ETV Bharat / bharat

ଆଗକୁ ୟୁପି ବିଧାନସଭା ନିର୍ବାଚନ; ଆଜି ଲକ୍ଷ୍ନୌ ଗସ୍ତ କରୁଛନ୍ତି ଶାହ - କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

ଆଗକୁ ଆସୁଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ । ଏନେଇ ଆଜି ଲକ୍ଷ୍ନୌକୁ ଗସ୍ତ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଅଧିକ ପଢନ୍ତୁ...

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ; ଆଜି ଶାହାଙ୍କ ଲକ୍ଷ୍ନୌ ଗସ୍ତ

author img

By

Published : Oct 29, 2021, 8:33 AM IST

ଲକ୍ଷ୍ନୌ: ଆଗକୁ ଆସୁଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ । ନିର୍ବାଚନ ଜିତିବା ପାଇଁ ବିଜେପି ଏବେଠୁ ଆରମ୍ଭ କଲାଣି କସରତ । ଗଡ ରକ୍ଷା କରିବା ପାଇଁ ଏବେଠୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କଲାଣି ଦଳ । ତେବେ ଏନେଇ ଆଜି ଲକ୍ଷ୍ନୌ ଗସ୍ତ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଦିନ 10.30ରେ ଚୌଧୁରୀ ଚରଣ ସିଂ ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ଡିଫେନ୍ସ ଏକ୍ସପୋ ଗ୍ରାଉଣ୍ଡରେ ପହଞ୍ଚି ଆଗାମୀ ନିର୍ବାଚନ ପାଇଁ ଦଳୀୟ ସଦସ୍ୟତା ଡ୍ରାଇଭକୁ ଲଞ୍ଚ କରିବେ । ସେଠାରେ ସେ ପହଞ୍ଚିବା ପରେ ଦଳୀୟ ସାଂଗଠନିକ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେ ଆୱାଦ ଅଞ୍ଚଳରେ ଥିବା କାର୍ଯ୍ୟାଳୟର ଅଧିକାରୀମାନଙ୍କୁ ମଧ୍ୟ ସମ୍ବୋଧିତ କରିବେ । ଏହାସହ ଦଳର ଏଲଇଡି ଅଭିଯାନ ପାଇଁ ନିୟୋଜିତ ହୋଇଥିବା ଗାଡି ଗୁଡିକୁ ଫ୍ଲାଗ ଦେଖାଇ ଶୁଭାରମ୍ଭ କରିବେ ।

ସେପଟେ ଅପରାହ୍ନରେ ଶାହା ଇନ୍ଦିରା ଗାନ୍ଧୀ ପ୍ରତିଷ୍ଠାନରେ ପହଞ୍ଚି ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିବେ । ଯେଉଁ ଠାରେ 2019 ସାଧାରଣ ନିର୍ବାଚନରେ ଭାଗ ନେଇଥିବା ପୂର୍ବତନ ବିଧାୟକ, ପୂର୍ବତନ ସାଂସଦ, ଦାୟିତ୍ୱରେ ଥିବା ତଥା ଲୋକସଭା ଆବାହକ ଉପସ୍ଥିତ ରହିବେ। ସେ ଦଳର ରାଜ୍ୟ ମୁଖ୍ୟାଳୟ ମଧ୍ୟ ପରିଦର୍ଶନ କରିବେ ଏବଂ ବରିଷ୍ଠ ନେତା ଏବଂ କାର୍ଯ୍ୟାଳୟର ଅଧିକାରୀମାନଙ୍କ ସହ ଏକ ବୈଠକ କରିବେ । ତେବେ ଶାହଙ୍କ ଏ ଗସ୍ତ ଆଗାମୀ ନିର୍ବାଚନ ଉପରେ ବେଶ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.