ETV Bharat / bharat

ମାସକରେ ଦ୍ବିତୀୟ ଥର ପଶ୍ଚିମବଙ୍ଗ ଗସ୍ତ କରିବେ ଅମିତ ଶାହା !

author img

By

Published : Dec 11, 2020, 6:38 PM IST

ପଶ୍ଚିମବଙ୍ଗ ଗସ୍ତ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଡିସେମ୍ବର 19 କିମ୍ବା 20 ତାରିଖରେ ଅମିତ ଶାହା ଗସ୍ତ କରିପାରନ୍ତି ବୋଲି ଆଲୋଚନା ହେଉଛି। ଅଧିକ ପଢନ୍ତୁ...

home minister Amit Shah likely to visit West Bengal for the 2021 Assembly election
ବିଧାନସଭା ନିର୍ବାଚନ 2021: ପଶ୍ଚିମବଙ୍ଗ ଗସ୍ତ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ!

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଗସ୍ତ କରି ପାରନ୍ତି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଡିସେମ୍ବର 19 କିମ୍ବା 20 ତାରିଖରେ ଅମିତ ଶାହା ଏହି ଗସ୍ତ କରି ପାରନ୍ତି ବୋଲି ଆଲୋଚନା ହେଉଛି। ତେବେ ଏହାକୁ ନେଇ ବିଜେପି କିମ୍ବା ଗୃହ ମନ୍ତ୍ରାଳୟ ପକ୍ଷରୁ କୌଣସି ବିଧିବଦ୍ଧ ଭାବରେ ସୂଚନା ମିଳିପାରିନାହିଁ। ଯଦି ଶାହ ଏହି ଗସ୍ତ କରନ୍ତି ତେବେ ମାସକ ମଧ୍ୟରେ ଏହା ତାଙ୍କ ଦ୍ବିତୀୟ ନିର୍ବାଚନୀ ଗସ୍ତ ହେବ। ଏହାପୂର୍ବରୁ ପୌର ନିର୍ବାଚନକୁ ନେଇ ହାଇଦ୍ରାବାଦ ଗସ୍ତ କରିଥିଲେ ଗୃହମନ୍ତ୍ରୀ।

2021ରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ। ଏହି ଗସ୍ତ ବେଳେ ଶାହା ପଶ୍ଚିମବଙ୍ଗରେ ବିଜେପିର ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିବେ ବୋଲି ଆଲୋଚନା ହେଉଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର ଉପରେ ଆକ୍ରମଣର ଗୋଟିଏ ଦିନ ପରେ ଏଭଳି ଖବର ସାମ୍ନାକୁ ଆସିଛି। ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତ ନେଇ ବିଜେପିର ଜଣେ କର୍ମକର୍ତ୍ତା ସୂଚନା ଦେଇଛନ୍ତି।

ଏହାପୂର୍ବରୁ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ସେ ମଧ୍ୟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ଦଳର ଆକ୍ସନ ପ୍ଲାନ ବିଷୟରେ ଆଲୋଚନା କରିବାକୁ ସେ ଆସିଥିଲେ। ଏନେଇ ସେ ବିଭିନ୍ନ ସ୍ଥାନରେ ବିଜେପି କର୍ମୀଙ୍କ ସହ ଆଲୋଚନା କରିବା ସହ ସମ୍ମିଳନୀ କରିଥିଲେ। ତେବେ ଦକ୍ଷିଣ 24 ପାରଗଣା ଜିଲ୍ଲା ସ୍ଥିତ ଡାଇମଣ୍ଡ ହାର୍ବରରେ ଏକ ସମ୍ମିଳନୀରେ ଯୋଗ ଦେବାକୁ ଯିବା ବେଳେ ତାଙ୍କ କାର ଉପରକୁ ତୃଣମୂଳ କଂଗ୍ରେସ ପଥର ମାଡ଼ କରିଥିବା ଅଭିଯୋଗ ହୋଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.