ETV Bharat / bharat

lakhimpur Kheri violence case: ଆଶିଷ ମିଶ୍ରାଙ୍କ ଜାମିନ ରାୟ ସଂରକ୍ଷିତ

author img

By

Published : Jan 18, 2022, 9:10 PM IST

ଉତ୍ତରପ୍ରଦେଶରେ ବହୁଚର୍ଚ୍ଚିତ ଲଖିମପୁର ହିଂସାକାଣ୍ଡର ଅଭିଯୁକ୍ତ ତଥା କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ଆଶିଷ ମିଶ୍ରା ଗିରଫ କରିଛି ପୋଲିସ । ମଙ୍ଗଳବାର ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ଆଶିଷ ମିଶ୍ରାଙ୍କ ଜାମିନ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଛନ୍ତି। ଅଧିକ ପଢନ୍ତୁ

lakhimpur Kheri violence case: ଆଶିଷ ମିଶ୍ରାଙ୍କ ଜାମିନ ରାୟ ସଂରକ୍ଷିତ
lakhimpur Kheri violence case: ଆଶିଷ ମିଶ୍ରାଙ୍କ ଜାମିନ ରାୟ ସଂରକ୍ଷିତ

ଲକ୍ଷ୍ନୌ: ଆଶିଷ ମିଶ୍ରାଙ୍କ ଜାମିନକୁ ସଂରକ୍ଷିତ ରଖିଲେ ହାଇ କୋର୍ଟ (Lucknow Bench of High Court) । ଉତ୍ତରପ୍ରଦେଶରେ ବହୁଚର୍ଚ୍ଚିତ ଲଖିମପୁର ହିଂସାକାଣ୍ଡର ଅଭିଯୁକ୍ତ ତଥା କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ଆଶିଷ ମିଶ୍ରା ଗିରଫ କରିଛି ପୋଲିସ । ମଙ୍ଗଳବାର ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ଆଶିଷ ମିଶ୍ରାଙ୍କ ଜାମିନ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଛନ୍ତି । ଏହା ସହିତ ଅଦାଲତ ରାଜ୍ୟ ସରକାରଙ୍କ ଓକିଲଙ୍କଠାରୁ ଜବାବ ତଲବ କରିଛନ୍ତି । ଆଶିଷ ମିଶ୍ରା ଜାମିନ ଆବେଦନ ଉପରେ ଜଷ୍ଟିସ ରାଜୀବ ସିଂଙ୍କ ଏକକ ବୈଠକ ଦ୍ୱାରା ଏହି ଆଦେଶ ଦିଆଯାଇଥିଲା ।

ସୂଚନାଯୋଗ୍ୟ 2021 ଅକ୍ଟୋବର 3 ତାରିଖରେ ଉତ୍ତରପ୍ରଦେଶରେ ଲଖିମପୁର ଜିଲ୍ଲାର ତିକୁନିୟା ଗ୍ରାମରେ ଗୃହମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା ଓ ୧୩ ଜଣଙ୍କ ବିରୋଧରେ ଜିପ୍ ଚଢାଇ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ଗୃହମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା, ତାଙ୍କ ବନ୍ଧୁ ବ୍ୟବସାୟୀ ଅଙ୍କିତ ଦାସ, ବିଜେପି ସଦସ୍ୟ ସୁମିତ ଜୟସ୍ବାଲ ତାଙ୍କର 13 ସହଯୋଗୀ ଜେଲରେ ଅଛନ୍ତି । ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଏହି ମାମଲାର ତଦନ୍ତ ଚାଲିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.