ETV Bharat / bharat

Hijab vs Saffron Shawls: କର୍ଣ୍ଣାଟକରେ ହିଂସ୍ର ହେଉଛି ହିଜାବ ବିବାଦ, ୧୪୪ ଧାରା ଜାରି ଓ ୩ ଦିନ ଶିକ୍ଷାନୁଷ୍ଠାନ ବନ୍ଦ

author img

By

Published : Feb 8, 2022, 6:25 PM IST

କର୍ଣ୍ଣାଟକରେ ହିଂସାର ରୂପ ନେଲାଣି ହିଜାବ ବିବାଦ । ଶିବାମୋଗା ଜିଲ୍ଲାରେ ଛାତ୍ରଙ୍କ ପଥରମାଡ । ମାଣ୍ଡ୍ୟାରେ ହିଜାବ ପିନ୍ଧିଥିବା ସଂଖ୍ୟାଲଘୁ ଛାତ୍ରୀଙ୍କୁ ବିରୋଧ । ପୋଲିସର ଲାଠି ଚାର୍ଜ । କିଛି ସ୍ଥାନରେ 144 ଜାରି ସହ ୩ ଦିନ ଶିକ୍ଷାନୁଷ୍ଠାନ ବନ୍ଦ । ଶାନ୍ତି ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ । ଅଧିକ ପଢନ୍ତୁ

Hijab vs Saffron: କର୍ଣ୍ଣାଟକରେ ହିଂସ୍ର ହେଉଛି ହିଜାବ ବିବାଦ, କିଛି ସ୍ଥାନରେ ୧୪୪ ଜାରି  ଓ ୩ଦିନ ସ୍କୁଲବନ୍ଦ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ପ୍ରଦର୍ଶନରୁ ହିଂସା ଆଡକୁ ମୁହାଁଇବା ଆରମ୍ଭ କଲାଣି ହିଜାବ ବିବାଦ । ଆଜି ରାଜ୍ୟରେ ଏକାଧିକ ସ୍ଥାନରେ ହିଂସା ଦେଖିବାକୁ ମିଳିଛି । ଶିବମୋଗା ଜିଲ୍ଲାରେ ଛାତ୍ରମାନେ ବିକ୍ଷୋଭ କରିବା ସହ ପୋଲିସ ଉପରକୁ ପଥର ଫିଙ୍ଗିଥିବାବେଳେ ଏଥିରେ ଅନେକ ଆହତ ହୋଇଛନ୍ତି । ଆଇନ ଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଲାଠିଚାର୍ଜ କରିଛି ।

ସେପଟେ ସ୍ଥିତି ଆୟତ୍ତ ବାହରକୁ ଯାଉଥିବା ବେଳେ ବୋମ୍ମାଇ ସରକାର ଶିବମୋଗା ଜିଲ୍ଲାର ସମସ୍ତ (ପ୍ରି ୟୁୁନିଭର୍ସିଟି କଲେଜ) ସ୍କୁଲକୁ ଆସନ୍ତା ୩ଦିନ ଯାଏଁ ବନ୍ଦ ଘୋଷଣା କରିଛନ୍ତି । ତେବେ ଶିବମୋଗା ଜିଲ୍ଲାର ଏକାଧିକ ଶିକ୍ଷାନୁଷ୍ଠାନରେ ଏପରି ହିଂସା ହେବା ସନ୍ଦେହରେ ବ୍ୟାପକ ପୋଲିସ ବଳ ନିୟୋଜିତ ହୋଇଛନ୍ତି । ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ନଜର ରଖିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି ।

  • I appeal to all the students, teachers and management of schools and colleges as well as people of karnataka to maintain peace and harmony. I have ordered closure of all high schools and colleges for next three days. All concerned are requested to cooperate.

    — Basavaraj S Bommai (@BSBommai) February 8, 2022 " class="align-text-top noRightClick twitterSection" data=" ">

ସେହିପରି ଅନ୍ୟ ଏକ ଅଭାବନୀୟ ଘଟଣା ମଧ୍ୟ ସାମ୍ନାକୁ ଆସିଛି ମାଣ୍ଡ୍ୟା ଜିଲ୍ଲାରୁ । ଜଣେ ସଂଖ୍ୟାଲଘୁ ଛାତ୍ରୀ ହିଜାବ ପିନ୍ଧି ସ୍କୁଲରେ ପ୍ରବେଶ କରୁଥିବାବେଳେ ତାଙ୍କୁ ଛାତ୍ରଙ୍କ ଦ୍ବାରା ପ୍ରବଳ ବିରୋଧର ସାମ୍ନା କରିବାକୁ ପଡିଛି । ଛାତ୍ରୀଜଣଙ୍କ ହିଜାବ ପିନ୍ଧିଥିବାବେଳେ ଛାତ୍ରମାନେ ଗେରୁଆ ଗାମୁଛା ଦେଖାଇ ତାଙ୍କୁ ବିରୋଧ କରିବା ସହ ଘେରିଥିଲେ । ଛାତ୍ରମାନେ ଜୟ ଶ୍ରୀରାମ ନାରା ଲଗାଉଥିବା ବେଳେ ସଂଖ୍ୟାଲଘୁ ଛାତ୍ରୀଜଣଙ୍କ ଆଲ୍ଲା-ହୁ-ଆକବର ନାରା ମଧ୍ୟ ଦେଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ପରେ ସମ୍ପୃକ୍ତ ସଂଖ୍ୟାଲଘୁ ଛାତ୍ରୀଜଣଙ୍କୁ ସ୍କୁଲ କର୍ତ୍ତୃପକ୍ଷ ସ୍କୁଲ ମଧ୍ୟକୁ ନେଇଯାଇଥିଲେ ।

