ETV Bharat / bharat

ଶାହଙ୍କୁ ପ୍ରଧାନମନ୍ତ୍ରୀ କହିଦେଲେ ଆସାମ ସିଏମ, କଂଗ୍ରେସ କହିଲା ଏମିତି

author img

By

Published : May 11, 2022, 4:17 PM IST

ଭାଷଣରେ ଭୋଳ ହୋଇ ଗଲେ ଆସାମ ମୁଖ୍ୟମନ୍ତ୍ରୀ । ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିଦେଲେ । ଖାଲି ସେତିକି ନୁହେଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗୃହମନ୍ତ୍ରୀ ବୋଲି କହି ପକେଇଲେ । ଅଧିକ ପଢନ୍ତୁ

ଗୃହମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ କହି ଦେଲେ ଆସାମ ସିଏମ

ଗୌହାଟୀ: ଭାଷଣରେ ଭୋଳ ହୋଇ ଗଲେ ଆସାମ ମୁଖ୍ୟମନ୍ତ୍ରୀ । ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରି ଦେଲେ । ଖାଲି ସେତିକି ନୁହେଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗୃହମନ୍ତ୍ରୀ ବୋଲି କହି ପକେଇଲେ । ଗୌହାଟୀରେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବ ଶର୍ମା ଏକ କାର୍ଯ୍ୟକ୍ରମରେ ଅମିତ ଶାହଙ୍କୁ ପ୍ରଧାନମନ୍ତ୍ରୀ ଓ ନରେନ୍ଦ୍ର ମୋଦିଙ୍କୁ ଗୃହମନ୍ତ୍ରୀ ବୋଲି କହିଦେଲେ । ପରେ ଭୁଲବସତଃ କହି ଦେଇଥିବା ବିଜେପି କହିଥିଲା । ହେଲେ କଂଗ୍ରେସ ମାନିବାକୁ ନାରାଜ । ଏହାକୁ ନେଇ ଶାସକ ଦଳକୁ ଟାର୍ଗେଟ କରିଛି କଂଗ୍ରେସ ।

ଏହି ଘଟଣା ପରେ ଜଣେ ବିରଷ୍ଠ ବିଜେପି ନେତା ଏହା ଭୁଲବସତଃ ପାଟିରୁ ବାହାରି ଯାଇଥିବା କହିଥିଲେ । ହେଲେ କଂଗ୍ରେସ ଏ କଥାକୁ ଗ୍ରହଣ କରିପାରୁ ନାହିଁ । ସେ ଟ୍ବିଟରେ ଏହି ଭିଡିଓକୁ ସେୟାର କରିବାକୁ ଲାଗିଛି ଏବଂ କହିଛି ଶାସକ ଦଳ ତାର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ବାଛିଛି କି ନା ଅମିତ ଶାହଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ଅଭିଯାନ ଆରମ୍ଭ ହୋଇଛି ବୋଲି କହିଛି କଂଗ୍ରେସ।

ସେପଟେ କଂଗ୍ରେସର ଏ ବୟାନ ଉପରେ ବର୍ଷିଛନ୍ତି ବିଜେପି ମୁଖପାତ୍ର ରୁପମ ଗୋସ୍ବାମୀ । ସେ କହିଛନ୍ତି, ଆସାମରେ କଂଗ୍ରେସ ହଜି ଯାଇଛି । ତା ପାଖରେ ରାଜନୈତିକ ଲଢେଇ ପାଇଁ କିଛି ପ୍ରକୃତ କାରଣ ସମସ୍ୟା ନାହିଁ ତେଣୁ ଏକ ଅଣ-ପ୍ରସଙ୍ଗକୁ ମୁଦ୍ଦା କରିବାକୁ ଚେଷ୍ଟା କରୁଛି । ଆସାମ ମୁଖ୍ୟମନ୍ତ୍ରୀ ଯାହା କହିଲେ ତାହା ତାଙ୍କ ପାଟିରୁ ଭୁଲବସତଃ ବାହାରି ଯାଇଛି । ଏହା କାହା ସହିତ ବି ହୋଇପାରେ ବୋଲି କହିଛନ୍ତି ବିଜେପି ମୁଖପାତ୍ର ରୁପମ ଗେସ୍ବାମୀ ।

ପ୍ରକାଶ ଥାଉ କି, ଦୁଇ ଦିନିଆ ଆସାମ ଗସ୍ତରେ ଥିଲେ ଗୃହ ମନ୍ତ୍ରୀ ଅମିତ ଶାହା । ଆସାମର ମାନକଚରରେ ଥିବା ଭାରତୀୟ ସୀମା ସୁରକ୍ଷା ବଳ (BSF)ର ଏକ ଫରଓ୍ବାର୍ଡ ପୋଷ୍ଟ ପରିଦର୍ଶନ କରିବା ସହ ଇଣ୍ଡୋ-ବାଂଲାଦେଶ ଅନ୍ତର୍ଜାତୀୟ ସୀମାରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.