ETV Bharat / bharat

Hindu Temple Attacked in Australia: ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିର ଉପରେ ଖଲିସ୍ତାନୀ ଉଗ୍ରପନ୍ଥୀଙ୍କ ଆକ୍ରମଣ

author img

By

Published : Jan 12, 2023, 5:48 PM IST

ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ସହରରେ ହିନ୍ଦୁ ମନ୍ଦିରଙ୍କୁ ଖଲିସ୍ତାନୀ ଉଗ୍ରପନ୍ଥୀଙ୍କ ଆକ୍ରମଣ । ଉଦବେଗ ପ୍ରକାଶ କଲା ପ୍ରବାସୀ ଭାରତୀୟ ହିନ୍ଦୁ ସଂଗଠନ । ଅଧିକ ପଢନ୍ତୁ

ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିରଙ୍କୁ ଖଲିସ୍ତାନୀ ଉଗ୍ରପନ୍ଥୀଙ୍କ ଆକ୍ରମଣ

ହାଇଦ୍ରବାଦ: ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଓ ଭଙ୍ଗାରୁଜା ହୋଇଛି । ମେଲବୋର୍ଣ୍ଣ ସହରରେ ଥିବା ସ୍ବାମୀ ନାରାୟଣ ମନ୍ଦିର (BAPS Swaminarayan temple)ରେ ଖଲିସ୍ଥାନୀ ଉଗ୍ରପନ୍ଥୀମାନେ ପଶି ଆକ୍ରମଣ ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ମନ୍ଦିର କାନ୍ଥରେ ହିନ୍ଦୁସ୍ତାନ ମୁର୍ଦ୍ଦାବାଦ ଲେଖାଥିବା ପୋଷ୍ଟର ମଧ୍ୟ ଲଗାଇଛନ୍ତି ଦୁର୍ବୃତ୍ତ । ଏନେଇ ସ୍ଥାନୀୟ ଗଣମାଧମରେ ଖବର ପ୍ରସାରିତ ହେବା ପରେ ସେଠାରେ ଥିବା ପ୍ରବାସୀ ଭାରତୀୟ ହିନ୍ଦୁ ସମ୍ପ୍ରଦାୟ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

  • BAPS Swaminarayan Mandir in Melbourne’s northern suburb of Mill Park attacked and vandalised by Khalistan supporters: Australian media

    — ANI (@ANI) January 12, 2023 " class="align-text-top noRightClick twitterSection" data=" ">

ମେଲବୋର୍ଣ୍ଣ ସହରରେ ଦକ୍ଷିଣ ଭାଗରେ ରହିଛି ଏହି ପ୍ରସିଦ୍ଧ ସ୍ବାମୀ ନାରାୟଣ ମନ୍ଦିର । ସେଠାରେ ବସବାସ କରୁଥିବା ପ୍ରବାସୀ ଭାରତୀୟ ହିନ୍ଦୁଙ୍କ ପାଇଁ ଏହା ଏକ ପ୍ରମୁଖ ଆସ୍ଥାର କେନ୍ଦ୍ର ଭାବେ ରହି ଆସିଛି । ତେବେ ଗତକାଲି(ବୁଧବାର) ରାତିରେ କିଛି ଦୁର୍ବୃତ୍ତ ମନ୍ଦିରରେ ପ୍ରବେଶ କରି ବ୍ୟାପକ ଭଙ୍ଗାରୁଜା କରିବା ସହ ଭାରତ ବିରୋଧୀ ପୋଷ୍ଟର ମଧ୍ୟ ଲଗାଇଛନ୍ତି । ଆକ୍ରମଣକୁ ନେଇ ପ୍ରବାସୀ ହିନ୍ଦୁ ସମ୍ପ୍ରଦାୟ ପକ୍ଷରୁ କଡ଼ା ନିନ୍ଦା କରାଯିବା ସହ କାର୍ଯ୍ୟାନୁଷ୍ଠାନ ଦାବିରେ ସ୍ଥାନୀୟ ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଛି । ତେବେ ଏହି ଘଟଣାରେ ରାଜଧାନୀ ସିଡିନୀରେ ଅବସ୍ଥାପିତ ଭାରତୀୟ ଦୂତାବାସ ମଧ୍ୟ ତ୍ବରିତ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ସରକାରଙ୍କ ନିକଟରେ ଦାବି ରଖିଛି ।

ଏହା ପୂର୍ବରୁ ସମାନ ଘଟଣା କାନାଡାରେ ଘଟିଥିଲା । କାନାଡାର ରାଜଧାନୀ ଟରାଣ୍ଟରେ ଥିବା ପୂରାତନ ହିନ୍ଦୁ ମନ୍ଦିରରେ ଆକ୍ରମଣ ସହ ବ୍ୟାପକ ଭଙ୍ଗାରୁଜା ହୋଇଥିଲା । ଏହି ଆକ୍ରମଣ ମଧ୍ୟ ସ୍ବତନ୍ତ୍ର ଖଲିସ୍ଥାନ ଦାବି କରିଆସୁଥିବା ଶିଖ୍‌ ଉଗ୍ରପନ୍ଥୀ ସଂଗଠନ ଦ୍ବାରା କରାଯାଇଥିବା ସୂଚନା ମିଳିଥିଲା । ଯାହାକୁ ନେଇ କାନାଡାର ପ୍ରବାସୀ ଭାରତୀୟ ହିନ୍ଦୁମାନେ ଗଭୀର ଉଦବେଗ ପ୍ରକାଶ କରିଥିଲେ । ତେବେ ଏହାର ମାତ୍ର କିଛି ମାସ ପରେ ପୁଣି ଅଷ୍ଟ୍ରେଲିଆରେ ମଧ୍ୟ ସମାନ ଘଟଣା ପ୍ରବାସୀ ହିନ୍ଦୁ ସମ୍ପ୍ରଦାୟର ଧର୍ମୀୟ ଭାବନାକୁ ଆଘାତ ଦେଇଛି ।

ସ୍ବାଧୀନତା ପରେ ସ୍ବତନ୍ତ୍ର ଖଲିସ୍ଥାନ ଦାବି କରି ଆସୁଛନ୍ତି କିଛି ଉଗ୍ରବାଦୀ ଶିଖ୍‌ ସଂଗଠନ । ତେବେ 1884 ମସିହାରେ ଏହି ଆନ୍ଦୋଳନକୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଭାରତୀୟ ସେନା ଦ୍ବାରା ପ୍ରତିହତ କରିଥିଲେ । ଏହି ଅପରେସନର ନାମ ରଖାଯାଇଥିଲା ‘‘ବ୍ଲୁ-ଷ୍ଟାର’’ । ଭାରତରେ ଖଲିସ୍ତାନ ଆନ୍ଦୋଳନକୁ ନିଷେଧ ଘୋଷଣା କରାଯାଇଥିଲା ବେଳେ ବିଦେଶରେ ଖଲିସ୍ତାନୀ ଉଗ୍ରପନ୍ଥୀଙ୍କର ଏକାଧିକ ସଂଗଠନ କାର୍ଯ୍ୟ ଜାରି ରଖିଛି । ଏକାଧିକ ଦେଶରେ ହିନ୍ଦୁ ମନ୍ଦିର ଉପରେ ହୋଇଥିବା ଆକ୍ରମଣରେ ସେମାନଙ୍କର ଭୂମିକା ସାମ୍ନାକୁ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.