ଗତ ମାସରେ ରାଜ୍ୟର ଉଦୁପି ଜିଲ୍ଲାର ଗୋଟିଏ ପ୍ରି-ୟୁନିଭର୍ସିଟି କଲେଜରୁ ପ୍ରଥମ କରି ଆରମ୍ଭ ହୋଇଥିବା ଏହି ବିବାଦ ସମଗ୍ର ରାଜ୍ୟକୁ ବ୍ୟାପିବାରେ ଲାଗିଛି । ହିଜାବ ପିନ୍ଧିଥିବା କିଛି ଛାତ୍ରୀଙ୍କୁ ସମ୍ପୃକ୍ତ ସ୍କୁଲର ପ୍ରିନ୍ସପାଲ କ୍ୟାମ୍ପସକୁ ପ୍ରବେଶ ଅନୁମତି ନଦେବା ପରେ ଏହାକୁ ନେଇ ସଂଖ୍ୟାଲଘୁ ଛାତ୍ରୀମାନେ ଆନ୍ଦୋଳନ କରିଥିଲେ । ଏହାର କିଛି ଦିନ ପରେ କିଛି ଛାତ୍ର ଗୋଷ୍ଠୀ ମଧ୍ୟ ଗେରୁଆ ଗାମୁଛାରେ ସ୍କୁଲ କ୍ୟାମ୍ପସରେ ପ୍ରବେଶ କରିବା ସହ ହିଜାବ ପିନ୍ଧିଥିବା ଛାତ୍ରୀଙ୍କୁ ବିରୋଧ କରିଥିଲେ । ପରେ ସମସ୍ତ ଗୋଷ୍ଠୀଙ୍କୁ କେବଳ ସ୍କୁଲ ଡ୍ରେସକୋଡରେ ଶ୍ରେଣୀଗୃହକୁ ଆସିବାକୁ କର୍ଣ୍ଣାଟକ ସରକାର ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହା କୌଣସି ଗୋଷ୍ଠୀ ଗ୍ରହଣ କରିନଥିଲେ ।

ପରେ ଏହି ଘଟଣା ରାଜନୈତିକ ରୂପ ମଧ୍ୟ ନେବାରେ ଲାଗିଥିଲା । ରାଜ୍ୟରେ ଶାସନାଧୀନ ଥିବା ବିଜେପି ରାଜ୍ୟମୁଖ୍ୟ ତଥା ଏକାଧିକ ସାଂସଦ ଓ ବିଧାୟକ ମଧ୍ୟ ଉତ୍ତେଜନମୂଳକ ମନ୍ତବ୍ୟ ଦେଇଥିଲେ । ହିଜାବକୁ ସ୍କୁଲ ପରିସରରେ ଅନୁମତି ମିଳିପାରିବ ନାହିଁ ବୋଲି ବିଜେପି ନେତା କହିଥିବାବେଳେ ବିରୋଧୀ ଆସନରେ ଥିବା କଂଗ୍ରେସ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏହି ପ୍ରସଙ୍ଗରେ ସଂଖ୍ୟାଲଘୁ ଛାତ୍ରୀଙ୍କୁ ସମର୍ଥନ କରିବା ସହ ହିଜାବ ନିଷେଧ ନିଷ୍ପତ୍ତି ସରକାରଙ୍କ ଅସାମ୍ବିଧାନିକ ବୋଲି ଦର୍ଶାଇଥିଲେ । ରାଜନୈତିକ ମନ୍ତବ୍ୟ ଆସିବା ପରେ ଉତ୍ତେଜନା ଅଧିକ ବଢିବାରେ ଲାଗିଥିଲା ।

ବର୍ତ୍ତମାନ ଏହି ମାମଲା କୋର୍ଟରେ ବିଚାରଧୀନ ଥିବା ସତ୍ତ୍ବେ ମଧ୍ୟ ରାଜ୍ୟର ଏକାଧିକ ଜିଲ୍ଲାର ସ୍କୁଲକୁ ଏହି ବିବାଦ ବ୍ୟାପିବାରେ ଲାଗିଛି । ଆଜି ହିଂସାକାଣ୍ଡ ପରେ ଘଟଣାକୁ ଗୁରୁତର ସହ ନେଇଛନ୍ତି କର୍ଣ୍ଣାଟକ ସରକାର । ଉତ୍ତେଜନାସ୍ଥଳରେ କଡା ସୁରକ୍ଷାବଳ ମୁତୟନ ସହ କିଛି ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି । କିଛି ଜିଲ୍ଲାରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ସ୍କୁଲ ମଧ୍ୟ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ସମସ୍ତେ ରାଜ୍ୟରେ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ବାଶବରାଜ ବୋମ୍ମାଇ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.