ETV Bharat / bharat

Himachal Assembly polls: ବିଳାସପୁରରେ ପତ୍ନୀଙ୍କ ସହ ଭୋଟ ଦେଲେ ଜେପି ନଡ୍ଡା

author img

By

Published : Nov 12, 2022, 12:59 PM IST

Updated : Nov 12, 2022, 1:54 PM IST

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ(Himachal Assembly polls) ପାଇଁ ଜାରି ରହିଛି ମତଦାନ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ନିଜ ପତ୍ନୀଙ୍କ ସହ ବିଳାସପୁରର ବିଜୟପୁର ଠାରେ ଭୋଟ ଦେଇଛନ୍ତି । ଭୋଟ ଦେବା ପୂରରୁ କୂଳ ଦେବୀଙ୍କ ଦର୍ଶନ କରଥିଲେ ନଡ୍ଡା । ଅଧିକ ପଢନ୍ତୁ

Himachal Assembly polls
Himachal Assembly polls

ଶିମଲା: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ(Himachal Assembly polls) ପାଇଁ ସକାଳ ୮ଟାରୁ ଜାରି ରହିଛି ମତଦାନ । ୬୮ ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବିଳାସପୁରର ବିଜୟପୁର ଠାରେ ଭୋଟ ଦେଇଛନ୍ତି । ଏନେଇ ଜେପି ନଡ୍ଡା କହିଛନ୍ତି, "ସକାଳ ଠାରୁ ମୁଁ ଦେଖୁଛି ଭୋଟ ଦେବା ପାଇଁ ଲୋକମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି । ମୁଁ ଅନୁରୋଧ କରୁଛି ଯେ ସମସ୍ତେ ଆଜି ବିପୁଳ ସଂଖ୍ୟାରେ ଭୋଟ ଦିଅନ୍ତୁ ।"

Himachal Assembly polls

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସହ ତାଙ୍କ ସ୍ତ୍ରୀ ମଲ୍ଲିକା ନଡ୍ଡା ମଧ୍ୟ ମତ ସାବ୍ୟସ୍ତ କରିଛନ୍ତି । ନଡ୍ଡାଙ୍କ ଘର ବିଳାସପୁରରେ ହୋଇଥିବାରୁ ବିଜେପି ପାଇଁ ବିଳାସପୁର ଆସନରେ ଜିତବା ଗୁରୁତ୍ବପୂର୍ଣ୍ଣ ବୋଲି ଚର୍ଚ୍ଚା ହେଉଛି । 2007ର ନିର୍ବାଚନରେ ବିଜେପି ବହୁମତ ହାସଲ କରି ସରକାର ଗଠନ କରିଥିଲା । ପ୍ରେମ କୁମାର ଧୁମାଲ ଦ୍ବିତୀୟ ଥର ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ହୋଇଥିଲେ । 2012ରେ ସରକାର ବଦଳିବା ଧାରା ବଜାୟ ରହିଥିଲା ।

ଏହା ମଧ୍ୟ ପଢନ୍ତୁ: Himachal Assembly Poll: 37ବର୍ଷରେ ରିପିଟ୍‌ ହୋଇନି ସରକାର, ଏଥର ପରିବର୍ତ୍ତନ ନା ପରମ୍ପରା ?

ଏଥିରେ ହିମାଚଳ ଜନତା କଂଗ୍ରେସକୁ ବହୁମତ ଦେଇଥିଲେ । ବିରେନ୍ଦ୍ର ସିଂହ ପୁଣି ମୁଖ୍ୟମନ୍ତ୍ରୀ ହୋଇଥିଲେ । 2017 ବିଧାନସଭା ନିର୍ବାଚନରେ କଂଗ୍ରେସ ପରାସ୍ତ ହୋଇଥିଲା । ବିଜେପି ବିରାଟ ବିଜୟ ହାସଲ କରିଥିଲା । ପ୍ରେମ କୁମାର ଧୁମାଲ ନିର୍ବାଚନରେ ପରାସ୍ତ ହେଇଥିଲେ । ପ୍ରତି ୫ ବର୍ଷରେ ଥରେ ହିମାଚଳରେ କ୍ଷମତା ବଦଳିଛି । ଏହା ହିମାଚଳରେ ଏକ ପରମ୍ପରା ପାଲଟିଯାଇଛି । କିନ୍ତୁ ବିଜେପି ଏହି ପରମ୍ପରାକୁ ଏଥର ବଦଳାଇବାକୁ ସବୁ ଶକ୍ତି ଲଗାଇ ଦେଇଛି ।

ଏହି ଟକ୍କରରେ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର, ପୂର୍ବତନ ମୁଖ୍ୟମନ୍ତ୍ରୀ ବିରଭଦ୍ରା ସିଂଙ୍କ ପୁଅ ବିକ୍ରମଦିତ୍ୟ ସିଂ ଏବଂ ପୂର୍ବତନ ବିଜେପି ମୁଖ୍ୟ ସତ୍ୟପାଲ ସିଂ ସତୀ ରହିଛନ୍ତି । ଅନ୍ୟପକ୍ଷେ ବିଜେପି ହିମାଚଳରେ ପୁରୁଣା ପରମ୍ପରାକୁ ଭାଙ୍ଗିବାପାଇଁ ଲକ୍ଷ୍ୟ ରଖିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ହିମାଚଳରେ ପ୍ରଚାର ମଙ୍ଗ ଧରିଥିଲେ । ହିମାଚଳ ପ୍ରଦେଶରେ ପ୍ରତିଯୋଗିତା ବିଜେପି ଏବଂ କଂଗ୍ରେସ ମଧ୍ୟରେ ହୋଇଥିବାବେଳେ ଏଥର ଆମ ଆଦମୀ ପାର୍ଟି(AAP) ହିମାଚଳ ପ୍ରଦେଶରେ ନିର୍ବାଚନ ଲଢୁଛି ।

ହିମାଚଳ ପ୍ରଦେଶରେ ସମୁଦାୟ ୫୫, ୯୨,୮୨୮ ଭୋଟର ରହିଛନ୍ତି । ସେମାନଙ୍କ ମଧ୍ୟରେ ମହିଳା ଭୋଟରଙ୍କ ସଂଖ୍ୟା ୨୭, ୩୭, ୮୪୫ ରହିଥିବାବେଳେ ପୁରୁଷ ୨୮,୫୪,୯୪୫ ଓ ୩୮ ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି । ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସହ ମୋଟ ୪୧୨ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବୀତା କରୁଛନ୍ତି । ସେମାନଙ୍କ ମଧ୍ୟରେ ୨୪ ଜଣ ମହିଳା ପ୍ରାର୍ଥୀ ଅଛନ୍ତି ।

Last Updated : Nov 12, 2022, 1:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.