ETV Bharat / bharat

Hindi Diwas 2021, ଦେଶରେ 77 ପ୍ରତିଶତ କୁହନ୍ତି ହିନ୍ଦୀ

ପ୍ରତିବର୍ଷ ସେପ୍ଟେମ୍ବର ୧୪ତାରିଖକୁ ହିନ୍ଦୀ ଦିବସ ଭାବରେ ପାଳନ କରାଯାଏ । ଏହି ଦିନ ପାଳିବା ପଛରେ ଗୋଟିଏ କାରଣ ହେଉଛି ଦେଶରେ ହିନ୍ଦୀ ଭାଷା ପ୍ରତି ଅବହେଳାକୁ ରୋକିବା । ୧୯୫୩ ମସିହାରେ ପ୍ରଥମ ଥର ହିନ୍ଦୀ ଦିବସ ପାଳନ କରାଯାଇଥିଲା । ଅଧିକ ପଢନ୍ତୁ...

author img

By

Published : Sep 14, 2021, 7:19 AM IST

Hindi Diwas 2021,ଜନତାଙ୍କ ଭାଷା ହିନ୍ଦୀ
Hindi Diwas 2021,ଜନତାଙ୍କ ଭାଷା ହିନ୍ଦୀ

ହାଇଦ୍ରାବାଦ: ଆମ ରାଷ୍ଟ୍ର ଭାଷା ହିନ୍ଦୀ । ଏହାର ବହୁଳ ବ୍ୟବହାର ସହ ସୁରକ୍ଷା ପାଇଁ ସମସ୍ତେ ପ୍ରତିଶୃତି ବଦ୍ଧ ହେବା ଆବଶ୍ୟକ । ବର୍ତ୍ତମାନ ସମୟରେ ସବୁଠୁ ଅଧିକ କୁହାଯାଉଥିବା ଭାଷା ମଧ୍ୟରେ ହିନ୍ଦୀ ତୃତୀୟ ଭାଷା ଅଟେ । ଦେଶରେ ପ୍ରାୟ 77 ପ୍ରତିଶତ ଲୋକ ହିନ୍ଦୀ କୁହନ୍ତି । ପ୍ରତିବର୍ଷ ସେପ୍ଟେମ୍ବର ୧୪ତାରିଖକୁ ହିନ୍ଦୀ ଦିବସ ଭାବରେ ପାଳନ କରାଯାଏ । ଏହି ଦିନ ପାଳିବା ପଛରେ ଗୋଟିଏ କାରଣ ହେଉଛି ଦେଶରେ ହିନ୍ଦୀ ଭାଷା ପ୍ରତି ଅବହେଳାକୁ ରୋକିବା । ୧୯୫୩ ମସିହାରେ ପ୍ରଥମ ଥର ହିନ୍ଦୀ ଦିବସ ପାଳନ କରାଯାଇଥିଲା ।

ହିନ୍ଦୀ ଭାଷାକୁ ଜନତାଙ୍କ ଭାଷା ବୋଲି କହିଥିଲେ ମହାତ୍ମା ଗାନ୍ଧୀ । ଜାତିର ପିତା ମଧ୍ୟ ହିନ୍ଦୀକୁ ଜାତିର ଜାତୀୟ ଭାଷା କରିବା ବିଷୟରେ କହିଥିଲେ । ଦେଶର ଅଧିକାଂଶ ରାଜ୍ୟରେ ହିନ୍ଦୀ ଭାଷା କୁହାଯାଏ | ବିଶ୍ବରେ ପ୍ରାୟ 150ଟି ଦେଶରେ ହିନ୍ଦୀ ଭାଷାଭାଷୀ ଲୋକ ବାସ କରନ୍ତି । ରାଷ୍ଟ୍ରଭାଷା ହିନ୍ଦୀ ଭାରତର ପ୍ରାୟ 18 କୋଟି ଲୋକଙ୍କର ମାତୃଭାଷା ଅଟେ । ସରଳ ଭାବରେ କହିବାକୁ ଗଲେ, ହିନ୍ଦୀ ହେଉଛି ଦେଶର ସବୁଠାରୁ କଥିତ ଭାଷା | ଏହାକୁ ଦୃଷ୍ଟିରେ ରଖି ବିଧାନସଭାରେ ହିନ୍ଦୀକୁ ସରକାରୀ ଭାଷା କରିବାକୁ ନିଷ୍ପତ୍ତି ନିଆ ଯାଇଥିଲା । ଏଥିପାଇଁ 14 ସେପ୍ଟେମ୍ବର 1949ରେ ବିଧାନସଭା ହିନ୍ଦୀକୁ ସରକାରୀ ଭାଷା କରିବାକୁ ପ୍ରସ୍ତାବ ଦେଇଥିଲା । ଏହା ମୂଳ ଉଦ୍ଦେଶ୍ୟ ହେଉଛି ଦେଶର ପ୍ରତ୍ୟେକ ଅଞ୍ଚଳର ଲୋକଙ୍କୁ ହିନ୍ଦୀ ଭାଷା ମାଧ୍ୟମରେ ଯୋଡିବା ।

