ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ନୌ ସହରରେ ନୂଆ କରି ଖୋଲଥିବା ଲୁଲୁ ମ୍ଲରେ ନମାଜ ପାଠର ଭିଡିଓ ଭାଇରାଲ ହେବାରେ ଲାଗିଛି । ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାପରେ ଲୋକେ ଏହାକୁ ବିରୋଧ କରିବା କରିଛନ୍ତି । ଏହି ଭିଡିଓ ଭାଇରାଲ ପରେ ହିନ୍ଦୁ ମହାସଭା ମଲ୍ ଭିତରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଧମକ ଦେଇଛି ।
ଭଡିଓ ଭାଇରାଲ୍ ପରେ ଲକ୍ଷ୍ନୌ ସହରରେ ଲୁଲୁ ମଲ୍ ମାଲିକ ୟୁସୁଫାଲ୍ଲୀଙ୍କ ବିରୋଧରେ ହିନ୍ଦୁ ମହାସଭା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ମଲ୍ କେରଳର ଜଣେ ମାଲିକଙ୍କ । ମଲ୍ରେ ସମସ୍ତ କର୍ମଚାରୀ ମୁସ୍ଲିମ୍ ସମ୍ପ୍ରଦାୟ କାର୍ଯ୍ୟ କରୁଛନ୍ତି । ତେବେ ସର୍ବସାଧାରଣ ସ୍ଥାନରେ ନମାଜ ପାଠକୁ ବିରୋଧ କରାଯାଇଛି । ଏଠାରେ ନମାଜ ପାଠ କରି ସାମ୍ପ୍ରଦାୟିକ ସଦ୍ଭାବନାକୁ ଆଘାତ ଦିଆଯାଉଥିବା ଅଭିଯୋଗ ହୋଇଛି । ସେପଟେ ଏହି ଘଟଣାରେ ଏକ ବିଜ୍ଞପ୍ତି ଜାରି କରି ସମସ୍ତ ବିବାଦରୁ ଓହରି ଯିବାକୁ ଚେଷ୍ଟା କରିଛନ୍ତି ଲୁଲୁ ମଲ୍ କର୍ତ୍ତୃପକ୍ଷ ।
ଏହାକୁ ନେଇ ସ୍ଥାନୀୟ ସୁଶାନ୍ତ କଲ୍ଫ ସିଟି ଥାନାକୁ ଏକ ଚିଠି କରାଯାଇଛି । ଭିଡିଓରେ ଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ମଲ୍ ପକ୍ଷରୁ ଜାରି ହୋଇଥିବା ଚିଠି କୁହାଯାଇଛି ଯେ, ଭିଡିଓରେ ଥିବା ବ୍ୟକ୍ତି ମଲ୍ର କର୍ମଚାରୀ ନୁହଁନ୍ତି, ବରଂ ସେମାନେ ମଲ୍କୁ ଆସିଥିବା ଗ୍ରାହକ । ଆଗକୁ ଏଭଳି କୌଣସି ଘଟଣା ଯେଭଳି ନଘଟିବ ତାହାକୁ ନେଇ ଧ୍ୟାନ ଦିଆଯିବ । ଏହାକୁ ନେଇ ମଲ୍ ସାମ୍ନାରେ ଏକ ନୋଟିସ ମଧ୍ୟ ମରାଯାଇଛି । ଯେଉଁଥିରେ କୁହାଯାଇଛି ମଲ୍ ମଧ୍ୟରେ ଧାର୍ମିକ କାର୍ଯ୍ୟକ୍ରମ ପାଇଁ ଅନୁମତି ନାହିଁ ।
ଏହି ଘଟଣା ପରେ ଲୁଲୁ ମଲ୍ ନିକଟରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛି । କୌଣସି ଉତ୍ତେଜନାକୁ ଯେଭଳି ନହେବ ତାହାକୁ ନେଇ ନଜର ରଖିଛି ପୋଲିସ । ଭିଡିଓରେ ଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ ।