ETV Bharat / bharat

ପଶ୍ଚିମବଙ୍ଗରେ ଐତିହାସିକ ପରିବର୍ତ୍ତନ ନିଶ୍ଚିତ: କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ

author img

By

Published : Dec 27, 2020, 10:58 PM IST

ପଶ୍ଚିମବଙ୍ଗ ଗସ୍ତରେ ଥିବା ଜଳ ସମ୍ବଳ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ବଙ୍ଗଳାରେ ଐତିହାସିକ ପରିବର୍ତ୍ତନ ନିଶ୍ଚିତ ଭାବରେ ହେବ ବୋଲି କହିଛନ୍ତି । ଏହି ଅବସରରେ ବିଜେପିର ଦଳୀୟ କାର୍ଯ୍ୟକ୍ରମ 'ଗୃହ ସମ୍ପର୍କ ଅଭିଯାନ' ଆରମ୍ଭ କରିଛନ୍ତି । ଏହା ସହ ସେ ପଶ୍ଚିମବଙ୍ଗ ସରକାର ତଥା ମମତା ସରକାରଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି ।

union minister Gajendra Singh Sekhawat
ବେଙ୍ଗଲରେ ଐତିହାସିକ ପରିବର୍ତ୍ତନ ନିଶ୍ଚିତ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ

କୋଲକାତା: ପଶ୍ଚିମବଙ୍ଗ ଗସ୍ତରେ ଥିବା ଜଳ ସମ୍ବଳ ବିଭାଗର କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ବଙ୍ଗଳାରେ ଐତିହାସିକ ପରିବର୍ତ୍ତନ ନିଶ୍ଚିତ ଭାବରେ ହେବ ବୋଲି କହିଛନ୍ତି । ଏହି ଅବସରରେ ବିଜେପିର ଦଳୀୟ କାର୍ଯ୍ୟକ୍ରମ ଗୃହ ସମ୍ପର୍କ ଅଭିଯାନ ଆରମ୍ଭ କରିଛନ୍ତି ।

ପଶ୍ଚିମବଙ୍ଗ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ବେଲଘାଟରେ ଏକ ରାଜନୈତିକ ରାଲିରେ ଯୋଗଦେଇଥିଲେ । ଏହି ଅବସରରେ ବିଜେପିର ଦଳୀୟ କାର୍ଯ୍ୟକ୍ରମ 'ଗୃହ ସମ୍ପର୍କ ଅଭିଯାନ' ଆରମ୍ଭ କରିଛନ୍ତି । ଏହାସହ ସେ ପଶ୍ଚିମବଙ୍ଗ ସରକାର ତଥା ମମତା ସରକାରଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି । ବେଙ୍ଗଲରେ ପ୍ରଶାସନିକ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବରେ ରାଜନୈତିକକରଣ କରାଯାଇଛି । ଏଠାରେ ଶିଳ୍ପ ନାହିଁ କି ଉପଯୁକ୍ତ ବାତାବରଣ ନାହିଁ ରାଜ୍ୟରେ ଶିଳ୍ପସଂସ୍ଥାଗୁଡିକ ଛାଡି ପଳାଉଛନ୍ତି ବୋଲି ସେ କହିଛନ୍ତି । ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଦାନ କରାଯାଉଥିବା କେନ୍ଦ୍ରୀୟ ଯୋଜନା ଗୁଡିକୁ ରାଜ୍ୟ ସରକାର ପ୍ରଚଳନ କରୁନାହାଁନ୍ତି । ରାଜ୍ୟରେ ରାସନ ଠାରୁ ଆରମ୍ଭ କରି ଆମ୍ଫାନ ରିଲିଫି ଫଣ୍ଡକୁ ମଧ୍ୟ ବଣ୍ଟନ ପାଇଁ ନିଜ ଦଳ ତଥା ତୃଣମୂଳ କର୍ମୀ ମାନଙ୍କୁ ପ୍ରଦାନ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ।

ବଙ୍ଗଳାର ମାଟି ସହ ବିଶ୍ୱାସଘାତକତା କରାଯାଇଛି। ନିଶ୍ଚିତ ଭାବରେ ଐତିହାସିକ ପରିବର୍ତ୍ତନ ଏଠାକୁ ଆସିବ । ବିଭିନ୍ନ ରାଜନୈତିକ ଦଳ ନିଜର ସ୍ୱାର୍ଥ ପୂରଣ କରିବା ପାଇଁ କାର୍ଯ୍ୟ କରୁଛନ୍ତି। ସେହିପରି ତୃଣମୂଳ କଂଗ୍ରେସ ବଙ୍ଗଳାର ଚାଷୀଙ୍କ କାନ୍ଧରେ ବନ୍ଧୁକ ଫୁଟାଉଛନ୍ତି ବୋଲି କହିଛନ୍ତି । ପଶ୍ଚିମବଙ୍ଗର ଲୋକମାନେ ଟିଏମସି ସହ ନାହାଁନ୍ତି ସେମାନେ ବିଜେପି ସହିତ ଅଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ସୂଚନାଥାଉକି ଆସନ୍ତା ବର୍ଷ ବଙ୍ଗଳାରେ ବିଧାନସଭା ନିର୍ବାଚନ ଅନୁଷ୍ଟିତ ହେବ । ଏହାକୁ ନଜରରେ ରଖି ବିଜେପି ତାର ସମସ୍ତ ପ୍ରକାରର ବଳ ପ୍ରୟୋଗ କରୁଛି । ମମତା ସରକାରଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ବିଜେପି ଜୋରଦାର କାର୍ଯ୍ୟକ୍ରମ ଆରମ୍ଭ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.