ETV Bharat / bharat

ଖଟ୍ଟର ସରକାରଙ୍କୁ ଝଟକା: ଘରୋଇ କ୍ଷେତ୍ରରେ ସ୍ଥାନୀୟଙ୍କ ପାଇଁ ୭୫ ପ୍ରତିଶତ ସଂରକ୍ଷଣ ନିଷ୍ପତ୍ତି ଉପରେ ଲାଗିଲା ରହିତାଦେଶ - ହରିୟାଣା ଖବର

ହରିୟାଣା ସରକାରଙ୍କ ଘରୋଇ କ୍ଷେତ୍ରରେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ୭୫ ପ୍ରତିଶତ ସଂରକ୍ଷଣ ନିଷ୍ପତ୍ତିକୁ କୋର୍ଟଙ୍କ ରହିତାଦେଶ । ନିଷ୍ପତ୍ତି ବିରୋଧରେ ଫରିଦାବାଦ ଇଣ୍ଡଷ୍ଟ୍ରିଜ୍ ଆସୋସିଏସନ ଦାଖଲ କରିଥିଲେ ଆବେଦନ । ଅଧିକ ପଢନ୍ତୁ

ଖଟ୍ଟର ସରକାରଙ୍କୁ ଝଟକା, ଘରୋଇ କ୍ଷେତ୍ରରେ ୭୫ ପ୍ରତିଶତ ସଂରକ୍ଷଣ ନିଷ୍ପତ୍ତି ଉପରେ କୋର୍ଟଙ୍କ ରହିତାଦେଶ

author img

By

Published : Feb 3, 2022, 4:22 PM IST

ଚଣ୍ଡିଗଡ଼: ନିଯୁକ୍ତି ପ୍ରସଙ୍ଗରେ ହରିୟାଣାର ମନୋହର ଲାଲ ଖଟ୍ଟର ନେଇଥିବା ସଂରକ୍ଷଣ ଆଇନକୁ ରହିତାଦେଶ ଲଗାଇଛନ୍ତି ପଞ୍ଜାବ ଓ ହରିୟାଣା ହାଇକୋର୍ଟ । ରାଜ୍ୟର ଘରୋଇ ନିଯୁକ୍ତି କ୍ଷେତ୍ରରେ କେବଳ ହରିୟାଣା ଅଧିବାସୀଙ୍କ ପାଇଁ ୭୫ ପ୍ରତିଶତ ସଂରକ୍ଷଣ ନିଶ୍ଚିତ କରିବା ନେଇ ନିଷ୍ପତ୍ତି ନେଇଥିଲେ ହରିୟାଣା ସରକାର । ତେବେ ଏକାଧିକ ଶିଳ୍ପସଂସ୍ଥା ଦ୍ବାରା ଦାଖଲ ହୋଇଥିବା ପିଟିସନର ଶୁଣାଣି କରି ଜଷ୍ଟିସ୍ ଅଜୟ ତେୱାରୀ ଏବଂ ପଙ୍କଜ ଜୈନଙ୍କୁ ନେଇ ଦୁଇ ଜଣିଆ ଖଣ୍ଡପୀଠ ସରକାରଙ୍କ ନିଷ୍ପତ୍ତିରେ ରହିତାଦେଶ ଜାରି କରିଛନ୍ତି । ଏପର୍ଯ୍ୟନ୍ତ ହାଇକୋର୍ଟଙ୍କ ଦ୍ୱାରା ବିସ୍ତୃତ ଆଦେଶକୁ ଅପେକ୍ଷା କରାଯାଇଛି ।

ଚଳିତ ବର୍ଷ ଜାନୁଆରୀ 15ରେ ହରିୟାଣା ରାଜ୍ୟ ନିଯୁକ୍ତି ଅଧିନିୟମ (State Employment of Local Candidates Act, 2020) କାର୍ଯ୍ୟକାରୀ ହୋଇଥିଲା। ଏହା ଘରୋଇ କ୍ଷେତ୍ରରେ କାର୍ଯ୍ୟରତ ତଥା ମାସିକ ୩୦ ହଜାରରୁ କମ ଦରମା ବର୍ଗରେ ସ୍ଥାନୀୟ ଆଶାୟୀଙ୍କୁ 75% ସଂରକ୍ଷଣ ପ୍ରଦାନ କରିବାର ପ୍ରାବଧାନ କରିଥିଲେ ହରିୟାଣା ସରକାର । ଏହା ନିଯୁକ୍ତିଦାତା ସଂସ୍ଥାମାନଙ୍କ ସାମ୍ବିଧାନିକ ଅଧିକାରର ଉଲ୍ଲଂଘନ ବୋଲି ଦର୍ଶାଇ କୋର୍ଟର ଦ୍ବାରସ୍ଥ ହୋଇଥିଲେ ଫରିଦାବାଦ ଇଣ୍ଡଷ୍ଟ୍ରିଜ୍ ଆସୋସିଏସନ୍ ଏବଂ ହରିୟାଣାର ଅନ୍ୟ କିଛି ଆସୋସିଏସନ ।

ପିଟିସନରେ ଏହା ମଧ୍ୟ ଯୁକ୍ତି କରାଯାଇଥିଲା ଯେ, ବେସରକାରୀ କ୍ଷେତ୍ରର ଚାକିରୀଗୁଡ଼ିକ ଭାରତର ସମସ୍ତ ନାଗରିକଙ୍କ ମୁକ୍ତ ହେବା ଆବଶ୍ୟକ । ଭାରତୀୟ ନାଗରିକମାନେ ଦେଶରେ ଯେକୌଣସି ସ୍ଥାନରେ ଚାକିରୀ କରିବା ପାଇଁ ସାମ୍ବିଧାନିକ ଅଧିକାର ପାଇଛନ୍ତି । ଆଶାୟୀ କର୍ମଚାରୀଙ୍କ ଦକ୍ଷତା ଆଧାରରେ ସେମାନେ ନିଯୁକ୍ତି ପାଇବାକୁ ଯୋଗ୍ୟ ବୋଲି ଦର୍ଶାଇ ହରିୟାଣା ସରକାରଙ୍କ ନିଷ୍ପତ୍ତିକୁୁ ଅସମ୍ବିଧାନିକ ଦର୍ଶାଇଥିଲେ ପିଟିସନର । ତେବେ ଆଜି ଏହି ମାମଲାର ଶୁଣାଣି କରି କୋର୍ଟ ଖଟ୍ଟର ସରକାରଙ୍କ ଏହି ନିଷ୍ପତ୍ତି ଉପରେ ରହିତାଦେଶ ଜାରି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.