ETV Bharat / bharat

History of Cyclone in Odisha: ପୂର୍ବ-ଉପକୂଳରେ ବାତ୍ୟା ତାଣ୍ଡବ, ମହାବାତ୍ୟାରୁ ଜଓ୍ବାଦ ଯାଏଁ

author img

By

Published : May 7, 2022, 9:05 PM IST

ବାତ୍ୟା ଓ ଓଡିଶା ଯେପରି ଚିରସାଥୀ । ବର୍ଷ 1999 ର ମହାବାତ୍ୟା ଠାରୁ 2021ର ବାତ୍ୟା ଜଓ୍ବାଦ, ଓଡିଶା ଉପକୂଳରେ ରଚିଛନ୍ତି ତାଣ୍ଡବଲୀଳା । ବ୍ୟାପକ ଧନଜୀବନ ହରାଇଛି ରାଜ୍ୟ । ଭାଙ୍ଗିପଡିଛି ଆର୍ଥିକ ମେରୁଦଣ୍ଡ । ଦୁର୍ଦ୍ଦଶା ଦେଇଛି ଅନୁଭବ । ବିପର୍ଯ୍ୟୟ ମୁକାବିଲାରେ ଓଡିଶା ସୃଷ୍ଟି କରିଛି ପରିଚୟ । ନଜର ପକାନ୍ତୁ ଗତ 2 ଦଶନ୍ଧିରେ ଓଡିଶା ଉପକୂଳ ସାମ୍ନା କରିଥିବା କିଛି ପ୍ରଳୟଙ୍କାରୀ ବାତ୍ୟାର ଭୟାବହତା ଉପରେ ।

history of Cyclone in Odisha: ପୂର୍ବ-ଉପକୂଳରେ ବାତ୍ୟା ତାଣ୍ଡବ, ମହାବାତ୍ୟାରୁ ଜଓ୍ବାଦ ଯାଏଁ

ଭୁବନେଶ୍ବର: ପୁଣି ଓଡିଶାକୁ ବାତ୍ୟା ଭୟ । ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଦାନା ବାନ୍ଧିଥିବା ଲଘୁଚାପ କ୍ଷେତ୍ର କ୍ରମଶଃ ଘନୀଭୂତ ହୋଇ ବାତ୍ୟାର ଋପ ନେବା ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ତେବେ ଏହି ସମ୍ଭାବ୍ୟ ବାତ୍ୟା ସିଧାସଳଖ ଓଡିଶା ଉପକୂଳରେ ଲ୍ୟାଣ୍ଡଫଲ ନକରି ନିକଟବର୍ତ୍ତୀ ସାମୁଦ୍ରିକ କ୍ଷେତ୍ର ମଧ୍ୟ ଦେଇ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେବା ପରେ ସାମାନ୍ୟ ଆଶ୍ବସ୍ତି ମିଳିଛି । କିନ୍ତୁ କୌଣସି ମୁହୂର୍ତ୍ତରେ ଆକଳନ ପରିବର୍ତ୍ତନ ହେବା ଆଶଙ୍କାରେ ସମ୍ପୂର୍ଣ୍ଣ ପ୍ରସ୍ତୁତି ମଧ୍ୟ ଜାରି ରହିଛି ।

ତେବେ ପୂର୍ବ-ତଟୀୟ ରାଜ୍ୟ ଓଡିଶା ଇତିହାରେ ବାତ୍ୟାର ତାଣ୍ଡବ କିଛି ନୂଆ କଥା ମଧ୍ୟ ନୁହେଁ । ଗତ 2ଦଶନ୍ଧି ମଧ୍ୟରେ ରାଜ୍ୟ ସାମ୍ନା କରିଛି ଏକାଧିକ ପ୍ରଳୟଙ୍କାରୀ ସାମୁଦ୍ରିକ ବାତ୍ୟା । 1999 ମସିହାର ମହାବାତ୍ୟା ହେଉ କି 2013ର ଫାଇଲିନ କିମ୍ବା ଫନି ସବୁ ବାତ୍ୟା ଓଡିଶା ଉପକୂଳରେ ରଚିଛନ୍ତି ତାଣ୍ଡବ । ବ୍ୟାପକ ଧନଜୀବନ ନଷ୍ଟ ସହ ଓଡିଶାର ଆର୍ଥିକ ମେରୁଦଣ୍ଡକୁ ପ୍ରତିବର୍ଷ ଦୋହଲାଇ ଚାଲିଛି ଏହି ବାତ୍ୟା ବିପର୍ଯ୍ୟୟ । ତେବେ ନଜର ପକାନ୍ତୁ ଓଡିଶା ଇତିହାସରେ ତାଣ୍ଡବ ରଚିଥିବା କିଛି ପ୍ରଳୟଙ୍କାରୀ ବାତ୍ୟା ଉପରେ । କଣ ରହିଥିଲା ପ୍ରଭାବ ଓ କ୍ଷୟକ୍ଷତି, କେମିତି ସାମ୍ନା କରିଥିଲା ଓଡିଶା ।

1999 ମହାବାତ୍ୟା:-

କେବଳ ଓଡିଶା ନୁହେଁ ସମଗ୍ର ପୂର୍ବ-ଉପକୂଳର ସବୁଠୁ ବଡ ପ୍ରାକୃତିକ ବିପର୍ଯ୍ୟୟ ଥିଲା 1999 ମହାବାତ୍ୟା । 1999 ମସିହା ଅକ୍ଟୋବର 29 ତାରିଖରେ ଓଡିଶା ଉପକୂଳ ସାମ୍ନା କରିଥିଲା ମହାବାତ୍ୟା । ଓଡିଶାର 6 ଉପକୂଳବର୍ତ୍ତୀ ଜିଲ୍ଲା ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଓ ଗଞ୍ଜମ ଜିଲ୍ଲା ପ୍ରଭାବିତ ହୋଇଥିଲେ ସୁଦ୍ଧା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା ଜଗତସିଂହପୁର ଜିଲ୍ଲା । ପ୍ରାୟ 10 ହଜାର ଲୋକ ପ୍ରାଣ ହରାଇଥିଲେ । ରାଜ୍ୟର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଥିଲା ମହାବାତ୍ୟା । ଉପକୂଳ ଓଡିଶାରେ ଦଶନ୍ଧି ପ୍ରର୍ଯ୍ୟନ୍ତ ମଧ୍ୟ ସ୍ପଷ୍ଟ ଦୃଶ୍ୟମାନ ହୋଇଥିଲା ଏହି ବିପର୍ଯ୍ୟୟର କରାଳ ଛାପ । ଅର୍ଥନୈତିଜ୍ଞଙ୍କ ଆକଳନ ଅନୁସାରେ ଏହି ପ୍ରାକୃତିକ ବିପର୍ଯ୍ୟୟରେ ଓଡିଶା ପ୍ରାୟ 10ବର୍ଷର ରାଜସ୍ବ ହରାଇଥିବା ଅନୁମାନ କରାଯାଏ ।

ସେତେବେଳେ ପାଣିପାଗ ବିଭାଗରେ ଆଧୁନିକ ଯନ୍ତ୍ରାଂଶ ଓ ଗବେଷଣା ପଦ୍ଧତି ଅଭାବ ସାଙ୍ଗକୁ ସୂଚନା ପ୍ରଯୁକ୍ତିବିଦ୍ୟା, ଗଣମାଧ୍ୟମର ଅପହଞ୍ଚ ଆଦି ଏହି ବାତ୍ୟା ମୁକାବିଲା ଦିଗରେ ସାଜିଥିଲା ବାଧକ । ଫଳରେ ବାତ୍ୟାର ପ୍ରକୃତ ପୂର୍ବାନୁମାନ ଓ ସୂଚନା ଆଦାନ ପ୍ରଦାନ କରିବା ପ୍ରକ୍ରିୟା ମଧ୍ୟ ସହଜ ନଥିଲା । ସେହିପରି ସମନ୍ବିତ ମୁକାବିଲା ରଣନୀତି ଓ ଦକ୍ଷତାର ଅଭାବ ମଧ୍ୟ ବାତ୍ୟା କ୍ଷୟକ୍ଷତିର ପରିମାଣକୁ କେଇ ଗୁଣା ବଢାଇଦେଇଥିଲା ।

ବାତ୍ୟା ଫାଇଲିନ (2013):-

ମହାବାତ୍ୟା ପରେ 2013ରେ ଦ୍ବିତୀୟ ବୃହତ୍ତମ ପ୍ରାକୃତିକ ବିପର୍ଯ୍ୟୟ ଭାବେ 12 ଅକ୍ଟୋବର 2013ରେ ଉପକୂଳ ଓଡିଶା ସାମ୍ନା କରିଥିଲା ବାତ୍ୟା ଫାଇଲିନ । ତେବେ ଘଣ୍ଟା ପ୍ରତି ବେଗ 140 କି.ମି ବେଗରେ ବାତ୍ୟା ଫାଇଲିନ ଗଞ୍ଜାମର ଗୋପାଳପୁର ଉପକୂଳରେ ଲ୍ୟାଣ୍ଡଫଲ କରିଥିଲା । ହେଲେ ସରକାରଙ୍କ ବତ୍ୟା ମୁକାବିଲା ରଣନୀତି କୁଶଳତା ପାଇଁ ମାତ୍ର 23 ଜଣ ଏହି ବାତ୍ୟାରେ ପ୍ରାଣ ହରାଇଥିଲେ ।

ବାତ୍ୟାରେ ମୃତାହତ ଓ କ୍ଷୟକ୍ଷତି ପରିମାଣ ହ୍ରାସ କରିବା ପାଇଁ ସରକାର ବ୍ୟାପକ ବ୍ୟବସ୍ଥା କରିଥିଲେ । ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରୁ ସମୁଦ୍ରକୂଳିଆ ଅଞ୍ଚଳରୁ ପ୍ରାୟ 5 ଲକ୍ଷ 50 ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଥିଲା । ଗଞ୍ଜାମ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ସମେତ ରାଜ୍ୟର 12 ଦକ୍ଷିଣ ଓ ଉପକୂଳବର୍ତ୍ତୀ ଜିଲ୍ଲାର ପ୍ରାୟ 14,514 ଗ୍ରାମ ଏଥିରେ ପ୍ରଭାବିତ ହୋଇଥିଲା ।

ବାତ୍ୟା ହୁଡହୁଡ 2014 :-

ଫାଇଲିନର ପରବର୍ଷ ତଥା 2014 ଅକ୍ଟୋବର 12 ତାରିଖରେ ବାତ୍ୟା ‘ହୁଡୁହୁଡ’କୁ ସାମ୍ନା କରିଥିଲା ଓଡିଶା ଉପକୂଳ । ତେବେ ଓଡିଶାରେ ଏହାର ପ୍ରଭାବ ବିଶେଷ ଭାବେ ଅନୁଭୂତ ହୋଇଥିଲେ ସୁଦ୍ଧା ଲ୍ୟାଣ୍ଡଫଲ ସ୍ଥଳ ଥିଲା ଆନ୍ଧ୍ର ପ୍ରଦେଶର ବିଶାଖାପାଟନମ ସହର । ରାଜ୍ୟରେ ସିଧା ଲ୍ୟାଣ୍ଡଫଲ ଆଶଙ୍କା ଟଳିଥିଲେ ସୁଦ୍ଧା ପ୍ରବଳ ପବନ ଓ ବର୍ଷାରେ ରାଜ୍ୟରେ 22 ଜଣ ପ୍ରାଣ ହରାଇଥିଲେ । 320 ଗ୍ରାମ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା । 24,800 ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତରଣ କରିଥିଲା ପ୍ରଶାସନ । ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଉପକୂଳ ଓଡିଶାରେ ବିଶେଷ ଭାବେ ପ୍ରଳୟ ରଚିଥିଲା ବାତ୍ୟା ‘ହୁଡହୁଡ’ ।

2018ର ବାତ୍ୟା ତିତିଲି :-

2018ରେ ଓଡିଶା ଉପକୂଳ ପାଇଁ ପୁଣି ଏକ ବପର୍ଯ୍ୟୟ ଆଣିଥିଲା ବାତ୍ୟା ‘ତିତିଲି’ । ଅକ୍ଟୋବର 10ରେ ବାତ୍ୟା ତିତିଲ ଓଡିଶା ଉପକୂଳରେ ମାଡ ହେବା ଗଞ୍ଜାମ ଜିଲ୍ଲା ଗୋପାଳପୁର ନିକଟବର୍ତ୍ତୀ ସ୍ଥାନରେ ସ୍ଥଳଭାଗ ଅତିକ୍ରମ କରିଥିଲା । ଗଞ୍ଜାମ, ଗଜପତି ସମେତ ଦକ୍ଷିଣ ଓଡିଶାର କିଛି ଜିଲ୍ଲା ସମେତ ଉତ୍ତର ଆନ୍ଧ୍ର ପ୍ରଦେଶର ପଲାସା, କାକିନାଡା, ବିଜୟନଗରମ ପ୍ରଭୂତି ସ୍ଥାନ ବିଶେଷ ଭାବେ ପ୍ରଭାବିତ ହୋଇଥିଲା । ଓଡିଶାର ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଏବଂ ବାଲେଶ୍ବର ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହୋଇଥିଲେ । ପ୍ରବଳ ବର୍ଷା, ପରବର୍ତ୍ତୀ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ରାଜ୍ୟରେ ମୋଟ 70 ଜଣଙ୍କର ମୃତ୍ୟୁ ଘଟିଥିବା ସରକାରୀ ଭାବେ ପ୍ରକାଶ କରାଯାଇଥିଲା । ସର୍ବାଧିକ ମୃତ୍ୟୁ ଗଜପତି ଜିଲ୍ଲାରୁ ସାମ୍ନାକୁ ଆସିଥିଲା ।

ବାତ୍ୟା ଫୋନି (2019):-

ବାତ୍ୟା ଫୋନି 3 ତାରିଖ 2019 ରେ ଓଡିଶା ଉପକୂଳ ଅତିକ୍ରମ କରିଥିଲା । ଏହାର ସର୍ବାଧିକ ପବନର ବେଗ 209 ରୁ 251 କିଲୋମିଟର ପର୍ଯ୍ୟନ୍ତ ରହିଥିଲା । ପୁରୀ ଜିଲ୍ଲାରେ ଲ୍ୟାଣ୍ଡଫଲ କରି ପୁରୀ ସହର ସମେତ ଅନେକ ନିକଟବର୍ତ୍ତୀ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ରଚିଥିଲା ଫୋନି । ପୁରୀ ,କଟକ, ଭୁବନେଶ୍ବର ଖୋର୍ଦ୍ଧା ପରି ସହର ମଧ୍ୟ ଫୋନିର ପ୍ରଭାବରୁ ବର୍ତ୍ତି ପାରିନଥିଲା । ରାଜ୍ୟରେ 64 ଜଣଙ୍କର ମୃତ୍ୟୁ ଘଟିବା ସହ ପ୍ରାୟ 140,000 ହେକ୍ଟର ଚାଷଜମି ମଧ୍ୟ ଗଭୀର ଭାବେ ପ୍ରଭାବିତ ହୋଇଥିଲା । ବିଶେଷ ଭାବେ ରାଜ୍ୟରେ ବିଦ୍ୟୁତ୍ ଯୋଗାଣ ଏବଂ ଟେଲି ଯୋଗାଯୋଗ ସେବା ଉପରେ ଗଭୀର ପ୍ରଭାବ ପକାଇଥିଲା ଫୋନି । ଏହି ବାତ୍ୟାରେ କ୍ଷୟକ୍ଷତିର ପରିମାଣ 11,942 କୋଟିରୁ ଅଧିକ ହେବ ବୋଲି ଆକଳନ କରାଯାଇଥିଲା ।

