ETV Bharat / bharat

ଟାଗୋରଙ୍କୁ ଅପମାନ ଅଭିଯୋଗର ସ୍ପଷ୍ଟୀକରଣ ଦେଲେ ଗୃହମନ୍ତ୍ରୀ ଅମିତ ଶାହ

ରବୀନ୍ଦ୍ରନାଥ ଟାଗୋରଙ୍କ ଅପମାନ ନେଇ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀଙ୍କ ପକ୍ଷରୁ କରାଯାଇଥିବା ଅଭିଯୋଗର ସଂସଦରେ ପାଲଟା ଜବାବ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ଅଧିକ ପଢନ୍ତୁ...

ଟାଗୋରଙ୍କ ଅପମାନ ଅଭିଯୋଗର ସ୍ପଷ୍ଟୀକରଣ ଦେଲେ ଗୃହମନ୍ତ୍ରୀ ଅମିତ ଶାହ

author img

By

Published : Feb 9, 2021, 6:23 PM IST

ନୂଆଦିଲ୍ଲୀ: ରବୀନ୍ଦ୍ରନାଥ ଟାଗୋରଙ୍କ ଅପମାନ ନେଇ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀଙ୍କ ପକ୍ଷରୁ କରାଯାଇଥିବା ଅଭିଯୋଗର ସଂସଦରେ ପାଲଟା ଜବାବ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସେ କହିଛନ୍ତି, ତାଙ୍କ ବିରୁଦ୍ଧରେ ଟାଗୋରଙ୍କ ଅପମାନର ଅଭିଯୋଗ ଭୁଲ ଓ ଭିତ୍ତିହୀନ । ଗୃହମନ୍ତ୍ରୀ ଇତିହାସର ତଥ୍ୟ ଦେଇ କହିଛନ୍ତି, ଟାଗୋରଙ୍କ ଆସନରେ ସେ ନୁହେଁ, ବରଂ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ବସିଥିଲେ ।

ଗୃହମନ୍ତ୍ରୀ ଅମିତ ଶାହ ନିଜ ଶାନ୍ତି ନିକେତନ ଯାତ୍ରାକୁ ନେଇ ବିରୋଧୀ ଦଳ ନେତା ଅଧିର ରଞ୍ଜନ ଚୌଧୁରୀଙ୍କ ପକ୍ଷରୁ କରାଯାଇଥିବା ଟିପ୍ପଣୀର ସ୍ପଷ୍ଟୀକରଣ ଦେଇଛନ୍ତି । ଶାନ୍ତି ନିକେତନର ଉପକୂଳପତିଙ୍କ ବୟାନ ଓ ଫଟୋ ଚିତ୍ରର ତଥ୍ୟ ଦେଇ ଗୃହମନ୍ତ୍ରୀ କହିଛନ୍ତି, ସେ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ଆସନରେ ବସିନଥିଲେ । ସେ ସେହି ଝରକାରେ ବସିଥିଲେ, ଯେଉଁଠି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପ୍ରତିଭା ପାଟିଲ ଓ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେତ ନେତା ଆଗରୁ ମଧ୍ୟ ବସିସାରିଛନ୍ତି ।

ଏହା ସହିତ ଗୃହମନ୍ତ୍ରୀ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ରାଜୀବ ଗାନ୍ଧୀଙ୍କ ଫଟୋ ଚିତ୍ର ଦେଖାଇ ଉଭୟ ନେତା ଟାଗୋରଙ୍କ ଚେୟାରରେ ବସିଥିବାର ଦାବି କରିଛନ୍ତି। କେବଳ ଏତିକି ନୁହେଁ ସୋସିଆଲ ମିଡିଆରୁ ଅନିଶ୍ଚିତ ଖବରକୁ ଆଣି ଏହାକୁ ସଂସଦର ଗୃହରେ ଉପସ୍ଥାପନ କରିବା ଅନୁଚିତ ବୋଲି କହିଛନ୍ତି ଶାହ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.