହିଥିବା ତଦନ୍ତ, କାର୍ଯ୍ୟାନୁଷ୍ଠାନ ଓ ବର୍ତ୍ତମାନ ସେଠାକାର ସ୍ଥିତି ନେଇ ଅଧିକାରୀମାନେ ଗୃହ ସଚିବଙ୍କୁ ଅବଗତ କରିବା ନେଇ ସୂଚନା ରହିଛି ।

ଜଣେ ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏହି ଉଚ୍ଚସ୍ତରୀୟ ବୈଠକରେ ଦିଲ୍ଲୀ ପୋଲିସ କମିଶନରଙ୍କ ସମେତ ଅନ୍ୟ କିଛି ବରିଷ୍ଠ ପୋଲିସ ଅଧିକାରୀ ଓ ଗୁଇନ୍ଦା ଅଧିକାରୀ ମଧ୍ୟ ସାମିଲ ରହିବେ । କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ସେ ନେଇ ତଥ୍ୟ ରଖିବାକୁ ଗୁଇନ୍ଦା ବିଭାଗକୁ ପୂର୍ବରୁ ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ଜାରି କରିସାରିଛି । ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଘଟଣା ହେଉଛି, ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀରେ ଘଟିଥିବା ହିଂସା ସହ ଏହି ହିଂସାର କୌଣସି ସମ୍ପର୍କ ଅଛି କି ନାହିଁ ତାକୁ ମଧ୍ୟ ବିଶେଷ ଭାବେ ତଦନ୍ତ ପରିସରକୁ ନିଆଯାଉଛି ।

ଗୁଇନ୍ଦା ବିଭାଗର ଜଣେ ଅଧିକାରୀ କହିଛନ୍ତି, ଯେ ଉତ୍ତର ପୂର୍ବ ଦିଲ୍ଲୀରେ ସଂଗଠିତ ହୋଇଥିବା ଦଙ୍ଗା ଏବଂ CAA-NRC ବିରୋଧୀ ଲିଙ୍କକୁ ପୁଣି ଥରେ ବିଶେଷ ଭାବେ ଯାଞ୍ଚ କରାଯିବ । ହିଂସା ଦେଖିବାକୁ ମିଳିଥିବା ଜାହାଙ୍ଗୀରପୁରୀ ଅଞ୍ଚଳରେ ବାଂଲାଦେଶୀ ପ୍ରବାସୀଙ୍କ ଉପସ୍ଥିତି ମଧ୍ୟ ରହିଛି । ତେଣୁ ଏହି ସମ୍ଭାବ୍ୟ ଦିଗ ମଧ୍ୟ ଘଟଣାର ତଦନ୍ତ ପରିସରକୁ ଆସିବା ଜରୁରୀ ବୋଲି କୁହାଯାଉଛି ।

ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ପଥର ମାଡ ଓ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଲିଥିଲା । ଏଥିରେ ଜଣେ ପୋଲିସ କର୍ମୀଙ୍କ ସମେତ ଏକାଧିକ ଆହତ ମଧ୍ୟ ହୋଇଥିଲେ । ବର୍ତ୍ତମାନ ସୁଦ୍ଧା ଘଟଣାରେ ୨୩ଜଣଙ୍କୁ ଗିରଫ କରାଯାଇ ସରିଲାଣି । ଦିଲ୍ଲୀ ପୋଲିସ ଓ କ୍ରାଇମ ବ୍ରାଞ୍ଚର ମିଳିତ ଟିମ ଏହାର ତଦନ୍ତ ଜାରି ରଖିଥିବା ବେଳେ ଏବେ କେନ୍ଦ୍ର ଗୃହ ସଚିବ ସ୍ଥିତିର ସମୀକ୍ଷା କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.