ବେଙ୍ଗାଲୁରୁ: ହିଜାବ ମାମଲା ଶୁଣାଣିକୁ ସ୍ଥଗିତ ରଖିଲେ କର୍ଣ୍ଣାଟକ ହାଇକୋର୍ଟ । ମୁସଲିମ ଛାତ୍ରୀଙ୍କ ଦ୍ବାରା କରାଯାଇଥିବା ପିଟିସନର ଶୁଣାଣି କରି ଏହାକୁ ସ୍ଥଗିତ ରଖିଛନ୍ତି କୋର୍ଟ । କର୍ଣ୍ଣାଟକ ପ୍ରି-ୟୁନିଭର୍ସିଟି କଲେଜରେ ସରକାର ହିଜାବକୁ ବ୍ୟାନ କରିବା ପରେ ଏହାକୁ ବିରୋଧ କରି ଅଦଲାତଙ୍କ ଦ୍ବାରସ୍ଥ ହୋଇଥିଲେ କଲେଜର ଛାତ୍ରୀ ।
ଏହା ମଧ୍ୟ ପଢନ୍ତୁ:- ଶୁକ୍ରବାର ଓ ରମଜାନରେ ହିଜାବ ପିନ୍ଧିବାକୁ ହାଇକୋର୍ଟରେ ଆବେଦନ
ଆଜି(ଶୁକ୍ରବାର) ମାମଲାର ଶୁଣାଣି କରି ଏହାକୁ ସ୍ଥଗିତ ରଖିଛନ୍ତି କୋର୍ଟ । ଆସନ୍ତାକାଲି(ଶନିବାର) ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ । ଆଡଭୋକେଟ ଜେନେରାଲ ପ୍ରଭୁଲିଂ ନଭଦଗୀ ପିଟିସନର ଜବାବ ପାଇଁ ସମୟ ମାଗିବାରୁ ଶୁଣାଣି ସ୍ଥଗିତ ରଖିଛନ୍ତି କୋର୍ଟ ।
ତେବେ ମାମଲାର ଶୁଣାଣି ସମୟରେ କର୍ଣ୍ଣାଟକ ସରକାର ହାଇକୋର୍ଟରେ ଯୁକ୍ତି ବାଢିଛନ୍ତି ଯେ, ହିଜାବ ଇସଲାମର ଏକ ଧାର୍ମିକ ପ୍ରଥା ନୁହେଁ ଏବଂ ଏହାର ବ୍ୟବହାରକୁ ରୋକିବା ଦ୍ବାରା ଭାରତୀୟ ସମ୍ବିଧାନର ଧାରା 25 ଉଲ୍ଲଙ୍ଘନ ହେଉ ନାହିଁ, ଯାହା ଧାର୍ମିକ ସ୍ବାଧୀନତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବ ।