ETV Bharat / bharat

ଜାତୀୟ ଡାକ୍ତର ଦିବସ 2021: ଜାଣନ୍ତୁ ଇତିହାସ ସହ ମହତ୍ତ୍ବ

author img

By

Published : Jul 1, 2021, 6:15 AM IST

ଡାକ୍ତରଙ୍କ କାର୍ଯ୍ୟକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁଲାଇ 1 ତାରିଖକୁ ଜାତୀୟ ଡାକ୍ତର ଦିବସ ଭାବେ ପାଳନ କରାଯାଏ । ଜାଣନ୍ତୁ ଏହି ଦିନଟିର ଇତିହାସ ଓ ମହତ୍ତ୍ବ ।

History and significance of National Doctors day, National Doctors day, ଜାତୀୟ ଡାକ୍ତର ଦିବସ, ଜାତୀୟ ଡାକ୍ତର ଦିବସର ଇତିହାସ ସହ ମହତ୍ତ୍ବ, କୋରୋନା ମହାମାରୀ
ଜାତୀୟ ଡାକ୍ତର ଦିବସ 2021: ଜାଣନ୍ତୁ ଇତିହାସ ସହ ମହତ୍ତ୍ବ

ହାଇଦ୍ରାବାଦ: ପ୍ରତିବର୍ଷ ଜୁଲାଇ 1 ତାରିଖକୁ ଜାତୀୟ ଡାକ୍ତର ଦିବସ ଭାବେ ପାଳନ କରାଯାଏ । ସ୍ବାସ୍ଥ୍ୟ ସେବାରେ ନିଜର ଜୀବନ ଉତ୍ସର୍ଗ କରିଥିବା ଡାକ୍ତରଙ୍କ କାର୍ଯ୍ୟକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଏଦି ଦିବସ ପାଳନ କରାଯାଏ । ମାନବ ଜୀବନ ବଞ୍ଚାଇବା ପାଇଁ ସ୍ବାସ୍ଥ୍ୟ ସେବାରେ ଥିବା ଡାକ୍ତରଙ୍କ କାର୍ଯ୍ୟକୁ ସଲାମ କରେ ଏହି ଦିନ । ତେବେ ଗତ ଗୋଟିଏ ବର୍ଷରୁ ଅଧିକ ସମୟ ଧରି କୋରୋନା ମହାମାରୀ ସହ ଲଢ଼ୁଥିବା ଡାକ୍ତରଙ୍କ ପାଇଁ ଗୋଟିଏ ଦିନ ଯଥେଷ୍ଠ ହେବ ନାହିଁ । ପ୍ରତି ମୁହୂର୍ତ୍ତରେ ତାଙ୍କ ପାଇଁ ସଭିଁଙ୍କ ମନରେ ଆସେ ସମ୍ମାନ । ସଭିଁଙ୍କ ଜୀବନ ଏଇ ମହାମାରୀରୁ ସୁରକ୍ଷିତ କରୁଥିବା ଡାକ୍ତରଙ୍କ ପାଇଁ ପ୍ରାର୍ଥନାରେ ହାତ ଆପେ ଆପେ ଉଠିଯାଏ ।

ଜାତୀୟ ଡାକ୍ତର ଦିବସ ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ତାରିଖରେ ପାଳନ ହୋଇଥାଏ । ଯୁକ୍ତ ରାଷ୍ଟ୍ରରେ ଏହା ମାର୍ଚ୍ଚ 30 ତାରିଖରେ ପାଳନ ହେଉଥିବାବେଳେ କ୍ୟୁବାରେ ଡିସେମ୍ବର ତିନି ତାରିଖ ଓ ଇରାନରେ ଅଗଷ୍ଟ 23 ତାରିଖରେ ପାଳନ ହୋଇଥାଏ ।

ଜାତୀୟ ଡାକ୍ତର ଦିବସର ଇତିହାସ

ଜାତୀୟ ଡାକ୍ତର ଦିବସ ପ୍ରଥମ କରି ଭାରତୀୟ ମେଡିକାଲ ଆସୋସିଏନ (IMA) ପକ୍ଷରୁ 1991 ଜୁଲାଇ 1 ତାରିଖରେ ପାଳନ କରାଯାଇଥିଲା । ପଶ୍ଚିମବଙ୍ଗର ଦ୍ବିତୀୟ ମୁଖ୍ୟମନ୍ତ୍ରୀ ତଥା ଡାକ୍ତର ବିସି.ରାୟଙ୍କ ଜନ୍ମଦିନକୁ ଜାତୀୟ ଡାକ୍ତର ଦିବସ ରୂପେ ପାଳନ କରାଯାଏ । ଡାକ୍ତର ରାୟ ଦେଶର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଦେଇଥିଲେ ପ୍ରମୁଖ ଯୋଗଦାନ । ଯାଦବପୁର ଟିବି ହସ୍ପିଚାଲ, ଚିତ୍ତ ରଞ୍ଜନ ସେବା ସଦନ, କମଳା ନେହରୁ ମେମୋରିଆଲ ହସ୍ପିଟାଲ, ଭିକ୍ଟୋରିଆ ଇନଷ୍ଟିଟ୍ୟୁସନ, ଚିତ୍ତରଞ୍ଜନ କ୍ୟାନ୍ସର ହସ୍ପିଟାଲ ଓ ମହିଳା ଓ ଶିଶୁଙ୍କ ପାଇଁ ଚିତ୍ତ ରଞ୍ଜନ ସେବା ସଦନ ପ୍ରତିଷ୍ଠା କରି ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଅତୁଳନୀୟ ଅବଦାନ ଦେଇଥିଲେ ଡାକ୍ତର ରାୟ ।

ଜାତୀୟ ଡାକ୍ତର ଦିବସର ମହତ୍ତ୍ବ

ଡାକ୍ତର ମାନଙ୍କ ବୃତ୍ତିକୁ ଏକ ‘ଶ୍ରେଷ୍ଠ ବୃତ୍ତି’ ବୋଲି କୁହାଯାଏ । କୋଭିଡ ମହାମାରୀ ପୁଣି ଥରେ ପ୍ରମାଣିତ କରି ଦେଇଛି ଯେ ଏହି ପରୀକ୍ଷାର ସମୟରେ ପ୍ରତ୍ୟେକଟି ଜୀବନକୁ ବଞ୍ଚାଇବା ପାଇଁ ଡାକ୍ତର ରାତିଦିନ ନିଃସ୍ବାର୍ଥପର ସେବା କରିଚାଲିଛନ୍ତି । ଅନେକ ଡାକ୍ତର 16 ଘଣ୍ଟାରୁ ଅଧିକ ସମୟ କାର୍ଯ୍ୟ କରି ହସ୍ପିଟାଲକୁ ବଡ଼ ସଂଖ୍ୟାରେ ଆସୁଥିବା ରୋଗୀଙ୍କ ଚିକିତ୍ସା କରୁଛନ୍ତି । ସେହିପରି ଆହୁରି ଅନେକ ଡାକ୍ତର କୋଭିଡ ରୋଗୀଙ୍କ ଚିକିତ୍ସା ପରେ ନିଜକୁ ଆଇସୋଲେଟ କରି ନିଜ ପରିବାର ଠାରୁ ମାସ ମାସ ସଂଖ୍ୟା ଦୂରେଇ ରହୁଛନ୍ତି ।

ମହାମାରୀ ସମୟରେ ଡାକ୍ତରମାନେ ଯୋଦ୍ଧା ସାଜି କରୁଥିବା କଠିନ ପରିଶ୍ରମ ଓ ସେବାକୁ ସମ୍ମାନ ଦେବା ପାଇଁ ଗୋଟିଏ ଦିନ କେବେ ହେଲେ ଯଥେଷ୍ଟ ହେବ ନାହିଁ । କିନ୍ତୁ ଗୋଟିଏ ଦିନ ହେଉ ପଛେ ସେମାନଙ୍କ ସେବା ଓ କାର୍ଯ୍ୟକୁ ପ୍ରଶଂସା କରିବା, ସେମାନଙ୍କ ଉଦ୍ୟମ ଓ ତ୍ୟାଗକୁ ସମ୍ମାନ ଦେବା ।

ଜାତୀୟ ଡାକ୍ତର ଦିବସ ଉପଲକ୍ଷେ ଦେଶର ସମସ୍ତ ଡାକ୍ତରଙ୍କୁ ଇଟିଭି ଭାରତ ପକ୍ଷରୁ ଶୁଭେଚ୍ଛା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.