ETV Bharat / bharat

ଜନ୍ତର ମନ୍ତରରେ ବିବାଦୀୟ ସ୍ଲୋଗାନ, ନିଜକୁ ଦାୟୀ କଲା ହିନ୍ଦୁ ରକ୍ଷା ଦଳ - Delhi CM Arvind Kejriwal

ରାଜଧାନୀ ଦିଲ୍ଲୀର ଜନ୍ତର ମନ୍ତରରେ ବିବାଦୀୟ ସ୍ଲୋଗାନ ଦିଆଯାଇଥିଲା । ଏଥିଲାଗି ନିଜକୁ ଦାୟୀ କରିଛି ଉତ୍ତରପ୍ରଦେଶର ହିନ୍ଦୁ ରକ୍ଷା ଦଳ । ଅଧିକ ପଢନ୍ତୁ....

ଜନ୍ତର ମନ୍ତରରେ ବିବାଦୀୟ ସ୍ଲୋଗାନ, ନିଜକୁ ଦାୟୀ କଲା ହିନ୍ଦୁ ରକ୍ଷା ଦଳ

author img

By

Published : Aug 10, 2021, 12:35 PM IST

ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତର ମନ୍ତରରେ ଦିଆଯାଇଥିବା ବିବାଦୀୟ ସ୍ଲୋଗାନ ପାଇଁ ନିଜକୁ ଦାୟୀ କରିଛି ଉତ୍ତରପ୍ରଦେଶର ହିନ୍ଦୁ ରକ୍ଷା ଦଳ । ହିନ୍ଦୁ ରକ୍ଷା ଦଳର ଜାତୀୟ ସଭାପତି ପିଙ୍କି ଚୌଧୁରୀ ଏକ ଭିଡିଓ ଜାରି କରି ଦଳକୁ ବିବାଦୀୟ ସ୍ଲୋଗାନ ପାଇଁ ଦାୟୀ କରିଛନ୍ତି । ଭାରତ ଜୋଡୋ ଆନ୍ଦୋଳନ ସମୟରେ ଏହି ବିବାଦୀୟ ମନ୍ତବ୍ୟ ଦିଆଯାଇଥିଲା ।

ଜନ୍ତର ମନ୍ତରରେ ବିବାଦୀୟ ସ୍ଲୋଗାନ, ନିଜକୁ ଦାୟୀ କଲା ହିନ୍ଦୁ ରକ୍ଷା ଦଳ

ହିନ୍ଦୁ ରକ୍ଷା ଦଳ ପୂର୍ବରୁ ଅନେକ ଥର ବିବାଦରେ ଛନ୍ଦି ହୋଇଛି । ଏହି ଦଳ ପୂର୍ବରୁ ଗାଜିଆବାଦରେ ଅରବିନ୍ଦ କେଜିରୱାଲଙ୍କ କାର୍ଯ୍ୟାଳୟ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଯାହାର ଲାଇଭ୍ ଭିଡିଓ ସେହି ସମୟରେ ସାମ୍ନାକୁ ଆସିଥିଲା ​। ଏହାସହିତ ସଭାପତି ପିଙ୍କିଙ୍କୁ ବିବାଦ ପରେ ଭାଇରାଲ ହୋଇଥିବା ଅଡିଓ ମାମଲାରେ ଜେଲ ଯିବାକୁ ମଧ୍ୟ ପଡିଥିଲା ।

ଜନ୍ତର ମନ୍ତର ବିବାଦୀୟ ସ୍ଲୋଗାନ ମାମଲାରେ ଏକ ନୂଆ ଭିଡ଼ିଓ ଜାରି କରି ପୁଣି ବିବାଦକୁ ଆସିଛନ୍ତି ପିଙ୍କି । ଜନ୍ତର ମନ୍ତରରେ ଯେଉଁ ସବୁ ଖରାପ କଥା କୁହାଯାଇଛି ସେଥିଲାଗି ଦଳ ଦାୟୀ । ସରକାର ବିବାଦୀୟ ସ୍ଲୋଗାନକାରୀଙ୍କୁ କ୍ଷମା ଦେବା ଉଚିତ । କାରଣ ଏମାନେ ହିନ୍ଦୁ ରକ୍ଷା ଦଳର କାର୍ଯ୍ୟକର୍ତ୍ତା ବୋଲି ସେ କହିଛନ୍ତି । ଏହି ବିବାଦୀୟ ସ୍ଲୋଗାନ ଦେଇଥିବା ଲୋକଙ୍କୁ କ୍ଷମା କରିବା କଥା ପ୍ରଶ୍ନ ଉଠୁନାହିଁ । ତେବେ ସରକାରୀ ପଦବୀରେ ଥିବା ହିନ୍ଦୁ ରକ୍ଷା ଦଳର କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି କି ନାହିଁ, ତାହା ଦେଖିବା ବାକି ରହିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.