ମୁମ୍ବାଇ: ଦୁଷ୍କର୍ମ ମାମଲାରେ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି ମହାରାଷ୍ଟ୍ର ମୁମ୍ବାଇର ପୋକ୍ସୋ କୋର୍ଟ(POCSO Court)। ନାବାଳିକାଙ୍କ ହାତ ଧରିବା ଆଉ ପ୍ରେମ ନିବେଦନ କରିବା ଯୌନ ଉତ୍ପୀଡନ କୁହାଯାଇପାରିବ ନାହିଁ ବୋଲି ରାୟ ଦେଇଛନ୍ତି କୋର୍ଟ ।
ମାମଲାରୁ ଶୁଣାଣି କରି କୋର୍ଟ ୨୮ ବର୍ଷର ଜଣେ ବ୍ୟକ୍ତିଙ୍କୁ ଦଣ୍ଡମୁକ୍ତ କରିଛନ୍ତି । ୨୦୧୭ରେ ଏହି ବ୍ୟକ୍ତି ଜଣେ ନାବାଳିକାଙ୍କୁ ପ୍ରେମ ନିବେଦନ କରିଥିଲେ । ଅଭିଯୁକ୍ତିର ଯୌନ ଉତ୍ପୀଡନ ମନୋଭାବ ରହିଥିବା ଏଭଳି କୌଣସି ପ୍ରମାଣ ନାହିଁ ବୋଲି କୋର୍ଟ ଶୁଣାଣି ସମୟରେ କହିଥିଲେ ।
ରାୟ ଶୁଣାଣି କରି ଅଦାଲତ କହିଛନ୍ତି, ଏହି ମାମଲାରେ କୌଣସି ଠୋସ ପ୍ରମାଣ ନାହିଁ, ଯେଉଁଥିରେ ଜୋର ଦେଇ କହିହେବ ଯେ ଅଭିଯୁକ୍ତ ମନରେ ଯୌନ ଉତ୍ପୀଡନର ଭାବନା ରହିଥିଲା । ଅଭିଯୋଗକାରୀ ପକ୍ଷ ପ୍ରମାଣ ଦେବାରେ ସକ୍ଷମ ନୁହଁନ୍ତି । ତେବେ ସନ୍ଦେହ ଦୃଷ୍ଟି କୋଣରୁ ହିଁ ଅଭିଯୁକ୍ତକୁ ଦଣ୍ଡ ଦିଆଯାଇପାରିବନାହିଁ ବୋଲି କହିଛନ୍ତି ଅଦାଲତ ।
ଯୌନ ଅପରାଧ ପିଲାଙ୍କୁ ସୁରକ୍ଷା ଦେବା ପାଇଁ ରହିଥିବା ଆଇନକୁ ପୋକ୍ସୋ( POCSO) କୁହାଯାଏ | 18 ବର୍ଷରୁ କମ ପିଲାମାନଙ୍କ ସହ ଯୌନ ଶୋଷଣ ଅପରାଧ ପୋକ୍ସୋ ଆଇନ ଅଧିନରେ ଆସେ | 2012ରେ ଗଠିତ ଏହି ଆଇନ ଅନୁଯାୟୀ, ବିଭିନ୍ନ ଅପରାଧ ପାଇଁ ଭିନ୍ନ ଭିନ୍ନ ଦଣ୍ଡର ଏକ ବ୍ୟବସ୍ଥା ରହିଛି। 2018ରେ ସରକାର ଏହି ଆଇନରେ ବଡ ପରିବର୍ତ୍ତନ କରାଯାଇଥିଲା ।
ଏହା ପ୍ରଥମ ଘଟଣା ନୁହେଁ ଯେଉଁଠାରେ ଶିଶୁର ହାତ ଧରି ରଖିବା ଯୌନ ଅପରାଧ ଭାବରେ ଖାରଜ କରାଯାଇଛି । ଏହାପୂର୍ବରୁ ବମ୍ବେ ହାଇକୋର୍ଟ ଜଣେ 5 ବର୍ଷର ଶିଶୁକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ପୋକ୍ସୋ ଆକ୍ଟର ଧାରା 8 ଏବଂ 10 ଅନୁଯାୟୀ ଜଣେ 50 ବର୍ଷୀୟ ବ୍ୟକ୍ତିଙ୍କ ଦଣ୍ଡକୁ ରଦ୍ଦ କରିଦେଇଥିଲେ। ଏହି ରାୟ ଶୁଣାଣି କରିବାବେଳେ କୋର୍ଟ କହିଥିଲେ ଯେ ପ୍ୟାଣ୍ଟ ଖୋଲି ନାବାଳିକାର ହାତ ଧରିବାକୁ 'ଯୌନ ଉତ୍ପୀଡ଼ନ' ପରିଭାଷାରେ ଅନ୍ତର୍ଭୁକ୍ତ କରାଯାଇପାରିବ ନାହିଁ।