ବାତ୍ୟା ବୁଲବୁଲ 2019:-

ସେହିବର୍ଷ 2019 ରେ ଫନି ପରେ ଦ୍ବିତୀୟ ବାତ୍ୟା ବୁଲବୁଲର ସାମ୍ନା କରିଥିଲ ଓଡିଶା । 2019 ମସିହା ନଭେମ୍ବର 9 ତାରିଖରେ ଭେରୀ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ଭାବେ ପଶ୍ଚିମବଙ୍ଗର ନ୍ୟୁ-ସାଗର ଆଇଲ୍ୟାଣ୍ଡ ଓ ସୁନ୍ଦର ବନ ମଧ୍ୟରେ ଏହା ସ୍ଥଳଭାଗରେ ମାଡ ହୋଇଥିଲା । ଉତ୍ତର ଓଡିଶାର ବାଲେଶ୍ବର, ଭଦ୍ରକ ଓ ମୟୂରଞ୍ଜରେ ବାତ୍ୟାର ସର୍ବାଧିକ ପ୍ରଭାବ ଦେଖିବାକୁ ମିଳିଥିଲା । ବାତ୍ୟା ପରବର୍ତ୍ତୀ ପ୍ରବଳ ବର୍ଷା ଫଳରେ 4,90,000 ଏକର ଚାଷ ଜମି ନଷ୍ଟ ହୋଇଥିବା କ୍ଷୟକ୍ଷତି ଆକଳନରୁ ଜଣାପଡିଥିଲା ।

ବାତ୍ୟା ଅମ୍ଫାନ (2020):-

କୋଭିଡ ସଂକ୍ରମଣର ଭୟ ମଧ୍ୟରେ 2020 ମେ’ 20 ତାରିଖରେ ପଶ୍ଚିମବଙ୍ଗର ବଖଲି ନିକଟରେ ଆମ୍ଫାନ୍ ଲ୍ୟାଣ୍ଡ ଫଲ କରିଥିଲା । ଓଡିଶା ଉପକୂଳରେ ଲ୍ୟାଣ୍ଡଫଲ କରିନଥିଲେ ସୁଦ୍ଧା ଉତ୍ତର ଓଡିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା ଅମ୍ଫାନ । ଓଡିଶା ଓ ପଶ୍ଚିମବଙ୍ଗର ମୋଟ 9,833 ଗ୍ରାମ ଏବଂ 22 ଟି ସହରାଞ୍ଚଳର ଅତି କମରେ 44.45 ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ । ମିଳିତ ଜାତିସଂଘର ଏକ ରିପୋର୍ଟ ଅନୁଯାୟୀ, ଆମ୍ଫାନ୍ ହେଉଛି ଉତ୍ତର ଭାରତ ମହାସାଗରରେ ସବୁଠୁ ବଡ ଟ୍ରପିକାଲ୍ ସାଇକ୍ଲୋନ । ଦେଶରେ 14 ବିଲିୟନ ଡଲାର ମୂଲ୍ୟର କ୍ଷତି ଘଟିଥିବା ମଧ୍ୟ ରିପୋର୍ଟ ପ୍ରକାଶ ପାଇଥିଲା । ଓଡିଶା ମଧ୍ୟ ଉଦ୍ଧାରକାର୍ଯ୍ୟ ପାଇଁ ପଶ୍ଚିମବଙ୍ଗ ସରକାରଙ୍କୁ ସହଯୋଗ କରିଥିଲା ।

