ETV Bharat / bharat

କଂଗ୍ରେସରେ କଳହ ଦେଖାଇଥିଲା ପଦ୍ମ ପୋଖରୀକୁ ରାସ୍ତା, ହାତ ଛାଡିବା ପରେ ବଦଳିଲା ବିଶ୍ବଶର୍ମାଙ୍କ ଭାଗ୍ୟ ! - ହିମନ୍ତ ବିଶ୍ବଶର୍ମା

କଂଗ୍ରେସରେ କଳହ ଦିନେ ହିମନ୍ତ ବିଶ୍ବଶର୍ମାଙ୍କୁ ଦେଖାଇଥିଲା ପଦ୍ମ ପୋଖରୀକୁ ରାସ୍ତା । କଂଗ୍ରେସର ପଲିସିରେ ନାଖୁସ ପୂର୍ବତନ ଅଧ୍ୟକ୍ଷ (ରାହୁଲ ଗାନ୍ଧୀ)ଙ୍କ ଅନିଶ୍ଚିତ ରୋଡମ୍ୟାପରେ ଅତିଷ୍ଠ ହୋଇ ଆକସ୍ମିକ ଦଳକୁ ବାଏ ବାଏ କରି ବିଶ୍ବଶର୍ମା ବିଜେପିରେ ମାରିଥିଲେ ଏଣ୍ଟ୍ରି । ଅଧିକ ପଢନ୍ତୁ...

କଂଗ୍ରେସରେ କଳହ ଦେଖାଇଥିଲା ପଦ୍ମ ପୋଖରୀକୁ ରାସ୍ତା, ହାତ ଛାଡିବା ପରେ ବଦଳିଲା ବିଶ୍ବଶର୍ମାଙ୍କ ଭାଗ୍ୟ !

author img

By

Published : May 10, 2021, 7:58 PM IST

Updated : May 10, 2021, 8:07 PM IST

ଗୌହାଟୀ: ରାହୁଲ ଗାନ୍ଧୀଙ୍କ ପ୍ରତି କୃତଜ୍ଞତା ଅର୍ପଣ..ରାମ ମାଧବଙ୍କୁ ଅଚାନକ ଫୋନ...ଆଉ ତା'ପରେ ବିଜେପିରେ ଯୋଗଦାନ । କାହାଣୀ, ଆଇନଜୀବୀରୁ ଆସାମ ମୁଖ୍ୟମନ୍ତ୍ରୀ ମୁକୁଟ ପିନ୍ଧିଥିବା ହିମନ୍ତ ବିଶ୍ବଶର୍ମା ଯିଏ ଅସନ୍ତୁଷ୍ଟ କଂଗ୍ରେସ ନେତାରୁ ପାଲଟିଛନ୍ତି ଭାରତୀୟ ଜନତା ପାର୍ଟିର ବାଦଶାହ ।

କଂଗ୍ରେସରେ କଳହ ଦିନେ ହିମନ୍ତ ବିଶ୍ବଶର୍ମାଙ୍କୁ ଦେଖାଇଥିଲା ପଦ୍ମ ପୋଖରୀକୁ ରାସ୍ତା । କଂଗ୍ରେସର ନୀତିରେ ନାଖୁସ , ପୂର୍ବତନ ଅଧ୍ୟକ୍ଷ (ରାହୁଲ ଗାନ୍ଧୀ)ଙ୍କ ଅନିଶ୍ଚିତ ରୋଡମ୍ୟାପରେ ଅତିଷ୍ଠ ହୋଇ ଆକସ୍ମିକ ଦଳକୁ ବାଏ ବାଏ କରି ବିଶ୍ବଶର୍ମା ବିଜେପିରେ ମାରିଥିଲେ ଏଣ୍ଟ୍ରି ।

ଅନେକ କଳ୍ପନାଜଳ୍ପନା ପରେ ଆସାମର ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଇଛନ୍ତି ହିମନ୍ତ ବିଶ୍ବଶର୍ମା । ହାଇକମାଣ୍ଡଙ୍କ ମୋହର ବାଜିବା ପରେ ଆସାମ ମୁଖ୍ୟମନ୍ତ୍ରୀ ଆସନରେ ଅଳଙ୍କୃତ ହୋଇଛନ୍ତି ହିମନ୍ତ । ବିଶ୍ବଶର୍ମା ଜିତିଛନ୍ତି ବିଜେପିର ବିଶ୍ବାସ ।

ହିମନ୍ତ ବିଶ୍ବଶର୍ମା, ଆସାମ ରାଜନୀତିର ଜଣେ ଏଭଳି ଚେହେରା, ଯିଏ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି । କେବେ ନିଜର ସ୍ପଷ୍ଟ ରୋକଠୋକ କଥାକୁ ନେଇ ତ ପୁଣି ଆଉ କେବେ ବିବାଦିତ ବୟାନ କାରଣରୁ ଦୀର୍ଘ 2 ଦଶନ୍ଧି ଧରି ଚର୍ଚ୍ଚାରେ ରହି ବିଶ୍ବଶର୍ମା ବଦଳାଇଛନ୍ତି ରାଜନୀତିର ମୋଡ । ଏଥର ବିଶ୍ବଶର୍ମା ଚର୍ଚ୍ଚାକୁ ଆସିବାର କାରଣ କିନ୍ତୁ ଭିନ୍ନ । ଆସାମରେ ବିଜେପିର ଦ୍ବିତୀୟ ସରକାରରେ ସେ ହୋଇଛନ୍ତି ମୁ୍ଖ୍ୟମନ୍ତ୍ରୀ ।

