ETV Bharat / bharat

HP Cabinet Expanded: ସୁଖୁଙ୍କ କ୍ୟାବିନେଟରେ ସ୍ଥାନ ପାଇଲେ 7 ବିଧାୟକ

author img

By

Published : Jan 8, 2023, 7:22 AM IST

Updated : Jan 8, 2023, 11:02 AM IST

ଶିମଲା ସ୍ଥିତ ରାଜ ଭବନରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କ୍ୟାବିନେଟରେ ସ୍ଥାନ ପାଇଛନ୍ତି 7 ବିଧାୟକ । ଅଧିକ ପଢନ୍ତୁ

Himachal cabinet expansion
Himachal cabinet expansion

ଶିମଲା: ଆଜି ହିମାଚଳ ପ୍ରଦେଶ କ୍ୟାବିନେଟ ସମ୍ପ୍ରସାରଣ ହୋଇଛି(Himachal cabinet expanded) । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂଙ୍କ କ୍ୟାବିନେଟରେ 7 ଜଣ ବିଧାୟକ ମନ୍ତ୍ରୀ ଭାବେ ସ୍ଥାନ ପାଇଛନ୍ତି । ଶିମଲା ସ୍ଥିତ ରାଜ ଭବନରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ରାଜ୍ୟପାଳ ବିଧାୟକଙ୍କୁ ଗୋପନୀୟତାର ଶପଥ ପାଠ କରାଇଥିଲେ ।

ସୁଖବିନ୍ଦରଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଲେ 7 ବିଧାୟକ: ସୁଖବିନ୍ଦରଙ୍କ କ୍ୟାବିନେଟରେ ମନ୍ତ୍ରୀ ଭାବେ ସ୍ଥାନ ପାଇଛନ୍ତି ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବିରଭଦ୍ର ସିଂଙ୍କ ପୁଅ ବିକ୍ରମଦିତ୍ୟ ସିଂ । ସେହିପରି ଅନ୍ୟ ୬ଜଣ ହେଉଛନ୍ତି ବିଧାୟକ ଧାନୀ ରାମ ଶାଣ୍ଡିଲ, ପାଞ୍ଚ ଥର ବିଧାୟକ ହୋଇଥିବା ହର୍ଷବର୍ଦ୍ଧନ ସିଂ ଚୌହାନ, ଜଗତ ସିଂ ନେଗି, ରୋହିତ ଠାକୁର, ଅନିରୁଦ୍ଧ ସିଂହ ଓ ବିଧାୟକ ଚନ୍ଦ୍ର କୁମାର ଶପଥ ଆଜି ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ସହ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଓ ଉପମୁଖ୍ୟମନ୍ତ୍ରୀ ମୁକେଶ ଅଗ୍ନିହୋତ୍ରୀ ଉପସ୍ଥିତ ଥିଲେ ।

ଗତକାଲି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ''ଦଳର ହାଇକମାଣ୍ଡଙ୍କ ତରଫରୁ ବିଧାୟକଙ୍କ ନାମ ସୁପାରିସ କରାଯାଇଥିଲା । ଆଜି ସେମାନେ ଶପଥ ଗ୍ରହଣ କରିବୋ ପ୍ରଥମ କ୍ୟାବିନେଟ ବୈଠକରେ ରାଜ୍ୟରେ ପୁରୁଣା ପେନସନ ଯୋଜନା କାର୍ଯ୍ୟକାରୀ କରାଯିବ । ସାଧାରଣ ନିର୍ବାଚନ ପୂର୍ବରୁ ଦଳ ପକ୍ଷରୁ ପ୍ରତିଶୃତି ଦିଆଯାଇଥିଲା ଯେ ଯଦି ଆମେ କ୍ଷମତାକୁ ଫେରୁ ତେବେ ପୁରୁଣା ପେନସନ ଯୋଜନା କାର୍ଯ୍ୟକାରୀ କରିବୁ ।'' ଗତକାଲି ଦଳର ହାଇକମାଣ୍ଡକୁ ଦିଲ୍ଲୀରେ ଭେଟିବା ପରେ ସନ୍ଧ୍ୟା ସମୟରେ ଶିମଲା ଫେରିଥିଲେ ମୁଖ୍ୟମନ୍ତ୍ରୀ । ତେବେ ଆଜି ମୁଖ୍ୟମନ୍ତ୍ରୀ ମୁମ୍ବାଇ ଗସ୍ତରେ ଯାଇପାରନ୍ତି ବୋଲି ମଧ୍ୟ କହିଥିଲେ ।

ଏହା ମଧ୍ୟ ପଢନ୍ତୁ-ଶାହଙ୍କ ଦମ୍ଭୋକ୍ତି, 2024 ପୂର୍ବରୁ ସମଗ୍ର ଦେଶରେ ଧ୍ୱଂସ ହେବ ଲାଲଗଡ: ଶାହ

ପ୍ରକାଶ ଥାଉ କି, ନଭେମ୍ବର 12 ତାରିଖରେ 68 ଆସନରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ହୋଇଥିବା । ପରିବର୍ତ୍ତନ ବନାମ ପରମ୍ପରାର ଲଢେଇରେ ପରମ୍ପରା ବଜାୟ ରଖିଥିଲା କଂଗ୍ରେସ । କଂଗ୍ରେସ 40ଟି ଆସନ ଜିତି ରାଜ୍ୟରେ ସରକାର ଗଠନ କରିଥିଲା । ଏହାପରେ କିଏ ହେବ ମୁଖ୍ୟମନ୍ତ୍ରୀ ସେନେଇ ସସପେନ୍ସ ଲାଗି ରହିଥିଲା । ଶେଷରେ ସୁଖବିନ୍ଦର ସିଂ ସୁଖୁଙ୍କ ନାମରେ ମୋହର ବାଜିଥିଲା ।

ଡିସେମ୍ବର 11 ତାରିଖରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ସୁଖବିନ୍ଦର ସିଂ ସୁଖୁ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମୁକେଶ ଅଗ୍ନିହୋତ୍ରୀ । ଶପଥ ଗ୍ରହଣ କାର୍ଯ୍ୟକ୍ରମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଗଡେ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସାମିଲ ହୋଇଥିଲେ । ରାଜ୍ୟର 15ତମ ମୁଖ୍ୟମନ୍ତ୍ରୀ ହେଉଛନ୍ତି ସୁଖବିନ୍ଦର । ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିକୁ ହରାଇ କଂଗ୍ରେସ କ୍ଷମତାକୁ ଫେରିଛି ।

Last Updated : Jan 8, 2023, 11:02 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.