ବାତ୍ୟା ୟ୍ୟାସ (2021):-

ମେ 26 ତାରିଖ 2021 ରେ ଓଡିଶା ଉପକୂଳ ପୁଣି ସାମ୍ନା କରିଥିଲା ଆଉ ଏକ ବାତ୍ୟା । ଏହି ବାତ୍ୟା ‘ୟାସ୍ ’ ଓଡିଶାର ଧାମରା ଏବଂ ପଶ୍ଚିମବଙ୍ଗର ହଳଦିଆ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିଥିଲା । 11,000 ଗାଁରେ ପ୍ରାୟ 60 ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ଏହି ପ୍ରାକୃତିକ ବିପର୍ଯ୍ୟୟ 610 କୋଟି ଟଙ୍କାର କ୍ଷତି ଘଟାଇଥିଲା । ଓଡ଼ିଶାର ଭଦ୍ରକ ଜିଲ୍ଲାର ଧାମରାଠାରେ ଦୁଇ ଜଣ ପ୍ରାଣ ହରାଇଥିବା ସରକାରୀ ଭାବେ ପ୍ରକାଶ କରାଯାଇଥିଲା ।

ବାତ୍ୟା ଗୁଲାବ 2021:-

ବାତ୍ୟା ୟାଶ ପରେ ସେହି ବର୍ଷ ପୁଣି ଏକ ବାତ୍ୟା ସମ୍ମୁଖୀନ କରିଥିଲା ଓଡିଶା । ଏହା ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶର ଉପକୂଳକୁ ବିଶେଷ ଭାବେ ପ୍ରଭାବିତ କରି ବ୍ୟାପକ କ୍ଷୟକ୍ଷତି କରିଥିଲା । 2021 ମସିହା 26 ସେପ୍ଟେମ୍ବର ସଂନ୍ଧ୍ୟା ପ୍ରାୟ 6ଟାରୁ ଆନ୍ଧ୍ରପ୍ରଦେଶର କଳିଙ୍ଗପଟନମ୍ ଏବଂ ଓଡିଶାର ଗୋପାଳପୁର ମଧ୍ୟରେ ଉପକୂଳ ଆରମ୍ଭ ହୋଇଥିଲା ବାତ୍ୟା ଗୁଲାବର ଲ୍ୟାଣ୍ଡଫଲ ପ୍ରକ୍ରିୟା । ପ୍ରଭାବରେ ପବନ ଓ ପ୍ରବଳ ବର୍ଷାରେ ବେହାଲ ହୋଇଥିଲେ ଦୁଇ ରାଜ୍ୟ ।

2021 ବାତ୍ୟା ‘ଜୱାଦ’:-

ଓଡିଶା ଉପକୂଳ ପାଇଁ 2021 ମସିହାରେ କ୍ରମାଗତ ତୃତୀୟ ବାତ୍ୟା ଥିଲା ‘ଜୱାଦ’ । 2021 ମସିହା ଡିସେମ୍ବର 5 ତାରିଖରେ ସୃଷ୍ଟି ହୋଇଥିବା ବାତ୍ୟା ‘ଜୱାଦ’ ଆନ୍ଧ୍ରପ୍ରଦେଶ, ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା । ସିଧାସଳଖ ଓଡିଶା ଉପକୂଳରେ ଲ୍ୟାଣ୍ଡଫଲ କରନିଥିବା ବାତ୍ୟା ‘ଜଓ୍ବାଦ’ କେବଳ ଓଡିଶା ଉପକୂଳ ପାର୍ଶ୍ବବର୍ତ୍ତୀ ସାମୁଦ୍ରିକ ଏରିଆ ଦେଇ ପଶ୍ଚିମବଙ୍ଗ ମୁହାଁ ହୋଇଥିଲା । ଫଳରେ ପବନ ସାଙ୍ଗକୁ ପ୍ରବଳ ବର୍ଷାରେ ବେହାଲ ହୋଇଥିଲା ଉପକୂଳ ଓଡିଶାର ଏକାଧିକ ଜିଲ୍ଲା । ବିଶେଷ ଭାବେ ଚାଷ ଜମି ହିଁ ବାତ୍ୟା ଜଓ୍ବାଦରେ ପ୍ରଭାବିତ ହୋଇଥିଲା । ଯାହା ଚାଷୀକୂଳଙ୍କ ଦୁର୍ଦ୍ଦଶାକୁ ଦୁଇ ଗୁଣା କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.