ଛାତ୍ର ଜୀବନରୁ ହିଁ ରାଜନୀତିର ରଣକୌଶଳରେ ବେଶ ପାରଙ୍ଗମ ଥିଲେ ହିମନ୍ତ । ଆସାମ ରାଜନୈତିକ ମୈଦାନରେ ପାଦ ଥାପିବା ପରେ ସେ ରାଜନୀତି ଖେଳରେ ଆରମ୍ଭରୁ ହିଁ ଦେଖାଇଥିଲେ ନିଜର ଦମ୍‌ । ବର୍ଷ 1991-92ରେ ହିମନ୍ତ ଗୌହାଟୀ କଟନ କଲେଜର ଛାତ୍ର ସଂସଦରେ ହୋଇଥିଲେ ସାଧାରଣ ସମ୍ପାଦକ । 2001ରେ ପ୍ରଥମଥର ପାଇଁ ଆସାମ ଜାଲୁକବାରୀ ଆସନରୁ ନିର୍ବାଚନ ଲଢିଥିଲେ ସେ । ଆଉ ପ୍ରଥମ ଥର ହିଁ ବିଧାନସଭା ପହଞ୍ଚିଥିବା ହିମନ୍ତ ତରୁଣ ଗୋଗୋଇ କ୍ୟାବିନେଟରେ ହୋଇଥିଲେ ମନ୍ତ୍ରୀ ।

2006 ଓ 2011 ବିଧାନସଭା ନିର୍ବାଚନରେ ହିମନ୍ତ ଜାଲୁକୁମାରୀ ବିଧାନସଭା ଆସନରୁ ବିଜୟ ହାସଲ କରି ତରୁଣ ଗୋଗୋଇ ସରକାରରେ ମନ୍ତ୍ରୀ ହୋଇଥିଲେ । 2001ରେ ହିମନ୍ତ ଯେବେ ପ୍ରଥମ ଥର ବିଧାୟକ ହୋଇଥିଲେ, ସେବେଠାରୁ 2016 ପର୍ଯ୍ୟନ୍ତ ସେ 4 ଥର କ୍ୟାବିନେଟ ମନ୍ତ୍ରୀ ଭାବରେ ସମ୍ଭାଳିଛନ୍ତି ଦାୟିତ୍ବ ।

2011ରେ ଆସାମ ବିଧାନସଭା ନିର୍ବାଚନରେ କଂଗ୍ରେସର ବୃହତ ବିଜୟ ପଛରେ ରହିଥିଲା ହିମନ୍ତ ବିଶ୍ବଶର୍ମାଙ୍କର ବଡ ଭୂମିକା । ଏହାପରେ 2014ରେ ହିମନ୍ତଙ୍କ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ସହ ହୋଇଥିଲା ମନାନ୍ତର । ଏଥିପାଇଁ 21 ଜୁଲାଇ 2014ରେ ହିମନ୍ତ ନିଜର ସମସ୍ତ ପଦ ସହ କଂଗ୍ରେସରୁ ଦେଇଥିଲେ ଇସ୍ତଫା ।

କଂଗ୍ରେସରୁ ହିମନ୍ତଙ୍କ ଇସ୍ତଫା ପଛରେ ଆଉ ଏକ ରହସ୍ୟ ମଧ୍ୟ ରହିଛି । ଆଉ ଏହି ରହସ୍ୟ ହେଉଛି ରାହୁଲ ଗାନ୍ଧୀଙ୍କ ଉପରେ ନାରାଜ । ଆସାମର ନୂଆ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ନିଜର ଏକ ପୁରୁଣା ବୟାନରେ କହିଥିଲେ ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କୌଣସି କଥା ଉପରେ ଧ୍ୟାନ ଦେଉନଥିଲେ । ଥରେ କଂଗ୍ରେସ ନେତା ସିପି ଜୋଶୀ, ତରୁଣ ଗୋଗୋଇଙ୍କ ସହ କଥାବାର୍ତ୍ତା ସମୟରେ ହୋଇଥିଲା ଝଗଡା । ଏହାରି ମଧ୍ୟରେ ରାହୁଲ ଗାନ୍ଧୀଙ୍କ ପୋଷା କୁକୁର ଟେବୁଲ ପାଖକୁ ଆସିଲା ଆଉ ପ୍ଲେଟରେ ଥିବା ବିସ୍କୁଟକୁ ପାଟିରେ ଧରି ପଳାଇଲା । ରାହୁଲ ଗାନ୍ଧୀ ଝଗଡାର ସମାଧାନ କରିବେ ବୋଲି ଶର୍ମାଙ୍କର ରହିଥିଲା ଆଶା ।

ଶର୍ମା କହିଥିଲେ, କକୁର ବିସ୍କୁଟ ଖାଇବା ପରେ ମୁଁ ଭାବୁଥିଲି ରାହୁଲ କାହାରିକୁ ଡାକିବେ ଆଉ ତାକୁ ପ୍ଲେଟ ବଦଳାଇବାକୁ କହିବେ । ହେଲେ ପ୍ଲେଟ ତ ବଦଳିଲା ନାହିଁ, ଆଉ ସେହି ପ୍ଲେଟରୁ ଦୁଇଟି ବିସ୍କୁଟ ମଧ୍ୟ ଖାଇବାରେ ଲାଗିଲେ ରାହୁଲ । ଏହା ଶର୍ମାଙ୍କୁ ବଡ ଆଶ୍ଚର୍ଯ୍ୟ କରିଥିଲା । ସେ ନିଜକୁ ପ୍ରଶ୍ନ କରିଥିଲେ ଯେ ଏଭଳି ଦେଶ କେମିତି ଚାଲିବ ? ଆସିବା ସମୟରେ ରାହୁଲଙ୍କ ପ୍ରତି କୃତଜ୍ଞତା ଅର୍ପଣ କରିଥିଲେ ହିମନ୍ତ । ଏହାପରେ ସେ ବିଜେପି ନେତା ରାମ ମାଧବଙ୍କୁ ଫୋନ କଲେ ଏବଂ ପଦ୍ମ ଶିବିରରେ ସାମିଲ ହୋଇଗଲେ ।

ତରୁଣ ଗୋଗୋଇଙ୍କ ଉପରେ ଅସନ୍ତୋଷ ପ୍ରକାଶ ପାଇବା ପରେ ହିମନ୍ତ ବିଶ୍ୱଶର୍ମା 23 ଅଗଷ୍ଟ 2015ରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ତତ୍କାଳୀନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଘରେ ହିମନ୍ତ ତାଙ୍କୁ ଭେଟି ସେଠାରେ ବିଜେପିରେ ଯୋଗଦେବାକୁ ଘୋଷଣା କରିଥିଲେ । ଏହା ପରେ ବିଜେପି ହିମନ୍ତଙ୍କୁ 2016 ବିଧାନସଭା ନିର୍ବାଚନ ପାଇଁ ଆସାମର ସଂଯୋଯୋକ ନିଯୁକ୍ତ କରାଯାଇଥିଲା ।

ଅମିତ ଶାହାଙ୍କ ବିଶ୍ବାସ ଜିତି ଆସାମରେ ଇତିହାସ ରଚିଥିଲେ ହିମନ୍ତ ବିଶ୍ବଶର୍ମା । ଏହି ନିର୍ବାଚନରେ ​​ବିଜେପି ଆସାମରୁ ତରୁଣ ଗୋଗୋଇ ସରକାରଙ୍କୁ ପ୍ରଚଣ୍ଡ ବହୁମତ ସହ ହରାଇଥିଲା । ଏହି ନିର୍ବାଚନରେ ବିଜେପି 60ଟି ଆସନ ଜିତିଥିବାବେଳେ କଂଗ୍ରେସ ହାତକୁ ଆସିଥିଲା ମାତ୍ର 26ଟି ଆସନ । ବିଜେପିର ଏହି ବିଜୟରେ ହିମନ୍ତ ବିଶ୍ୱଶର୍ମାଙ୍କ ବଡ ଯୋଗଦାନ ଥିବା ବିବେଚନା କରାଯାଏ ।

କଂଗ୍ରେସରେ ପରିବାରବାଦକୁ ପସନ୍ଦ କରୁନଥିଲେ ହିମନ୍ତ ବିଶ୍ବଶର୍ମା । ଏଥିପାଇଁ ଦଳରେ କୋଣଠେସା ହୋଇଯାଇଥିଲେ ସେ । ହୁଏତ ବିଶ୍ବଶର୍ମାଙ୍କୁ ଅଣଦେଖା ଆସାମରେ କଂଗ୍ରେସର ମୂଳୋତ୍ପାଟନର ବଡ କାରଣ ଥିଲା । ହାତ ଛାଡିବା ପରେ ବଦଳିଥିଲା ବିଶ୍ବଶର୍ମାଙ୍କ ଭାଗ୍ୟ । ଆଉ ଏହାପରେ ବିଶ୍ବଶର୍ମାଙ୍କୁ ବିଶ୍ବାସକୁ ନେଇ ପୂର୍ବୋତ୍ତରରେ ବାଜି ମାରିଥିଲା ବିଜେପି । ଏଥିପାଇଁ ପୁନର୍ବାର କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିବା ପରେ ବିଶ୍ବଶର୍ମାଙ୍କୁ ବିଜେପି ଆସାମର ଭାର ପ୍ରଦାନ କରିଥିବା ଅନୁମାନ କରାଯାଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 10, 2021, 8:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.