ହିନ୍ଦୀ ଦିବସର ଇତିହାସ...

ଭାରତର ବିଧାନସଭାରେ 14 ସେପ୍ଟେମ୍ବର 1949 ରେ ଦେବନାଗରୀ ଲିପିରେ ଲିଖିତ ହିନ୍ଦୀକୁ ଭାରତର ସରକାରୀ ଭାଷା ଭାବରେ ଗ୍ରହଣ କରିଥିଲା । ସରକାରୀ ଭାବରେ ପ୍ରଥମ ହିନ୍ଦୀ ଦିବସ 14 ସେପ୍ଟେମ୍ବର 1953 ରେ ପାଳନ କରାଯାଇଥିଲା । ହିନ୍ଦୀକୁ ସରକାରୀ ଭାଷା ଭାବରେ ଗ୍ରହଣ କରିବାର କାରଣ ଏକାଧିକ ଭାଷା ଥିବା ଦେଶରେ ପ୍ରଶାସନକୁ ସରଳ କରିବା । ସରକାରୀ ଭାଷା ଭାବରେ ହିନ୍ଦୀକୁ ଗ୍ରହଣ କରିବା ପାଇଁ ଅନେକ ଲେଖକ, କବି ଏବଂ କାର୍ଯ୍ୟକର୍ତ୍ତାଙ୍କ ଦ୍ବାରା ଉଦ୍ୟମ କରାଯାଇଥିଲା | ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ମାନଙ୍କରେ 15 ଦିନ ପର୍ଯ୍ୟନ୍ତ ହିନ୍ଦୀ ପକ୍ଷ ପାଳନ କରାଯାଏ ।

ହିନ୍ଦୀ ଦିବସର ମହତ୍ତ୍ବ...

ହିନ୍ଦୀ ଭାଷାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବର୍ଷ ହିନ୍ଦୀ ଦିବସ ପାଳନ କରାଯାଏ । ହିନ୍ଦୀକୁ ପ୍ରୋତ୍ସାହିତ କରିବା ପାଇଁ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଇଂରାଜୀ ଭାଷା ସ୍ଥାନରେ ହିନ୍ଦୀ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ଏହି ଦିନ ସାରା ଦେଶରେ ଅନେକ ସାହିତ୍ୟିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ, ଯେଉଁଠାରେ ଲୋକମାନେ ହିନ୍ଦୀ ସାହିତ୍ୟର ମହାନ କାର୍ଯ୍ୟକୁ ପାଳନ କରନ୍ତି |

ଆଜି ଆମେ ଯେଉଁ ଭାଷାକୁ ହିନ୍ଦୀ ରୂପେ ଜାଣିଛୁ, ତାହା ଆଧୁନିକ ଆର୍ଯ୍ୟ ଭାଷା ମଧ୍ୟରୁ ଗୋଟିଏ । ଭାରତରେ ଆହୁରି ଅନେକ ଭାଷା ରହିଛି ଯାହା ବିଲୁପ୍ତ ହେବାକୁ ବସିଲାଣି । ଯାହା ଏକ ଚିନ୍ତାର କରାଣ ନିଶ୍ଚୟ । ହିନ୍ଦୀର ମହତ୍ତ୍ବ ବଜାୟ ରଖିବା ସହ ଏହାର ପ୍ରଚାର ପ୍ରସାର ପାଇଁ ହିନ୍ଦୀ ଦିବସ ପାଳନ କରାଯାଏ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.