ETV Bharat / bharat

Himachal Pradesh poll: 65.92 ପ୍ରତିଶତ ଭୋଟିଂ ସହ ୪୧୨ ପ୍ରାର୍ଥୀଙ୍କ ଭାଗ୍ୟ ସିଲ, 8ରେ ଜନାଦେଶ

author img

By

Published : Nov 12, 2022, 10:03 PM IST

ହିମାଚଳ ପ୍ରଦେଶରେ ଶେଷ ହେଲା ଭୋଟିଂ । 65.92 ପ୍ରତିଶତ ଭୋଟିଂ ସହ ୪୧୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କଲେ ୫୫ ଲକ୍ଷରୁ ଊର୍ଦ୍ଧ୍ବ ଭୋଟର (Himachal Pradesh Assembly Elections)। 8ରେ ଜନାଦେଶ । କ୍ଷମତା ବଜାୟ ରଖିବାକୁ ବିଜେପି ଆଶାବାଦୀ । ପ୍ରତିଦ୍ବନ୍ଦ୍ବିତାରେ ଏଣ୍ଟ୍ରିଂ ମାରିଛି ଆପ । ଅଧିକ ପଢନ୍ତୁ

Himachal Pradesh poll: 65.92 ପ୍ରତିଶତ ଭୋଟିଂ ସହ ପ୍ରାର୍ଥୀଙ୍କ ଭାଗ୍ୟ ସିଲ, 8 ରେ ଜନାଦେଶ

ଶିମଲା: ହିମାଚଳ ପ୍ରଦେଶରେ ଶେଷ ହେଲା ଭୋଟିଂ । ଗୋଟିଏ ପର୍ଯ୍ୟାୟରେ ହିମାଚଳ ପ୍ରଦେଶରେ ସମସ୍ତ 68ଟି ଆସନରେ ଭୋଟିଂ ଶେଷ ହୋଇଛି (Himachal Pradesh Assembly Elections)। ସଂଧ୍ୟା 5ଟାରେ ଭୋଟିଂ ଶେଷ ହୋଇଥିବା ବେଳେ ମୋଟ 65.92 ପ୍ରତିଶତ ଭୋଟିଂ ରେକର୍ଡ କରାଯାଇଛି । ୫୫ ଲକ୍ଷରୁ ଉର୍ଦ୍ଧ୍ବ ଭୋଟର ୪୧୨ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ କରିଛନ୍ତି (Himachal Pradesh Assembly Elections)। ରାଜ୍ୟରେ ପ୍ରାୟତଃ ଶାନ୍ତି ଶୃଙ୍ଖଳାରେ ମତଦାନ ଶେଷ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ମତଦାନ ପରେ ସଂଧ୍ୟାରେ ଭୋଟ ବାକ୍ସ ଓ ଇଭିଏମଗୁଡିକୁ ସୁରକ୍ଷିତ ଭାବେ ରାଜଧାନୀ ଶିମଲା ଓ ଧର୍ମଶାଳାରେ ପ୍ରସ୍ତୁତ ହୋଇଥିବା ଷ୍ଟ୍ରଙ୍ଗ ରୁମରେ ଅଣାଯାଇଛି । ଷ୍ଟ୍ରଙ୍ଗରୁମରେ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । 8 ତାରିଖରେ ମତ ଗଣନା ସହ ଜନାଦେଶ ପ୍ରକାଶ ପାଇବ ।

ଆଜି 14ତମ ବିଧାନସଭା ପାଇଁ ଭୋଟ ଦେଇଛି ହିମାଚଳ ପ୍ରଦେଶ । ସକାଳ 8 ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ରାଜ୍ୟର ସମସ୍ତ 68ଟି ବିଧାନସଭା ଆସନ ପାଇଁ ମୋଟ 7,881 ମତଦାନ କେନ୍ଦ୍ର ବୁଥ ପ୍ରସ୍ତୁତ କରାଯାଇଥିଲା । ସକାଳୁ ମତଦାନକୁ ନେଇ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ମଧ୍ୟ ଦେଖିବାକୁ ମିଳିଥିଲା । ଜିଲ୍ଲାଓ୍ବାରୀ ଦେଖିବାକୁ ଗଲେ ସର୍ବାଧିକ 72.79 ପ୍ରତିଶତ ମତଦାନ ସହ ସିରମୋର ଜିଲ୍ଲା ତାଲିକାରେ ଶୀର୍ଷରେ ରହିଥିବା ବେଳେ 62 ପ୍ରତିଶତ ମତଦାନ ସହ କିନ୍ନୌରେ ସର୍ବନିମ୍ନ ମତଦାନ ରେକର୍ଡ ହୋଇଛି । ରାଜ୍ୟର ସାମଗ୍ରିକ ଭୋଟିଂ ପ୍ରତିଶତ ପ୍ରାୟ 66 ପ୍ରତିଶତ ରହିଛି । ଯାହାକି ଗତ ନିର୍ବାଚନ (2017) ତୁଳନାରେ ସାମାନ୍ୟ କମ । 2017 ରେ ରାଜ୍ୟରେ ସାମଗ୍ରିକ ଭୋଟିଂ ହାର 74.17 ପ୍ରତିଶତ ରହିଥିଲା ।

ଚଳିତ ନିର୍ବାଚନରେ ମୋଟ ୪୧୨ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିଛନ୍ତି । ରାଜ୍ୟର ମୋଟ ୭,୮୮୧ ଟି ଭୋଟ ମତଦାନ କେନ୍ଦ୍ରରେ ୫୫ଲକ୍ଷରୁ ଉର୍ଦ୍ଧ୍ବ ଭୋଟର ୪୧୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବା ପାଇଁ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି । ଆଜି ଭୋଟଗ୍ରହଣ ଶେଷ ହେବା ପରେ ଡିସେମ୍ବର ୮ରେ ଗଣତି ସହ ଜନାଦେଶ ପ୍ରକାଶ ପାଇବ । ରାଜ୍ୟରେ ବର୍ତ୍ତମାନ ବିଜେପି ଶାସନ ଥିବା ବେଳେ ଦଳ କ୍ଷମତା ବଜାୟ ରଖିବା ନେଇ ଦଳ ଦମ୍ଭୋକ୍ତି ଦେଖାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.